ଆଲୋକ କୁମାର ପ୍ରଧାନ, ପୁରୀ, ୩ ମାର୍ଚ୍ଚ ୨୦୨୫
ଚାଲୁଚାଲୁ ଟିକେ ଅଟକି ଯିବାକୁ ଭାରି ଇଛା ହୁଏ ମୋର
ଅଟକି ଗଲେ କି ଅଟକେ ସମୟ ସମ୍ଭାଳି ପାଦକୁ ମୋର
ପାଦ ଦି’ଟା ପରା ଚାଲିବା ଶିଖିଛି ମଡ଼ା ଅମଡାର କୋଳେ
ତଥାପି କାହିଁକି ସକାଳ ଛୁଆଁ ଟା ମନେ ପଡ଼େ ସଞ୍ଜବେଳେ
କହୁକହୁ ମୋତେ କିଏ କୁହନ୍ତା କି ଫେରେଇବ ପିଲାଦିନ
ସବୁ ସରାଗରେ ଅହନ୍ତା ନରଖି ହସନ୍ତି ମୁଁ କିଛି ଦିନ
ଯେଉଁ କିଛି ଦିନ କିଛି କଥା ପାଇଁ ହରେଇଛି ସୁଖ କିଛି
ଆଗକୁ ମାଡ଼ିଛି ପଛକୁ ଚାହିଁଛି ଆନମନା ମୁଁ ହୋଇଛି
ସଙ୍ଗେ ଚାଲୁଚାଲୁ କୁହନ୍ତା କି କିଏ ଆ ବାଟ ଭାଙ୍ଗି ଯିବା
କେତେଦିନ ଆଉ ଗୁଳାରେ ଚାଲିବା ଖାଲି ବଡ଼ ହେଉଥିବା
ଆ ଚାଲିଯିବା ସେଇ ସମୟକୁ ଯା ହାତ ଆସିଲେ ଧରି
ଯା କୋଳେ ସପନ ଖଣ୍ଡେ ଖିଲିପାନ ଦୁଃଖ ଭାରି ହସକୁରୀ
ଏମିତି ହୁଅନ୍ତା ପଛକୁ ଫେରନ୍ତା ଆଗକୁ ନଯାଇ କାଳ
ମୋ ଆଖି ସହରେ ବସନ୍ତଟେ ହୋଇ ନାଚନ୍ତା ମୋ ପିଲାବେଳ।।