• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସିଏ ବି ମଣିଷ

ସିଏ ବି ମଣିଷ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୩ ଅପ୍ରେଲ ୨୦୨୪

ସିଏ ବି ମଣିଷ
ଆଉ ଆମେ ବି ମଣିଷ,
ତେବେ ବ୍ୟବସ୍ଥା ଉପରେ
(ତା’ର) କାହିଁକି ରହୁନି ବିଶ୍ୱାସ ।। ୧ ।।

ଦିନ ସାରା ଖଟି ଖଟି
ମଜୁରି ମିଳୁନି ପାଞ୍ଚଶ,
କେମିତି ତୋଷିବ ସେଥିରେ
ତା’ର ପରିବାର ଶୋଷ ।। ୨ ।।

ଅଧିକ ରୋଜଗାର ପାଇଁ
ରଖିଥିଲା ଅଭିଳାଷ,
ସହରେ କାମର ଅଭାବ
ତାକୁ କରୁଛି ବିବଶ ।। ୩ ।।

ଖାଦ୍ୟ, ପାଣି, ପବନ ପରା
ଏଠି ସବୁ ହୋଇଛି ବିଷ,
ଦୁର୍ବିସହ ଜୀବନ ତା’ର
ହେଉଛି ହାହୁତାଶ ।। ୪ ।।

କୁଡ଼ିଆ ତଳେ ବିତେ ରାତି
ଯେଣୁ ନାହିଁ ଖଣ୍ଡେ ଆବାସ,
ଶୋଇବା ପାଇଁ ନାହିଁ ବିଛଣା
ତଳେ ପାରି ଦେଉଛି ହେଁସ ।। ୫ ।।

ପିନ୍ଧିବା ଲାଗି ନାହିଁ ପୋଷାକ
ଲୁଙ୍ଗି, ଗାମୁଛା ତା’ ବେଶ,
ସେଥି ପାଇଁ ମନ ଭିତରେ
ନାହିଁ ଟିକିଏ ଅବଶୋଷ ।। ୬ ।।

ଜମି ଖଣ୍ଡିଏ ନଥିବା ଯୋଗୁ
ସିଏ କରି ପାରୁନି ଚାଷ,
ଦିନେ ଖାଇଲେ ଆର ଓଳିକୁ
ରହି ଯାଉଛି ଓପାସ ।। ୭ ।।

ଏମିତି ଦିନ ବିତିବା ଯୋଗୁଁ
ମନେ ଭରୁଛି ନିରାଶ,
ବିଷମୟ ଏ ପରିବେଶରେ
ରୁନ୍ଧି ଯାଉଛି ତା’ ନିଶ୍ୱାସ ।। ୮ ।।

ତେଣୁ ଏ ବ୍ୟବସ୍ଥା ଉପରେ
କେମିତି ରଖିବ ବିଶ୍ୱାସ,
ଦୁନିଆଁରେ ଆମ ଭଳି ପରା
ସିଏ ବି ମଣିଷ ।। ୯ ।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)
Literature

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

by Manas Ranjan Mahapatra
March 4, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୪ ମାର୍ଚ୍ଚ ୨୦୨୬ ପ୍ରତି ଯୁଗରେ କିଛି ବହୁ ପରିଚିତ ଥାଆନ୍ତି। କିଛି ସ୍ୱଳ୍ପ ପରିଚିତ, କିଛି ପରିଚିତ, କିଛି ଅପରିଚିତ।...

Read more
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.