ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୨୧ ଅଗଷ୍ଟ ୨୦୨୫
ସେ ଆଖିର ଲୁହ ଏ ଆଖିରେ ଥରେ
ଦିଅ ମୋତେ ବୋହିବାକୁ
ସେ ଓଠର କଥା ଏ ଓଠରେ ଥରେ
ଦିଅ ମୋତେ କହିବାକୁ।
ସେ ମନର କଥା ଏ ମନରେ ଥରେ
ଦିଅ ମୋତେ ପଢିବାକୁ
ସେ କଣ୍ଠର ଗୀତ ଏ କଣ୍ଠରେ ଥରେ
ଦିଅ ମୋତେ ଗାଇବାକୁ।
ସେ ଜୀବନ ଦୁଃଖ ଏ ଜୀବନେ ମୋର
ଦିଅ ଥରେ ଭୋଗିବାକୁ
ସେ ପ୍ରାଣ ପିପାସା ଏ ପ୍ରାଣରେ ଥରେ
ଦିଅ ମୋତେ ମାରିବାକୁ।
ସେ ତନୁ ମନର ପ୍ରିତୀ ବାରିଦ କୁ
ଦିଅ ଥରେ ବର୍ଷିବାକୁ
ସେ ହୃଦ ଜ୍ବଳନ ଜଳିବାକୁ ଥରେ
ଦିଅ ମୋତେ ହୃଦୟକୁ।






