ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୮ ଅଗଷ୍ଟ ୨୦୨୪
ଗୋହିରୀ ସେପାଖେ
ଲୁଚିଲା ସବାରୀ
ଦିଶିଲା ନାହିଁ ବି ମୋତେ
ମିଟିମିଟି ହୋଇ ତାରା ହସୁଥିଲା
ନିଛାଟିଆ ସେଇ ରାତେ।
ତମେ ହଜିଗଲ ସପନ ଭିତରେ
ସପନ ତ ଗଲା ସରି
ତମେ ହଜିଗଲ ଦୂର ଦୀଗନ୍ତେ
ମୁଁ କେବଳ ହୁଏ ଝୁରି।
ଇନ୍ଦ୍ରଧନୁର ରଙ୍ଗକୁ କେବେ
ତମେ କି ପାରିଛ ଧରି
ମନ ଗହନର ଅତଳ ତଳେ ତ
ରହିଛି ସ୍ମୃତିର ପୁରୀ।
ସ୍ମୃତିର ଶ୍ରାବଣ ହଜିଯାଏ ନାହିଁ
ବାରବାର ଆସେ ଫେରି
ବେଦନା ବତୁରା ମନ ତଳେ ତଳେ
ହେବାକୁ ଜୀବନେ ଝୁରି।