• About
  • Contact
Saturday, March 7, 2026
Saturday, March 7, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସତେ କ’ଣ ଆମେ ସ୍ୱାଧୀନ ?

ସତେ କ’ଣ ଆମେ ସ୍ୱାଧୀନ ?
Share on FacebookShare on Xshare on Whatsappshare on Linkedin
ଗାୟତ୍ରୀ ପଣ୍ଡା, ଭୁବନେଶ୍ୱର, ୧୫ ଅଗଷ୍ଟ ୨୦୨୩

ହେ ମୋର ଭାରତମାତା !
ତୁ କ’ଣ ସତରେ ସ୍ୱାଧୀନ ?
ପଢିଛି, ଜାଣିଛି !
ଅଗଷ୍ଟ ପନ୍ଦର ଉଣେଇଶ ଷଟଚାଳିଶ
ଦିନ ତୁ ପାଇଥିଲୁ ସ୍ୱାଧୀନତା ॥
ଆଜି ମନ ମୋର କୋହରେ ଭରିଛି
ନିଜେ ନିଜକୁ ପ୍ରଶ୍ନବାଣରେ ବିଦ୍ଧି ଚାଲିଛି ॥
ଉଲଗ୍ନତାର ତାଣ୍ଡବ ରୂପ
ଭଦ୍ର ସମାଜକୁ କ୍ଷତାକ୍ତ କରି ଚାଲିଛି
ପ୍ରଶାସନର ଢିଲା ଶାସନ ଅସ୍ତ୍ର
ଜନ ଜୀବନକୁ ଖଡ୍ଗଧାରରେ କରୁଛି ରକ୍ତାକ୍ତ ॥
ହା-ହା-କାର ରେ ଜନ ଜୀବନ ଅସ୍ତବ୍ୟସ୍ତ II
ଏହା କ’ଣ ସ୍ୱାଧୀନତାର ବାସ୍ତବ ସ୍ଵରୂପ ?
ଶାସନ କଲେ ମୋଗଲ, ଶାସନ କଲେ ଇଂଗ୍ରେଜ୍ ॥
ଆଜି ଆମେ ଶାସିତ ହେଉଛୁ
ନିଜେ ନିଜର ମତଦାନରେ
କେତେ ଯେ ବିଭତ୍ସ ହୋଇଛି
ମଣିଷର ମାନସିକତା II
ଖବର କାଗଜର ପ୍ରତିଟି ପୃଷ୍ଠାରେ
ମାନହାନି, ରାହାଜାନି ॥
ମଣିଷ ଭକ୍ଷୁଛି ମଣିଷର ମାଂସ
ଲଜ୍ଜିତ ହେଉଛି ଆଜି ମଣିଷ ସମାଜ ॥
ଭୂତ, ପ୍ରେତ, ବାଘ, ଭାଲୁ ଆଦି
ରହନ୍ତି ନିଜେ ସୀମାରେଖାରେ ॥
ଅଭଦ୍ର, ଅଭକ୍ଷ ମାନଙ୍କର
ଆଜି ଘଟିଛି ଉପଦ୍ରବ
ଏତ ସ୍ୱାଧୀନତା ନୁହେଁ ॥
ଗୀତା, ବେଦ, ଉପନିଷଦର
ପ୍ରତିଟି ଛନ୍ଦ ପ୍ରତିଧ୍ବନିତ ହେଉଥୁଲା
ପ୍ରତିଟି ପୂଜା ଘରେ ॥
ସମ୍ମାନ, ଆଦରରେ
ହସୁଥୁଲl ପ୍ରତିଟି ପରିବାର ॥
ଶାନ୍ତି, ସୌହାର୍ଦ୍ଦ୍ୟର
ହେଉ ଜୟ-ଜୟକାର ॥
ତେବେ ଯାଇ ହେବ
ସ୍ୱାଧୀନ ଭାରତର
ସର୍ବତ୍ର ଯଶଗାନ ॥
ଜୟ ଭାରତର ନାରା
ରେ ହସିବ ଜଗତ ସାରl ॥

ଜୟ ଭାରତ!!

ଗାୟତ୍ରୀ ପଣ୍ଡା

ଗାୟତ୍ରୀ ପଣ୍ଡା

ସରକାରୀ ଅଧିକାରୀ ଓ କବି

Related Posts

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)
Literature

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

by Manas Ranjan Mahapatra
March 4, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୪ ମାର୍ଚ୍ଚ ୨୦୨୬ ପ୍ରତି ଯୁଗରେ କିଛି ବହୁ ପରିଚିତ ଥାଆନ୍ତି। କିଛି ସ୍ୱଳ୍ପ ପରିଚିତ, କିଛି ପରିଚିତ, କିଛି ଅପରିଚିତ।...

Read more
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.