ଆଲୋକ କୁମାର ପ୍ରଧାନ, ପୁରୀ, ୨୦ ଫେବୃଆରୀ ୨୦୨୩
ଋତୁ ଟେ ଅଋତୁ ହେଲେ ଆଖି ଖୋଲେ କୋମଳ ଯନ୍ତ୍ରଣା।
ଋତୁ ଅଋତୁ ମଝିରେ ପଥ ହୁଡ଼େ ମୋହିନୀ ମନ୍ତ୍ରଣା।
ବୈଶାଖ ର ଦେହେ ବିଷ ଶ୍ରାବଣରେ ମେଘ ଆଖି ଲୁହ।
ଜୀବନ ନିଅଣ୍ଟ ହୁଏ ଭିଜିଗଲେ ଅଋତୁ ରେ ଦେହ।
ସନ୍ତୁଷ୍ଟି ଗହମ ନିଦ ଋତୁ କୋଉ ଭୋଗେ ଅଋତରେ ।
ଅଦିନ ବର୍ଷା କି ଶୋହେ ବର୍ଷିଗଲେ ବୈଶାଖୀ ଝାଞ୍ଜି ରେ।
ମେଘ ସାରା ଯଦି ଲେଖେ ଫଗୁଣ ଟା ଫୁଲେଇ କବିତା।
ମହ୍ଲାର ମୋହ କି ମାଖେ ଫଗୁ ଦେହେ ସେଇ ନୀରବତା।
ଯେଉଁ ନୀରବତା ଦେଇ ମେଘ ଧାଏଁ ପ୍ରବାସୀ ହେବାକୁ।
ସେଇଠି ଋତୁ କି ଲୁଚେଇ ଅଋତୁରେ ଦିନ ସାରିବାକୁ।
ଋତୁ ତ ଦେହରେ ଆସେ ଦେହସାରା ଢେଉ ହୋଇ ଭାଙ୍ଗେ।
ଋତୁ ରୁ ପୂର୍ଣତା ନେଇ ପୂର୍ଣ୍ଣ ହୁଏ ଜୀବନ ତା ରଙ୍ଗେ।
ଋତୁ ଦେହ ଋତୁ ମୋହ ଋତୁ ଶବ୍ଦ ଆରାଧ୍ୟ କବିତା।
ଋତୁରେ ଅଋତୁ ମିଛ ଋତୁ ଏକ ସତ ନୀରବତା।।