• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ପ୍ରେମ ଏକ ନଈ

ପ୍ରେମ ଏକ ନଈ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୪ ସେପ୍ଟେମ୍ବର ୨୦୨୪

ପ୍ରେମ ଏକ ଅମାନିଆ ଅଙ୍କାବଙ୍କା ନଈ
ଅବାରିତ ବୋହୁଥାଏ ଆନମନା ହୋଇ
ସୁନ୍ଦରୀ କୁଆଁରୀ ପରି ହୋଇ ସେ ଫୁଲେଇ
ଷୋଡ଼ଶୀ ଅନୁଢ଼ା ଭଳି ଦେହକୁ ସଜାଇ
ଶିହରିତ ଦେହରେ ତା’ ଭଉଁରୀ ଖେଳାଇ
ମତୁଆଲା ହୋଇ ସିଏ ଯାଏ ଡେଇଁ ଡେଇଁ ।। ୧ ।।

ପ୍ରେମ ଏକ ଅଲିଅଳ ଅଭିମାନୀ ନଈ
ଅବିଶ୍ରାନ୍ତ ବୋହୁଥାଏ କୁଳୁକୁଳୁ ହୋଇ
ପାହାଡ଼ର ଆରପାରେ ନିଜକୁ ଲୁଚାଇ
ଘଞ୍ଚ ବନାନୀ କୋଳେ ଦେହକୁ ହଜାଇ
ଛନଛନ ମନରେ ତା’ ତନୁକୁ ଭିଜାଇ
ହୃଦୟେ ପ୍ରଣୟ ଭରା ଆବେଗ ଜଗାଇ ।। ୨ ।।

ପ୍ରେମ ଏକ ଅଝଟିଆ ଅଳସେଇ ନଈ
ବୋହୁଥାଏ ଅବିରତ ଥକି ପଡ଼େ ନାହିଁ
କେଉଁଠି ନିଶ୍ଚଳ ପୁଣି ଭୟଙ୍କର ହୋଇ
ଫୁଲମାଳ, ଆବର୍ଜନା ସବୁ ନିଏ ଧୋଇ
ମିଳନ ପିପାସୀ ସେ ଆତୁରେ ଧାଇଁ ଧାଇଁ
ଖୋଜୁ ଥାଏ ସାଥୀ ତା’ର ଲୀନ ହେବା ପାଇଁ ।। ୩ ।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
Literature

ଆମେ ପାଉଡି ଭୂୟାଁ (ଭାଗ ୮୦)

by ଭବେଶ ଚନ୍ଦ୍ର କର
October 15, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୫ ଅକ୍ଟୋବର, ୨୦୨୬ ସେଦିନ ମୋ ଶାଶୁଘର ଗାଆଁ ତଳବରଡା ଚଳଚଞ୍ଚଳ ଥିଲା । ପିଲାଠାରୁ ବୁଢା ସଭିଏଁ କାମରେ ବ୍ୟସ୍ତ...

Read more
ଚିହ୍ନ

ଚିହ୍ନ

October 13, 2026
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.