ଆଲୋକ କୁମାର ପ୍ରଧାନ, ପୁରୀ, ୨୪ ଜୁଲାଇ ୨୦୨୩
ମାଟିରୁ ଆକାଶ ଯାଏଁ ଖେଦିବାର ପ୍ରଚେଷ୍ଟାରୁ ଖିଏ
ଯେଉଁ ଅନୂଭବ କୋଳେ ଉଡ଼ିବାଟା ବାଟରେ ମୁହାଁଏ
ଯାହାର ଆଦ୍ରତା ନେଇ ଇନ୍ଦ୍ରଧନୁ ପିନ୍ଧେ ସାତରଙ୍ଗ
ମନରେ ନିଇତି ଗଢେ ଭାଙ୍ଗେ ନିତି ଅମାବାସ୍ୟା ରଙ୍ଗ।
ଶୋକରୁ ଅଶୋକ ଯାଏଁ ଗୀତଠାରୁ ଗୀତ ଗୋବିନ୍ଦକୁ
ବେଳାଭୂମି ବାଣ୍ଟୁଥାଏ ଦୃଢ଼ତାର ସହିଷ୍ନୁ ଭାବକୁ
ମଥାପାତେ ମଥାପିଟେ ଟିପ୍ ଟିପ୍ ଆଶାର ବର୍ଷା ରେ
ସଙ୍କଳ୍ପର ସଜଫୁଲେ ସଜା ଦିଏ ଅଯୋଗୀ ପ୍ରେମରେ।
ଖାଲିର ଖିଆଲ ତଳେ ଖୁବ୍ ଲାଗେ ପୁରିଲା ପୁରିଲା
ଆଶଙ୍କା ଆଇନା ଦେହେ ସଂକଳ୍ପଟେ ଭାରି ଖୋଲାମେଲା
ଖସିବାର ସବୁ ରାସ୍ତା ଉଠିବାଠୁ ଲାଗଇ ଇତର
ଠିକଣା ବାଟେ ସଂକଳ୍ପ ବାସୁଥାଏ ଅତର ଅତର
ମନରେ ସଂକଳ୍ପ ନେଇ ଚାଲୁଥିଲେ ସମୟ ସାଥିରେ
ଚାନ୍ଦ ତ ହାତରେ ଥାଏ ଚାନ୍ଦଧୁଆ ଆକାଶ ଛାତିରେ।