ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧ ଜୁଲାଇ ୨୦୨୫
ଦୁନିଆଟା ପରା ଏକ ବିଶାଳ ସାଗର,
ସାଇତା ତହିଁରେ କେତେ ସ୍ମୃତିର ସ୍ୱାକ୍ଷର।
କେବେ ତାହା ଶାନ୍ତ କେବେ ଏକାନ୍ତ ଅସ୍ଥିର,
ପ୍ରକୃତିର ତାଣ୍ଡବରେ ଅତି ଭୟଙ୍କର।
ସେ ସିନ୍ଧୁ ବୁକୁରେ ସଦା ଜଳ ଭରପୂର,
ଅସଂଖ୍ୟ ଜୀବଙ୍କ ତାହା ଅଟେ ଗନ୍ତାଘର।
ତଟ ସିକତା ସାଜିଛି ଶେଯ ଶାମୁକାର,
ବିସ୍ମୃତି ଫେଇ କରୁଛି ସ୍ମୃତି ଉଜାଗର।
ବେଳାଭୂମିରେ ପଡ଼ିଛି ଚିହ୍ନ ସମୟର,
ସେଠାରେ ବସିଛି ମୁଇଁ ନିଃସଙ୍ଗ ଧୀବର।