• About
  • Contact
Saturday, December 6, 2025
Saturday, December 6, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ପିଲାମାନେ (ଭାଗ ୩୫)

ପିଲାମାନେ (ଭାଗ ୩୫)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୪ ଜୁଲାଇ ୨୦୨୫

ଛୋଟ ପିଲାଟିଏ ଦେଖିଲେ ମୋତେ ସବୁବେଳେ ଭାରି ଭଲ ଲାଗେ।ମନେହୁଏ, ସମଗ୍ର ଜଗତର ପିଲାମାନେ ମୋର ଅତି ନିଜର।

ମୋର ପୁଅର ଝିଅଟିଏ ହୋଇଛି। ତାକୁ ତିନିବର୍ଷ ହୋଇଗଲା। ମୋର ଭାରି ଇଚ୍ଛା ତାକୁ ଦେଖନ୍ତି। ପୂଅ ବୋହୂ ବି କେତେଥର କହିଲେଣି ମୋ ସ୍ତ୍ରୀ ଓ ମୁଁ ଯିବାକଥା। ଝିଅ ବି ଦିଲ୍ଲୀ ଯିବ କହୁଛି। ବଡ଼ ଅସମୟ ଆଣିଦେଇଛି କରୋନା। ଆମେ କେହି ଯାଇପାରୁନୁ। ପୁଅ ବି ତା ସ୍ତ୍ରୀ ଓ ଝିଅକୁ ନେଇ ଆସିପାରନ୍ତା। ସେଭଳି ବଂଧନ ନାହିଁ। କେହି ଦେଖା ହେଇପାରୁନୁ।

ଉମରକୋଟରେ ଡକ୍ଟର ମିଶ୍ର ଦେଖାହେଲେ ଆଜିକୁ ସଇଁତିରିଶ ବର୍ଷ ତଳେ। ପାରିବାରିକ ଆତ୍ମୀୟତା ବଢ଼ିଲା। ତାଙ୍କ ଝିଅ ଡେଜି ଛୋଟ ହୋଇଥାଏ। ମୋର ଛାତ୍ରୀ ଥିଲା ଏମ୍. ଇ. ସ୍କୁଲ ହେଡମାଷ୍ଟର ଥିଲାବେଳେ। ଏବେ ହୁଏତ ଡେଜିର ଝିଅ ବି ବଡ଼ ହେବଣି। ରୋଜି, ବାପି, ଡେଜି, ଚିକୁ ଚାରି ଭାଇଭଭଣୀ ଏବେ କେଉଁଠି, ମୁଁ ତାଙ୍କୁ ସବୁବେଳେ ମନେପକାଏ।ପିଲାମାନଙ୍କୁ ଦେଖିଲେ ମୋର ନିଜ ପିଲାଦିନ କଥା ଭାରି ମନେପଡ଼େ। ଭାବେ, ମୁଁ ପୁଣି ଥରେ ପିଲାଟିଏ ହୋଇଯାଆନ୍ତି କି?

ଏମିତି କିଛି ହୁଏନି। ସ୍ଵପ୍ନ ଦେଖିବା ସହଜ, ସ୍ଵପ୍ନରେ ବଂଚିବା ସହକ ନୁହେଁ।

ସେଇ ସ୍ଵପ୍ନମାନଙ୍କୁ ମନେପକାଇ ଏ ଆତ୍ମଲିପି ଲେଖୁ ଲେଖୁ ହରପ୍ରସାଦ ମନ ଭିତରକୁ ବାରମ୍ବାର ଆସେ। କାଲି ଆମର ୧୯୭୬ ମାଟ୍ରିକ୍ର ବଂଧୁମାନଙ୍କର ଅନୁଷ୍ଠାନ ସ୍ମୃତି-୧୯୭୬ର ବୈଠକ ଓ ମହାପ୍ରସାଦ ସେବନ ଥିଲା। ପ୍ରାୟ କୋଡ଼ିଏ ଜଣ ସାଙ୍ଗ ଦେଖାହେଲେ, କେହି ପ୍ରାୟ ୪୦ ବର୍ଷ / ୪୫ବର୍ଷ ପରେ। ଏକା ବେଞ୍ଚରେ ଦିନେ ବସୁଥିଲେ ସ୍କୁଲରେ। ଏବେ ପିଲାଦିନକୁ ଆଉ ଫେରିବା ଏତେ ସହଜ ନୁହେଁ।

ଆମେ ଯେତେ ବୟସ୍କ ହେଉଛୁ, ଆମ ସ୍ଵାର୍ଥପରତା ସେତିକି ବଢ଼ୁଛି। ମୋର ମାଉସୀ ପୁଅ ଭାଇଟିଏ ଥିଲା, ନେପାଳି ଭାଇନା। ତା’ର ମୋର ଫୁଲ ପ୍ୟାଣ୍ଟ ବଦଳି କରି ପିନ୍ଧୁଥଲୁ। ମାଉସୀ ଘର ଗରିବ, ଆମେ ବି। ମୁଁ ମାଉସୀ ଘର ଗଲେ ତା ପାଇଁ ଗୁଆ, ପାନ ନେଇକରି ଯାଏ। ସେ ଭାରି ଖୁସି ହୁଏ।

ଧୀରେ ଧୀରେ ସମୟ ବଡ଼ିଲା। ମୁଁ ବାହାହେଲି। ନେପାଳି ଭାଇନା ବି। ତାର ତିନି ଝିଅ। ଭାଉଜ ମତେ ଭାରି ସ୍ନେହ କରୁଥିଲେ, ଅକାଳରେ ଚାଲିଗଲେ। ନେପାଳି ଭାଇନା ତା ଝିଅ ଦୁଲଜଣଙ୍କୁ ବାହା କରି ସାନ ଝିଅକୁ ନେଇ ବଡ଼ଝିଅ ପାଖେ ଦିଲ୍ଲୀରେ ରହୁଥିଲେ। ଏବେ ଚାଲିଗଲା, ତା ଘର ଏବେ ଭଡ଼ା ଲାଗିଛି ପୁରୀରେ – ଭାଉଜ କେତେ ଆଦରରେ ସେ ଘର ତୋଳେଇଥିଲେ।

ଏମିତି ହୁଏ। ଆମେ ସବୁବେଳେ ସ୍ଵପ୍ନ ଦେଖୁ। ସ୍ଵପ୍ନରେ ବଂଚି ପାରୁନାହିଁ।

କାହିଁକି ତେବେ ମୁଁ ସାରାଜୀବନ ସ୍ଵପ୍ନ ଦେଖିଲି ଓ ସ୍ଵପ୍ନ ଲାଗି ଦହଗଂଜ ହେଲି?

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି
Literature

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

by ଅବନୀ ଚନ୍ଦ୍ର ଦାସ
December 3, 2025

ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୫ ଏହି ପ୍ରବାଦଟି କାହିଁ କେତେଦିନରୁ ଆମ ସମାଜରେ ପ୍ରଚଳିତ ହୋଇ ଆସୁଛି, ତାର ହିସାବ କିଏ ରଖିଛି...

Read more
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
କିଛି କଥା

କିଛି କଥା-୨

November 25, 2025
’କା’ର କଳାକାର (ଭାଗ ୫୧)

’କା’ର କଳାକାର (ଭାଗ ୫୧)

November 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.