ଆଲୋକ କୁମାର ପ୍ରଧାନ, ପୁରୀ, ୧୨ ଅଗଷ୍ଟ ୨୦୨୪
କଳ୍ପିତ ସରାଗଟିଏ ସବୁବେଳେ ସାଙ୍ଗେ ଚାଲୁଥାଏ ।
ମୁହଁମୋଡ଼ି ଗଲେ ସିଏ ତାକୁ ଖାଲି ଝୁରିବାକୁ ହୁଏ ।।
ଯେଉଁଠି ଯେମିତି ଥାଏ ଲୋଡ଼ା ପଡ଼େ ତାହାରି ପରଶ ।
ଦୁଃଖ ମେଳେ ସୁଖ ମେଳେ ତା ସାଙ୍ଗରେ ସବୁ ମଧୁମାସ ।।
ଜହ୍ନରାତି ପରି ଲାଗେ ଜହ୍ନିଫୁଲ ପରି ଭାରି ତୋଫା ।
ସପନ ଭାଡ଼ିରେ ଶାନ୍ତି ଲାଗୁଥାଏ ସବୁବେଳେ ସଫା ।।
ଅଶାନ୍ତିର ଦିନ ଗୁଡ଼ା ବ୍ୟସ୍ତତାରେ ଚାଲୁଥିବା ବେଳେ ।
ଓହୋଃ ହୋଇ ଢାଙ୍କେ ଆସ୍ବସ୍ତିର ସ୍ନିଗ୍ଧ ଛାଇ ତଳେ ।।
ନିଃଶ୍ବାସ ସାଥିରେ ଥାଏ ପ୍ରଶ୍ବାସର ନିଗଡରେ ରୁହେ ।
ନୂଆଁଣିଆ ସଞ୍ଜ ଦେହେ ଆଲୋକର ରଙ୍ଗ ଲେପୁଥାଏ ।।
ବତାସକୁ ବତା ପରି କେବେ ପୁଣି ପାହାଡ଼ ପରିକା ।
ଖିଲିପାନ ପରି ସୁଖ ବାଣ୍ଟୁଥାଏ ଖୁବ୍ ଏକା ଏକା ।।
ଜୀବନ ଯେଉଁଠି ଥାଉ ଯେମିତିକା ରୂପ ପଛେ ନେଉ ।
ପ୍ରତିଟି ମୋଡ଼ରେ ଶାନ୍ତି ଜୀବନରେ ଖାଲି ଭେଟୁଥାଉ ।।