ମାନସ ରଞ୍ଜନ ମହାପାତ୍ର, ପୁରୀ, ୧ ଅଗଷ୍ଟ ୨୦୨୩
କେହି କାହାର ହିସାବ ରଖିପାରନ୍ତିନି
ଆଜିକାଲି
ଏତେ ବଡ଼ ପୃଥିବୀ
ଘଟଣା ଘଟେ ପ୍ରଚୁର
ପ୍ରେମିକାମାନେ ଭୁଲି ଯାଆନ୍ତି
ପ୍ରେମର ଠିକଣା
ନଈ ଭୁଲିଯାଏ ସମୁଦ୍ରର
ସରକାରୀ ହିସାବ ପତ୍ରରେ
ଗଣାହୁଅନ୍ତି ଲୋକେ
ଘଟିଯାଉଥାଏ ସଭା ଓ ନିର୍ବାଚନ
ରାଜା ବି ରଖନ୍ତି ନାହିଁ
ପ୍ରଜାଙ୍କ ଖବର
ମୁଁ ବହୁଦିନୁ ନିଖୋଜ ଥିଲି
ମୋ ସହରରେ
ଏବେ ମୋ ଖବର ବି ରଖେନି
ମୋ ସହର
ମୋ ଦେହର ହିସାବ
ରଖିପାରନ୍ତିନି ମୋ ସ୍ତ୍ରୀ ଓ ପିଲାମାନେ
ମୁଁ ଏକ ପୁରୁଣା ଖବର !!