ଆଲୋକ କୁମାର ପ୍ରଧାନ, ପୁରୀ, ୧୭ ଫେବୃଆରୀ ୨୦୨୫
ମୋତେ ମିଳୁ ଅବା ନମିଳୁ ଆଦର ଆର୍ଦ୍ରଭୂମିରେ ନିବାସ
ମୋ ଭାଗରେ ପଛେ ଶୂନ ଭାଗଫଳ ଶୂନ ହେଉ ଭାଗଶେଷ
ଶୂନ୍ୟ ସରାଗର ସୁଆଙ୍ଗ ଉଡ଼ା ଏ ଜୀବନକୁ କିଏ ନେଉ
ତା’ବଦଳେ ମୋତେ ଥରୁଟିଏ ଖାଲି ପିଲାଦିନ ଭେଟି ଦେଉ
ଜୀବନ କସ୍ତୁରୀ ଖୋଜି ଖୋଜି ମୁଁ ଯେ ପିଲାଦିନ ଯାଏଁ ଗଲି
ଠିକଣା ବିହୀନ ଚିଠିଟିଏ ପରି ସେଇଠୁ ଫେରି ଆସିଲି
ଯେଉଁ ଠିକଣାରେ ଥିଲି କିଛି କାଳ ଅଚିହ୍ନା ଲାଗିଲା ଯାହା
ମୋ ବର୍ତ୍ତମାନର ହତାଶା ନୀଡରେ ନିଜକୁ କହିଲି ଆହାଃ
ଖୋଜିବା ନିଶାଟା ଚଢ଼ି ଚଢ଼ି ଯାଏଁ ପାଇବା ନିଶାଟା ବେଶି
ସବୁଖୋଜିବାର ଅଛିଣ୍ଡା ଅଙ୍କରୁ ପଛକୁ ଫେରେ ମୁଁ ଧସି
କେତେ ମୁଁ ପାଇଛି କେତେ ହରେଇଛି ଦିନୁଦିନ ହୁଏ କ୍ଷୟ
ବୁଝିଲିଣି ଏବେ ଅଣଲେଉଟା ସେ ଯାତନା ଦେବାଟା ଥୟ
ଏମିତି ହୁଅନ୍ତା କିଏ ନ କୁହନ୍ତା ବୟସ୍କ ହେଲଣି ମୋତେ
ଦେହରୁ ମନକୁ ମୁକୁଳେଇ ଦେଇ ପିଲା ହୋଇଯା’ନ୍ତି ସତେ।।