ଆଲୋକ କୁମାର ପ୍ରଧାନ, ପୁରୀ, ୮ ଅପ୍ରେଲ ୨୦୨୪
କବିତା ଲେଖିବି ବୋଲି ଭାବିଲି ଯେ ଲେଖି କି ପାରିଲି ?
ଧଡି ପରି ଧାଡିଟିଏ ପାଇଲି କି ଶବ୍ଦରେ ହଜିଲି ।
ଲେଖୁଲେଖୁ କବିତାଟେ କବିତାର ଶେଷ ପଦ ପରି ।
ବଦଳୁଥିଲି ମୁଁ ଯାହା ଆରମ୍ଭକୁ ସୁମରି ସୁମରି ।।
ଛନ୍ଦୁଥିଲି ଛାନ୍ଦପରି ଆରମ୍ଭକୁ ଶେଷପଦ ସରି ।
ଭାବ ସହ ଭାଷା ପାଇଁ ମେଳକଟେ ସହସା ଆଦରି ।।
ଅନ୍ତଃଛନ୍ଦ ରଖି କେବେ ହୋଇଲି ମୁଁ ଦୀର୍ଘ କବିତାଟେ ।
ଚଉଦଧାଡିରେ ହଜି ବରିନେଲି ବନବାସ ଗୋଟେ ।।
ଜାତି ପରି ଯତି ଖୋଜି ପାତିଲି ମୁଁ ହାତ ଯା ପାଖରେ ।
ଯୂ ଗଲା ଜାତି ଗଲା ଅଜାତିର ଗୋଲକ ଧନ୍ଦାରେ ।।
ଯେଉଁଠି ଶବ୍ଦ କାରାରେ ଭୁଞ୍ଜୁଥାଏ ଅକବିତା ସଜା ।
ନିନ୍ଦା ବି ବାଇଦ ହୋଇ କହୁଥାଏ ଏଇନା ମରିଯା ।।
କବିତାକୁ ଭଲପାଏ ଭଲପାଏ କବିତା ହେବାକୁ ।
କବିତାର ରଙ୍ଗଠାରୁ କିଛି ରଙ୍ଗ ଉଧାର ନେବାକୁ ।।