• About
  • Contact
Sunday, March 15, 2026
Sunday, March 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ରାଜନୀତି

ରାଜନୀତି
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୪ ଡିସେମ୍ବର ୨୦୨୪

ରାଜନୀତି ବଡ଼ ଜଟିଳ ଗଣିତ
ତାକୁ ବୁଝିବା ନୁହେଁ ସହଜ,
ଗୋଟି ଚାଳନାରେ ଗୋଳମାଳ ହେଲେ
ବୁଡ଼ି ଯିବଟି ନିଜ ଜାହାଜ ||୧||

ସେ ନିଶାରେ ଅଛି ଏତେଯେ ପ୍ରଭାବ
ତାହା ମାନେନି ବଳ ବୟସ,
ଅଶୀ ବୟସେ ବି ଥୁରୁଥୁରୁ ଦେହେ
ଆଣି ଦିଏ ଟୋକାର ସାହସ ||୨||

ପଡ଼ିଗଲେ ସେହି ଗୋଲକଧନ୍ଦାରେ
ତହୁଁ ମୁକୁଳିବା ବଡ଼ କଷ୍ଟ,
ତା’ର ପିଛିଳ ପଥରେ ଗୋଡ଼ ଖସି
ଗଲେ ଜୀବନ ହୁଅଇ ନଷ୍ଟ ||୩||

ନେଇଆଣି ଥୋଇ ପାରିଲେ ଜାଣ ଏ
ରାଜନୀତି ବିଦ୍ୟା ଚମତ୍କାର,
ଧନ ରତନେ ଭରି ଯିବରେ ଭଣ୍ଡାର
ହସି ଉଠିବ ଘର ସଂସାର ||୪||

ଖଦଡ଼ ଧୋତି, ପଞ୍ଜାବୀ ଆଉ ଟୋପି
ନେତାଙ୍କର ନାହିଁ ଏବେ ବେଶ,
ସୁଟ୍-ବୁଟ ଅବା ଚୁଡ଼ିଦାର-କୁର୍ତ୍ତା
ତାଙ୍କ ମୁହଁରେ ଭରୁଛି ହସ ||୫||

ଅର୍ଥବଳୀ ଆଉ ବାହୁବଳୀଙ୍କର
ରାଜନୀତି ଆଜି ଅଡ୍ଡାସ୍ଥଳ,
ଜ୍ଞାନୀ, ଗୁଣୀ, ଵିଜ୍ଞ, ଦକ୍ଷ ଲୋକମାନେ
ପାଆନ୍ତିନି ସେଠି ଥଳକୂଳ ||୬||

କୋଟିପତି ପ୍ରତିନିଧିଙ୍କୁ ନିଅଣ୍ଟ
ଦରମା ଲକ୍ଷ ଲକ୍ଷ ଟଙ୍କାର,
ବଢ଼ତି ଦରମା ପାଇବା ପାଇଁକି
କରନ୍ତି ବୁକୁ ଫଟା ଚିତ୍କାର ||୭||

ରାଜନୀତି ଆଉ ରାଜନୀତିଆଙ୍କ
ବଦଳି ଯାଇଛି ପରିଭାଷା,
ସେବା ନୁହେଁ ଭୋଗ, ଅର୍ଥ ହରିଲୁଟ
ସାଜିଛି ପରା ମୁଖ୍ୟ ଲାଳସା ||୮||

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

“ଟଙ୍କା ଖିଆ, ନରାସୁର”
Literature

“ଟଙ୍କା ଖିଆ, ନରାସୁର”

by ଜୟ କୁମାର ମିଶ୍ର
March 14, 2026

ଜୟ କୁମାର ମିଶ୍ର, ଗଜପତି, ୧୪ ମାର୍ଚ୍ଚ ୨୦୨୬ ଗତ ଜନ୍ମ ଥିଲ, ବ୍ରହ୍ମ ରାକ୍ଷାସଟି ଏ ଜନମେ ହେଲ ନର ମହତଟି ଯାଉ, ହୁଅ ହାଉଁ,...

Read more
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.