• About
  • Contact
Tuesday, August 18, 2026
Tuesday, August 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଶେଷ ବସନ୍ତର ଚିଠି (ଭାଗ ୩୪)

ଶେଷ ବସନ୍ତର ଚିଠି (ଭାଗ ୩୪)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୭ ଜୁଲାଇ ୨୦୨୫

ମୋ ପିଲାଦିନେ, ବୋଧେ ଅଷ୍ଟମ ଶ୍ରେଣୀରେ ପଢା ବହିରେ ଥିଲା ମନୋଜ ଦାସଙ୍କର ‘ଶେଷ ବସନ୍ତର ଚିଠି’। ଗପଟିରେ ଥିଲା – କୁନି ଝିଅଟିଏ ମାଆକୁ ହରେଇବାର ଦୁଃଖ।

ମାଆକୁ ହରେଇବାର କଷ୍ଟ ଯିଏ ଭୋଗିଛି, ସିଏ ଜାଣେ। ମାଆ ହିଁ ପ୍ରଥମ ଶିକ୍ଷକ। ମୋ ବୋଉକୁ ଯେବେଠୁ ହେତୁ ପାଇଲା ପରେ ଜାଣିଲି, ସେବେଠୁ ସିଏ ବେମାର। ସେ ବେମାରୀ କ୍ରମରେ ମାନସିକ ଅସୁସ୍ଥତା ବି ହୋଇଗଲା। ବୋଉ ଦିନକୁ କୋଡ଼ିଏ ବାଲ୍‌ଟି ପାଣି ଢାଳୁଥିଲା। କେବେ ପାଦ ଧୋଇବା ପାଇଁ ତ କେବେ ଶୌଚ ହେବା ପାଇଁ। ସେ ପ୍ରାୟ ଗାଧୋଉ ନଥିଲା। ବୋଉକୁ ଡାକ୍ତରଖାନା ନବାର ସାମର୍ଥ୍ୟ ନନାଙ୍କର ନଥିଲା। ଘରେ ପଡ଼ି ପଡ଼ି ଓ ପ୍ରଚୁର ପାଣି ବ୍ୟବହାର କରି ତାକୁ ରାଜଯକ୍ଷ୍ମା ହୋଇଗଲା।

ଏ ଭିତରେ ମୁଁ କଲେଜ ପାଠପଢ଼ା ଛାଡ଼ି ଜେ. ମହାପାତ୍ର ଆଣ୍ଡ କୋ. ରେ ସହ-ସଂପାଦକ କାମ କରିବା ଆରମ୍ଭ କଲି। ନବକିଶୋର ମହାପାତ୍ର ଥିଲେ ଏ ସଂସ୍ଥାର ମାଲିକ। ତାଙ୍କ ମ୍ୟାନେଜର ଥିଲେ ରହମାନ। ମତେ ତାଙ୍କ ବ୍ୟବହାର ଭଲ ଲାଗୁନଥିଲା। ପୁରୀରେ ଗୋଟିଏ ନୂଆ ପ୍ରେସ୍‌, କଳିଂଗ ଇଣ୍ଡଷ୍ଟ୍ରିଜ୍‌, ଗଢନ୍ତି ଛକରେ ହେଇଥାଏ। ମୁଁ ପ୍ରୁଫ୍‌ ରିଡିଙ୍ଗ ଭଲ ଭାବେ ଜାଣିଥିଲି। ଗୋଟେ ମିଟିଂରେ ମୋର କଳିଂଗ ଇଣ୍ଡଷ୍ଟ୍ରିଜ୍‌ର ମାଲିକ ବାଳକୃଷ୍ଣ ପ୍ରତିହାରୀଙ୍କ ସହ ଦେଖାହେଲା। ସେ ମତେ ଚାରିଶହ ଟଙ୍କା ଦରମାରେ ପ୍ରେସରେ ଯୋଗଦେବାକୁ କହିଲେ।

ସେଠି ବି ସମୟ ଭଲରେ ଗଲାନି। ସେ ଆଉ ଏକ କାହାଣୀ ମୋ ଜୀବନର। ପରେ ଲେଖିବି ସେ କଥା।

ଯେତେବେଳେ ମୁଁ ‘ଶେଷ ବସନ୍ତର ଚିଠି’ ପଢେ, ମୋ ବୋଉ କଥା ଭାରି ମନେପଡ଼େ। ଶେଷ ବସନ୍ତର ଚିଠିର ସେ ବୋଉ ଡାକ୍ତରଖାନାକୁ ଗଲା ଯେ ଫେରିଲାନି। ମୋ ବୋଉକୁ ଯେତେବେଳେ ଡାକ୍ତରଖାନା ନେବାର ଅବସ୍ଥା ମୋର ହେଲା ବୋଉ ରହିଲାନି। ଚିକିତ୍ସା ନପାଇ ନପାଇ ସେ ଦିନେ ଚାଲିଗଲା।

‘ଶେଷ ବସନ୍ତର ଚିଠି’ ପଢିଲା ପରେ ମୁଁ ଥରେ ମନୋଜ ଦାସଙ୍କୁ ପତ୍ରିକାରେ ପଢ଼ିଲି। ତାଙ୍କ ଠିକଣା ଥିଲା: ଶ୍ରୀ ଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ। ଦଶ କି ପନ୍ଦର ପଇସାରେ ପୋଷ୍ଟକାର୍ଡ ମିଳୁଥାଏ। ଚିଠିଟିଏ ଲେଖି ପଠେଇ ଦେଲି। ମାସକ ପରେ ଉତ୍ତର ଆସିଲା, ଲେଖିଥିଲେ ସ୍ୱୟଂ ମନୋଜ ଦାସ। ମତେ ଆପଣ ବୋଲି ପ୍ରିୟ ମନୋଜ ବାବୁ ସଂବୋଧନ କରି ଲେଖିଥିଲେ। ସ୍କୁଲରେ ପଢିଛି ବୋଲି ମୁଁ ତାଙ୍କୁ ଲେଖିଥିଲି। ତାହା ଜାଣି ବି ସେ ମତେ ଲେଖିବାକୁ ଶୁଭେଚ୍ଛା ଦେଇଥିଲେ।

ମୋ ମାଉସୀ ପୁଅ ଭାଇ, ନେପାଳୀ ଭାଇନା ରହୁଥାଏ ତିଆଡ଼ି ସାହିରେ। ସେ ଥିଲା ମୋର ସହପାଠୀ। ତାଙ୍କ ସାହିରେ ଶ୍ରୀ ଅରବିନ୍ଦ ପାଠଚକ୍ର ହେଉଥାଏ। ସେଠାକୁ ଗଲି, ଜାଣିଲି ମନୋଜ ଦାସ ଶ୍ରୀ ଅରବିନ୍ଦ ଆଶ୍ରମ ପଣ୍ଡିଚେରୀର କଣେ ସାଧକ। ସେଇଠି ସେ ରହନ୍ତି।

୧୯୭୬-୭୭ ବେଳର କଥା। ମୋର ଜଣେ ଭାଇନା ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ପୁରୀର ଅଧ୍ୟକ୍ଷ ହେଲେ। ମନୋଜ ବାବୁ ସେଠିକି ଗୋଟିଏ ସଭାକୁ ଆସିଲେ। ଦେଖା କରିବି ବୋଲି ଗଲି। କେତେ ଭିଡ଼, ତାଙ୍କୁ ଦେଖା କରିବାକୁ ସାହସ କରିପାରିଲିନି, ଚୁପ୍‌ଚାପ ଫେରିଆସିଲି।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଭାରତର ସନ୍ତାନ
Literature

ଭାରତର ସନ୍ତାନ

by ଦେବେନ୍ଦ୍ର କୁମାର ସାହୁ
August 15, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୬ ମୁହିଁ ଭାରତର ଅମୃତ ସନ୍ତାନ ମୋ ଜନ୍ମ ପାଇଁକି ମୁହିଁ ଧନ୍ୟ ବିବିଧତା ମଧ୍ୟେ ଏକତା ଗୀତିକା...

Read more
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.