• About
  • Contact
Wednesday, May 14, 2025
Wednesday, May 14, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସବୁବେଳେ ପ୍ରଶ୍ନ ଭିଡ଼ରେ

ସବୁବେଳେ ପ୍ରଶ୍ନ ଭିଡ଼ରେ
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୮ ଜୁଲାଇ ୨୦୨୩

କାହିଁକି ସବୁ ଘଟଣା ଘଟିସାରିଥାଏ
ମୁଁ ପହଁଞ୍ଚିବା ଆଗରୁ ?

ସରିଯାଇଥାଏ ସଭା
ଭାଷଣ ଦେଇସାରିଥାନ୍ତି ସଭାପତି
ଗାଡ଼ି ପରବର୍ତ୍ତୀ ଷ୍ଟେସନ ବି ଡେଇଁ ସାରିଥାଏ
ସବୁ ନିଯୁକ୍ତି ପତ୍ର ଜାରି ହୋଇସାରିଥାଏ ଓ ମୁଁ
ଚିରକାଳ ଥାଏ ପ୍ରତୀକ୍ଷା ସୂଚୀରେ

ଘରମାନେ ବିକ୍ରି ସରିଥାନ୍ତି ଓ ମୁଁ
ଥାଏ ଗୃହହୀନ
ସରିଯାଇଥାଏ ନିର୍ବାଚନ
ବଢ଼ି ଯାଇଥାଏ ଦରଦାମ୍
ଗଢ଼ା ହୋଇସାରିଥାଏ ମନ୍ତ୍ରୀମଣ୍ଡଳ
ମୁଁ ପହଁଞ୍ଚିବା ଆଗରୁ
ଶପଥ ନେଇ ସାରିଥାନ୍ତି ମୁଖ୍ୟମନ୍ତ୍ରୀ

କାହିଁକି ଘଟିସାରିଥାଏ ସବୁ ଘଟଣା
ମୁଁ ପହଁଞ୍ଚିବା ଆଗରୁ
କାହିଁକି? କାହିଁକି?
କେହି ଦେଉନଥାନ୍ତି ଉତ୍ତର ଓ
ଗଡ଼ି ଚାଲିଥାଏ ଅସରନ୍ତି ସମୟ ।।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ସ୍ମୃତି-୨
Literature

ସ୍ମୃତି-୨

by ପ୍ରଭୁକଲ୍ୟାଣ ମହାପାତ୍ର
May 14, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୪ ମଇ ୨୦୨୫ ସ୍ମୃତି ! ପ୍ରଥମ ଦେଖାର ତାହା ପହିଲି ପୀରତି ପ୍ରଣୟ ତୃଷ୍ଣାର ଅନୁପମ ଅନୁଭୂତି ଆଦ୍ୟ ଯୌବନେ ପୁଣି...

Read more
ଅହଂକାର ମୋ ପ୍ରିୟ ଭାଷାର

ଅହଂକାର ମୋ ପ୍ରିୟ ଭାଷାର

May 13, 2025
ହୃଦୟ ଭାଙ୍ଗିଲେ

ହୃଦୟ ଭାଙ୍ଗିଲେ

May 12, 2025
ପ୍ରସନ୍ନ କକେଇ (ଭାଗ ୨୬)

ପ୍ରସନ୍ନ କକେଇ (ଭାଗ ୨୬)

May 12, 2025
Desolation is non decipherable

Desolation is non decipherable

May 11, 2025
ଶଙ୍ଖଚିଲ

ଶଙ୍ଖଚିଲ

May 11, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.