ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୭ ଜୁଲାଇ ୨୦୨୪
ଏ କି ବାସ୍ନା ମୋ ମନରେ
ମୋ ଆତ୍ମାରେ,
ମୋ ଚେତନାରେ ।
ମୁଁ କେମିତି ମୁକୁଳିତ ପତ୍ର ପରି
ଫୁଲ ପରି
ବିକଶି ଉଠୁଛି ଆପେ ଆପେ
କଳ୍ପବୃକ୍ଷ, ଶ୍ରୀମନ୍ଦିର, ସ୍ଵର୍ଗଦ୍ଵାର,
ସ୍ନାନବେଦୀ, ବାଇଶି ପାହାଚ,
ସବୁଠାରେ ମୋ ଚେତନା
ମେଲିଯାଏ ପଦ୍ମର ପାଖୁଡ଼ା ପରି
ସବୁଠାରେ ମୋ ଚେତନା
ସ୍କନ୍ଦିତ ଓ ଅଙ୍କୁରିତ
ଭୋରବେଳ ମହୁମାଛି ପରି ।
ବହୁଦିନ ପରେ ଆଜି ଏମିତି ଭାବରେ
ଶ୍ରୀକ୍ଷେତ୍ରର ଆକର୍ଷଣ,
ସୂର୍ଯ୍ୟାସ୍ତରେ ସମୁଦ୍ର ଓ ଝାଉଁବଣ
ଚିତାକୁଟା ଆକାଶରୁ ଫାଳେ ।
ମୁଁ କେମିତି ମହକି ଉଠୁଛି ଦୀପର ସୁଗନ୍ଧ ପରି
ଚର୍ଚ୍ଚିତ ଚନ୍ଦନ ପରି
ଏକୁଟିଆ ମନ୍ଦିର ବେଢ଼ାରେ ।