ମାନସ ରଞ୍ଜନ ମହାପାତ୍ର, ପୁରୀ, ୬ ମଇ ୨୦୨୩
ବାକି ଜୀବନ ବଞ୍ଚିଯିବି ସଙ୍ଗୀତରେ
ନା ଧୂନ୍, ନା ତାଳ, ନା ଲୟ
କେବଳ ନିରୁତା ଧ୍ବନିରେ
ହୁଏତ ନଥିବ ଶବ୍ଦ, ଥିବ ଯଦି
ହେଉନଥିବ ବୁଝି
ଲେଖି ହେଉନଥିବ
କାଗଜକଲମରେ ଗୀତ
ଥରୁଥିବ ହାତ
ସେ କେଉଁ କିନ୍ନରୀ
କେଉଁ ଅଦୃଶ୍ୟ ଲୋକରେ
ଶୁଏଇଦବ ମତେ ସଙ୍ଗୀତରେ
ଅବଶିଷ୍ଟ ଦିନମାନଙ୍କରେ
ତୁମେ ଆସିବ ଯଦି
ଦେଖିବ ଗୋଟେ ଆକାଶହରା ଚଢ଼େଇ
ନିଖୋଜ ତୁମ ନିର୍ଜନ ଦ୍ଵୀପରେ !