ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୪ ମାର୍ଚ୍ଚ ୨୦୨୪
ପ୍ରତିଟି ପ୍ରଭାତ ଫିଟିଯାଏ ଯେବେ
ସୁଗନ୍ଧିତ ଭାବନାରେ
ପ୍ରତିଟି ଗୋଧୂଳି ଲିଭି ଲିଭି ଆସେ
ଗାୟତ୍ରୀର ଛନ୍ଦରେ
ମୁଁ ସେଇ ଛନ୍ଦର ସ୍ଵର । ୧ ।
ଯେଉଁ ଛନ୍ଦରେ ମୁଦ୍ରିତ ହୁଏ
ଗାଥାଟିଏ ପ୍ରଣବର
ପ୍ରତିଟି ସକାଳ ଝଙ୍କୃତ ହୁଏ
ଅନୁଷ୍ଟୁପର ସ୍ଵର
ନୀଳ ନୀଳିମାରେ ହଜି ଯାଉଥିବ
ଦୂର ବଳାକାର ସୁର
ବରାଭୟ କରୁଣାର
କାଣିଚାଏ ସେହି କରୁଣା ପାଇଁ ତ
ବାଟୋଇ ମୁଁ ଏ ବାଟର । ୨ ।