• About
  • Contact
Monday, December 8, 2025
Monday, December 8, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ରଜ ପରବ

ରଜ ପରବ
Share on FacebookShare on Xshare on Whatsappshare on Linkedin
ଭକ୍ତ ଚରଣ ସାହୁ, ଯାଜପୁର, ୧୫ ଜୁନ୍ ୨୦୨୩

ପହିଲି ଆଷାଢ଼
ମଉସୁମୀ ଆସି
କହିଯାଏ କାନେ ହରଷେ ।
ଆଜି ସଜବାଜ
କାଲି ହେବ ରଜ
ଯାଇଥିଲା ବିତି ବରଷେ ।।
କିଶୋରୀ, ମୁଣ୍ଡରେ ରିବନ ବାନ୍ଧିବେ ।
ଘରେ ଘରେ ପରା
ମାଉଁସ ତିଅଣ
ଯତନରେ ମାଆ ରାନ୍ଧିବେ ।।

ଆଜି ରାତି ସାରା
ଆକାଶୁ ବରଷା
ଟୋପା ଟୋପା ହୋଇ ଗଡୁଛି ।
ପହିଲି ରଜରେ
କାଉଁଳିଆ ପାଗ
ହେବ ବୋଲି ଜଣା ପଡୁଛି ।।
ଟାଣ ଖରା ଯିବ ଦୂରେଇ ।
କାହିଁ କେତେ ଆଡେ
ବୁଲିବାରେ ଆମେ
ବାଇକ ଚକାକୁ ଘୁରେଇ ।।

ଗାଆଁ ପିଲା ସବୁ
ଏକାଠି ହୋଇବେ
ଲଟେଇରେ ସୂତା ଗୁଡେଇ ।
କେଡେ ଆନନ୍ଦରେ
ପଡିଆ ମଝିରେ
ଗୁଡିଟାକୁ ଦେବେ ଉଡେଇ ।।
ଉଡିଯିବ ଗୁଡି ଗଗନ ।
ରଜ ତିନି ଦିନ
ପାଳିବେ ପିଲାଏ
ଆନନ୍ଦରେ ହୋଇ ମଗନ ।।

ଗାଆଁ କୁଆଁରୀଏ
ମାଆ ହାତ ରନ୍ଧା
ଖୁସି ମନେ ସବୁ ଖାଇକି ।
ପୋଷାକ ନୂଆକୁ
ପାଦରେ ଅଳତା
ନାଇ ବୁଲିଯିବେ ସାହିକି ।।
ସାରା ଦିନ ହସି ହସିକି ।
ସମୟ ପାଇଲେ
ମିଳିମିଶି ସବୁ
ଖେଳିବେରେ ଲୁଡୁ ବସିକି ।।

କେତେ ରକମର
ଦୋଳି ଲାଗିବରେ
ଘୁରୁଥିବ ସାଇଁ ସାଇଁରେ ।
ଖେଳିବାକୁ ଇଛା
ହେବ ବୋଲି ପିଲେ
ସିଆଡକୁ ଯିବେ ଧାଇଁରେ ।।
ବାଗୁଡି ଖେଳେକେ ମାତିବେ ।
ଆଉ କିଏ ପୁଣି
ବୋହୁଚୋରି ଖେଳି
ତାତିବେ କେ’ ମଥା ପାତିବେ ।।

ଗାଆଁର ବୟସ୍କ
ଖାଇପିଇ ଦେଇ
ଘରୁ ଯିବେ ଚାଲି ଚାଲିକି ।
ତୋଟା ପଡ଼ିଆରେ
ସକାଳ ଠୁଁ ସଞ୍ଜ
ଖେଳିବେ ତାଆସ ପାଲିକି ।।
କାମ ନାହିଁ କିଛି ଯେହେତୁ ।
ରଜ ତିନି ଦିନ
ଖେଳିବେ ସେମାନେ
ମନଟାକୁ ଦେଇ ସେହେତୁ ।।

ସଂସ୍କୃତିର ବାର୍ତ୍ତା-
ବହ ବୋଲି ଆମେ
ଜାଣିଛେରେ ରଜ ପରବ ।
ତେଣୁ ସବୁ ଆସ
ପାଳିବା ଏ ରଜ
ମନରେ ଭରିକି ଗରବ ।।
ଲୟ ରଖି ବିଭୁ ପାଦରେ ।
ହିଂସା ଈର୍ଷା ଠାରୁ
ଦୂରେଇ ରହିଲେ
ଭୋଗିବାନି ଅବସାଦରେ ।।

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ, ସଭାପତି, ମାହାଙ୍ଗା-ବଡ଼ଚଣା, ସାହିତ୍ୟ ଓ ସଂସ୍କୃତି ପରିଷଦ, ବାଲିଚନ୍ଦ୍ରପୁର, ଯାଜପୁର, ଓଡ଼ିଶା
ଦୂରଭାଷ ନଂ ୯୪୩୭୨୭୬୬୩୩

Related Posts

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି
Literature

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

by ଅବନୀ ଚନ୍ଦ୍ର ଦାସ
December 3, 2025

ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୫ ଏହି ପ୍ରବାଦଟି କାହିଁ କେତେଦିନରୁ ଆମ ସମାଜରେ ପ୍ରଚଳିତ ହୋଇ ଆସୁଛି, ତାର ହିସାବ କିଏ ରଖିଛି...

Read more
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
କିଛି କଥା

କିଛି କଥା-୨

November 25, 2025
’କା’ର କଳାକାର (ଭାଗ ୫୧)

’କା’ର କଳାକାର (ଭାଗ ୫୧)

November 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.