ମାନସ ରଂଜନ ମହାପାତ୍ର, ପୁରୀ, ୨୪ ଜାନୁଆରୀ ୨୦୨୪
ପର୍ଦ୍ଦା ଉଠିନି ଏଯାଏଁ
ଶେଷଥର ପାଇଁ ଘୋଷି ନିଅ ସଂଳାପ
କିଏ ଜାଣେ ଏଥର ବଦଳି ଯାଇଥିବ ଯଦି ନାୟକ!
ସବୁ ଖେଳ ତ ଚଉକିର !
ପ୍ରଶଂସା ବା ନିନ୍ଦାର ଭିଡ଼କୁ
ନଡରି ତ ଆଗେଇ ଆସିଲ ଏଯାଏଁ
ନେପଥ୍ଯେ କୋଳାହଳରେ ବିତିଗଲା
ଅନନ୍ତ ଜୀବନ
ଥରେ ମଞ୍ଚକୁ ତ ଆସ
କରତାଳି କି ଗାଳି
ନିରବରେ ନିସର୍ତ୍ତରେ ନିଅ
ମଞ୍ଚ ଏବେ ସାମ୍ନାରେ ତୁମର
ପର୍ଦ୍ଦା ଉଠିବ କି ନା କାଲି
କିଏ ଜାଣିଛି କି କୁହ !