• About
  • Contact
Wednesday, February 18, 2026
Wednesday, February 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସବୁବେଳେ ପ୍ରଶ୍ନ ଭିଡ଼ରେ

ସବୁବେଳେ ପ୍ରଶ୍ନ ଭିଡ଼ରେ
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୮ ଜୁଲାଇ ୨୦୨୩

କାହିଁକି ସବୁ ଘଟଣା ଘଟିସାରିଥାଏ
ମୁଁ ପହଁଞ୍ଚିବା ଆଗରୁ ?

ସରିଯାଇଥାଏ ସଭା
ଭାଷଣ ଦେଇସାରିଥାନ୍ତି ସଭାପତି
ଗାଡ଼ି ପରବର୍ତ୍ତୀ ଷ୍ଟେସନ ବି ଡେଇଁ ସାରିଥାଏ
ସବୁ ନିଯୁକ୍ତି ପତ୍ର ଜାରି ହୋଇସାରିଥାଏ ଓ ମୁଁ
ଚିରକାଳ ଥାଏ ପ୍ରତୀକ୍ଷା ସୂଚୀରେ

ଘରମାନେ ବିକ୍ରି ସରିଥାନ୍ତି ଓ ମୁଁ
ଥାଏ ଗୃହହୀନ
ସରିଯାଇଥାଏ ନିର୍ବାଚନ
ବଢ଼ି ଯାଇଥାଏ ଦରଦାମ୍
ଗଢ଼ା ହୋଇସାରିଥାଏ ମନ୍ତ୍ରୀମଣ୍ଡଳ
ମୁଁ ପହଁଞ୍ଚିବା ଆଗରୁ
ଶପଥ ନେଇ ସାରିଥାନ୍ତି ମୁଖ୍ୟମନ୍ତ୍ରୀ

କାହିଁକି ଘଟିସାରିଥାଏ ସବୁ ଘଟଣା
ମୁଁ ପହଁଞ୍ଚିବା ଆଗରୁ
କାହିଁକି? କାହିଁକି?
କେହି ଦେଉନଥାନ୍ତି ଉତ୍ତର ଓ
ଗଡ଼ି ଚାଲିଥାଏ ଅସରନ୍ତି ସମୟ ।।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଅସାମାନ୍ଯ ଯୁଧୂଷ୍ଠିର
Literature

ଅସାମାନ୍ଯ ଯୁଧୂଷ୍ଠିର

by ପ୍ରଭୁକଲ୍ୟାଣ ମହାପାତ୍ର
February 18, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୮ ଫେବୃଆରୀ ୨୦୨୬ ବିଧାନସଭାକୁ ପ୍ରଥମଥର ଲାଗି ନିର୍ବାଚିତ ହୋଇ ମର୍ଯ୍ୟାଦାଜନକ ବାଚସ୍ପତି ଆସନ ଅଳଙ୍କୃତ କରିଥିବା ଯୁଧୂଷ୍ଠିର ଦାସ ଅନେକ ଦୃଷ୍ଟିରୁ...

Read more
ଓଦା

ଓଦା

February 16, 2026
ଅନୁଭୂତି ପାଠ

ଅନୁଭୂତି ପାଠ

February 15, 2026
ଦେଖିବାକୁ ଇଚ୍ଛା

ଦେଖିବାକୁ ଇଚ୍ଛା

February 10, 2026
ନୀଳ ବର୍ଣ୍ଣ, ଶୃଗାଳ

ନୀଳ ବର୍ଣ୍ଣ, ଶୃଗାଳ

February 7, 2026
ସତରେ ଏମିତି ହୁଅନ୍ତା କି – ୨୩

ସତରେ ଏମିତି ହୁଅନ୍ତା କି – ୨୩

February 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.