ଆଲୋକ କୁମାର ପ୍ରଧାନ, ପୁରୀ, ୧୩ ମାର୍ଚ ୨୦୨୩
ଶବ୍ଦ ନଗର କୁହୁକ କାରାକୁ ଆପଣା ଛାଏଁ ମୁଁ ଧାଏଁ
ଯେଉଁଠି ଶବ୍ଦ ଜୀବନ ସଙ୍ଗୀତ ଆପଣାର ସୁରେ ଗାଏ।
ଯେଉଁଠି ଶବ୍ଦ ଲେଖେ ବସନ୍ତ ର କ୍ଲାନ୍ତ କାକର ଗୀତ
ଯେଉଁଠି ଗୀତର ଦେହରେ କାଇଁ ବେଳ ହୁଏ ରତରତ।
ନିବୁଜ ମନର ଗହିରୀ କଣ୍ଡିଆ ପାଟ ପିନ୍ଧି ଡାକେ ଆ
ଯେଉଁଠି ଶବ୍ଦର ଦେହ ଢାଙ୍କୁ ଥାଏ ଆମ୍ବ ବଉଳିଆ ବା।
କାଶ କୁହୁକ କଁଅଳ କୋଳରେ ଦଣ୍ଡେ ଶୋଇ ଦଣ୍ଡେ ଧାଏଁ
କେବେ ଆଣ୍ଠୁମାଡ଼ି ଶୂନ୍ୟ କୁ ଚାହିଁ ଶବ୍ଦ ଗୁମୁରୁ ଥାଏ ।
ଥରେ ଲେଖିଦେଲେ ନଈ ର ପିଠିରେ ସାଗରକୁ ଛୁଏଁ ନିଦ
ଯେଉଁଠି ଶବ୍ଦ କିଛି ଦିଏ ନାହିଁ ଦିଏ ଖାଲି ଅପବାଦ।
ଯେଉଁଠି ଶବ୍ଦ ଦେହକୁ ଛୁଇଁଲେ ଦହଗଞ୍ଜ ହୁଏ ଦେହ
ଶବ୍ଦ ତୃଷ୍ଣା ରେ ଜିଇଁବା ଭିତରେ ଭୋଗେ ଚିର ଅନ୍ତର୍ଦାହ।
ସେଇଠି ଶବ୍ଦ ନିଜେ ଲେଖିହୋଇ ନିଜ ପାଇଁ ନିଜେ ଗାଏ।
ସେଇଠି ଶବ୍ଦ କାହାମନ ତଳ ବାହୁନା ଦୁଃଖ ରୁ ଖିଏ।