ମାନସ ରଞ୍ଜନ ମହାପାତ୍ର, ପୁରୀ, ୩୦ ଡିସେମ୍ବର ୨୦୨୨
କେଉଁଠି ଥିଲେ ଏତେ କବିତା
ଏତେ ବର୍ଷ
ହେଉନଥିଲେ ପଢ଼ି
ଏବେ ପଢ଼ିବା ଆରମ୍ଭ କଲି ତ
ଜଣାଗଲା
ସମୟ ଯାଇଛି ଗଡ଼ି
ଏ ଭିତରେ ହଜିଗଲେ
କେତେ ପ୍ରିୟ ପ୍ରିୟତମ
ହଜିଯାଇଛି ତାଙ୍କ ଠିକଣା
ବହୁ ଜଣା ଅଜଣା ଆତତାୟୀଙ୍କ ଆଘାତରେ
ଏବେ ମୁଁ ଭୁଲୁଣ୍ଠିତ
ଏତେ ଗୁଡେ କବିତା
କେଉଁଠି ଥିଲେ ଏତେ ବର୍ଷ
ଖରା ବର୍ଷା ଶୀତ ସହି
କେଉଁ ଜଙ୍ଗଲରେ !
ଏବେ ପଢ଼ିବା ଆରମ୍ଭ କରିଛି ମୁଁ
ଶେଷ କେବେ ହେବ, ଦେଖ !