• About
  • Contact
Saturday, June 13, 2026
Saturday, June 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଋତୁ ଅଋତୁ

ଋତୁ ଅଋତୁ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୨୦ ଫେବୃଆରୀ ୨୦୨୩

ଋତୁ ଟେ ଅଋତୁ ହେଲେ ଆଖି ଖୋଲେ କୋମଳ ଯନ୍ତ୍ରଣା।
ଋତୁ ଅଋତୁ ମଝିରେ ପଥ ହୁଡ଼େ ମୋହିନୀ ମନ୍ତ୍ରଣା।
ବୈଶାଖ ର ଦେହେ ବିଷ ଶ୍ରାବଣରେ ମେଘ ଆଖି ଲୁହ।
ଜୀବନ ନିଅଣ୍ଟ ହୁଏ ଭିଜିଗଲେ ଅଋତୁ ରେ ଦେହ।

ସନ୍ତୁଷ୍ଟି ଗହମ ନିଦ ଋତୁ କୋଉ ଭୋଗେ ଅଋତରେ ।
ଅଦିନ ବର୍ଷା କି ଶୋହେ ବର୍ଷିଗଲେ ବୈଶାଖୀ ଝାଞ୍ଜି ରେ।
ମେଘ ସାରା ଯଦି ଲେଖେ ଫଗୁଣ ଟା ଫୁଲେଇ କବିତା।
ମହ୍ଲାର ମୋହ କି ମାଖେ ଫଗୁ ଦେହେ ସେଇ ନୀରବତା।

ଯେଉଁ ନୀରବତା ଦେଇ ମେଘ ଧାଏଁ ପ୍ରବାସୀ ହେବାକୁ।
ସେଇଠି ଋତୁ କି ଲୁଚେଇ ଅଋତୁରେ ଦିନ ସାରିବାକୁ।
ଋତୁ ତ ଦେହରେ ଆସେ ଦେହସାରା ଢେଉ ହୋଇ ଭାଙ୍ଗେ।
ଋତୁ ରୁ ପୂର୍ଣତା ନେଇ ପୂର୍ଣ୍ଣ ହୁଏ ଜୀବନ ତା ରଙ୍ଗେ।

ଋତୁ ଦେହ ଋତୁ ମୋହ ଋତୁ ଶବ୍ଦ ଆରାଧ୍ୟ କବିତା।
ଋତୁରେ ଅଋତୁ ମିଛ ଋତୁ ଏକ ସତ ନୀରବତା।।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

କୃଷକ
Literature

କୃଷକ

by ଡ଼ଃ. ଗିରିଜା ଶଙ୍କର ମିଶ୍ର
June 3, 2026

ଡଃ. ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୩ ଜୁନ୍ ୨୦୨୬ ଲକ୍ଷ୍ୟ ତା ସୁନାର ଫସଲ ମାଟି ସହ ମାଟି ହୋଇ ଆଣେ ମାଟି - ଉର୍ବରତା...

Read more
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.