ଆଲୋକ କୁମାର ପ୍ରଧାନ, ପୁରୀ, ୩ ଫେବୃଆରୀ ୨୦୨୫
ଖୁସି ସେରକର ଲେଉଟାଣି ଲୋଭ ମାରଇ ମୋତେ
ମୋତେ ଲାଗେ କାଳେ ଫେରିବ କି ଏହି ଶୂନ୍ଯପଥେ
ପଥେପଥେ କଣ୍ଟା ଫୁଲ ଭେଳିକି ରେ ଭୁଲେ ମୋ ମନ
ମୁନେ ସୁଖ ଆଶା ସରେନି ଯମା ମୋ ସରଇ ଦିନ
ଦିନ ପଲଟଣ ନଫେରୁ ନଫେରୁ ରାତିଟା ଆସେ
ଆସେ ବୋଲି ଆଶା ପଟୁଆର ତାର ନିଆରା ଦିଶେ
ଦିଶେ କି ସରାଗ ଲିପା ମନଖଳା ଉଠିଲେ ହସି
ହସବେଙ୍ଗଳାରେ ଦୁଇଟୋପା ଲୁହ ପଡ଼ିଲେ ଖସି!
ଖସିଖସି ଚାଲେ ଦେହରୁ ଚମକ ମନରୁ ରଙ୍ଗ
ରଙ୍ଗମଖା ହସ ଲଗେଇ ପାରେ କି ମନେ ସୁଆଙ୍ଗ
ସୁଆଙ୍ଗ ସହଜେ ଅସହଜ ଭାରି ବୟସ ଦେହେ
ଦେହେ ମୋହ ଥାଇ ମନକୁ ବା କିଏ ଲଗାମ ଦିଏ?
ଦିଏ କଥା ବୋଲି ସବୁ ବୁଲାଣିକୁ ବଢ଼େ ମୋ ଚିନ୍ତା
ଚିନ୍ତା ରୁହନ୍ତାନି ସତରେ ଏମିତି ଥରେ ହୁଅନ୍ତା??