• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଶ୍ରୀକ୍ଷେତ୍ର ପରିକ୍ରମା : ପୁରୀର ଏକ ଅନୁପମ ପରମ୍ପରା

ଶ୍ରୀକ୍ଷେତ୍ର ପରିକ୍ରମା : ପୁରୀର ଏକ ଅନୁପମ ପରମ୍ପରା
Share on FacebookShare on Xshare on Whatsappshare on Linkedin
ଶୈଳବାଳା ମହାପାତ୍ର, ପୁରୀ, ୮ ଅକ୍ଟୋବର ୨୦୨୨

ଓଡ଼ିଶାର ପ୍ରାଣମୟ କର୍ତ୍ତା ଶ୍ରୀ ଜଗନ୍ନାଥ କେବଳ ଓଡ଼ିଆଙ୍କର ଆଧ୍ୟାତ୍ମିକ ଦେବତା ନୁହନ୍ତି; ସେ ସମଗ୍ର ବିଶ୍ୱର ଜନପ୍ରିୟ ଦେବତା। ଆମେ ଯେଉଁ ସବୁ ଦେବତାମାନଙ୍କର ପୂଜା କରୁଥାଉ ଯଥା: ରାମ, କୃଷ୍ଣ, ନୃସିଂହ, ହନୁମାନ, ଲକ୍ଷ୍ମୀ, ସରସ୍ଵତୀ, ପାର୍ବତୀ ଇତ୍ୟାଦି ଦେବ ଦେବୀଙ୍କର ନିର୍ଦ୍ଦିଷ୍ଟ ସ୍ଵରୂପ ରହିଛି। ଏହି ଦେବ ଦେବୀଙ୍କର ମାନବାକୃତି ସ୍ଵରୂପ ଥିଲାବେଳେ ଏକମାତ୍ର ଶ୍ରୀ ଜଗନ୍ନାଥଙ୍କର ରୂପ ସମସ୍ତଙ୍କ ଠାରୁ ଭିନ୍ନ। ତେଣୁ ଜଗନ୍ନାଥଙ୍କର ଏହି ସ୍ଵରୂପକୁ ପ୍ରତୀକାତ୍ମକ ଦେବତା ଭାବରେ ଅଭିହିତ କରାଯାଇଛି।

ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଓଡ଼ିଆଙ୍କର ସାମାଜିକ ତଥା ସାଂସ୍କୃତିକ ପରମ୍ପରା ଗଢ଼ି ଉଠିଛି। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ଇଷ୍ଟ ଦେବ ଓ ହିନ୍ଦୁ ସମାଜର ପରମ ଆରାଧ୍ୟ। ଓଡ଼ିଶାର ସଂସ୍କୃତି ଓ ପରମ୍ପରାରେ ଶ୍ରୀ ଜଗନ୍ନାଥଙ୍କର ଆତ୍ମୀୟତା ଭରିରହିଛି। କାଞ୍ଚି ଅଭିଯାନ, ମାଣବସା ଲକ୍ଷ୍ମୀ ପୁରାଣ, ଲକ୍ଷ୍ମୀ ନାରାୟଣ କଳି ଏହାର ପ୍ରକୃଷ୍ଟ ଉଦାହରଣ।

ତେବେ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ପୁରୁଷୋତ୍ତମ କ୍ଷେତ୍ର ଅର୍ଥାତ୍ ପୁରୀରେ ଯେଉଁ ସବୁ ପର୍ବ ପର୍ବାଣୀ ପାଳିତ ହୁଏ, ସେଗୁଡ଼ିକ ମଧ୍ୟରୁ “ଶ୍ରୀକ୍ଷେତ୍ର ପରିକ୍ରମା” ଅନ୍ୟତମ। ଓଡ଼ିଶାରେ ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ; ଏହି ଚାରି ମାସକୁ ପବିତ୍ର ଧର୍ମ ମାସ ଭାବରେ ପାଳନ କରିଥାନ୍ତି। ଏହି ଚାରିମାସ ମଧ୍ୟରୁ କାର୍ତ୍ତିକ ମାସ ଅତ୍ୟନ୍ତ ପବିତ୍ର ତଥା “ହବିଷ ମାସ” ଭାବରେ ପାଳିତ ହୋଇଥାଏ। ସମଗ୍ର ଓଡ଼ିଶାର ବିଭିନ୍ନ ସ୍ଥାନରୁ ବୃଦ୍ଧାମାନେ ଶ୍ରୀକ୍ଷେତ୍ର ରେ ଅବସ୍ଥାନ କରି ଏହି କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି।ହବିଷ୍ଯାଳିମାନେ ତୁଳସୀ ଚଉରା ପାଖରେ ରାଇଦାମୋଦରଙ୍କ ପୂଜା ପୂର୍ବକ ଜଗନ୍ନାଥ ଙ୍କୁ ଦର୍ଶନ କରି ପୂଣ୍ୟ ଅର୍ଜନ କରିଥାନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମହାବୈଷ୍ଣବୀୟ ଭାବଧାରାର କେନ୍ଦ୍ରବିନ୍ଦୁ ପରମ ପ୍ରେମମୟ ଶ୍ରୀକୃଷ୍ଣଙ୍କର ଅନ୍ୟ ରୂପ ଭାବେ ବର୍ଣ୍ଣନା କରାଯାଏ। ବୈଷ୍ଣବମାନେ ଜଗନ୍ନାଥଙ୍କ ସ୍ଵରୂପରେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିଥାନ୍ତି। ପରମ ବୈଷ୍ଣବ ଶ୍ରୀ ଚୈତନ୍ୟଙ୍କ ଠାରୁ ଏହି ଶ୍ରୀକ୍ଷେତ୍ର ପରିକ୍ରମା ବିଧି ପୁରୀରେ ଆରମ୍ଭ ହୋଇଥିଲା। ବୈଷ୍ଣବ ଧର୍ମାବଲମ୍ବୀ ମାନେ “ପରିକ୍ରମା”କୁ ଏକ ପବିତ୍ର ଅନୁଷ୍ଠାନ ଭାବେ ମାନିଥାନ୍ତି। ଖୋଳ କରତାଳ ଧରି ସଙ୍କୀର୍ତ୍ତନ କରି କରି ସେମାନେ ପରିକ୍ରମା କରିଥାନ୍ତି। “ଚୌରାଅଶୀ ପରିକ୍ରମା”, “ବୃନ୍ଦାବନ ପରିକ୍ରମା”, “ଗୋବର୍ଦ୍ଧନ ଗିରି ପରିକ୍ରମା” ଇତ୍ୟାଦି ଶ୍ରୀଚୈତନ୍ୟ ଆରମ୍ଭ କରିଥିଲେ, ଯାହା ଏପର୍ଯ୍ୟନ୍ତ ବୈଷ୍ଣବମାନେ ଗୋପ, ବୃନ୍ଦାବନ ଇତ୍ୟାଦି ବୈଷ୍ଣବୀୟ ଅଞ୍ଚଳରେ ପାଳନ କରିଥାନ୍ତି। ସେହିଭଳି ଚୈତନ୍ୟ ଦେବ ଓଡ଼ିଶାର ପୁରୀରେ ଅବସ୍ଥାନ କାଳରେ ଏହି ଶ୍ରୀକ୍ଷେତ୍ର ପରିକ୍ରମାର ପବିତ୍ର ବିଧି ଆରମ୍ଭ କରିଥିଲେ।

ଶ୍ରୀ ଚୈତନ୍ୟ ଗୈାଡ ଦେଶରୁ ଆସିବାବେଳେ ରାୟ ରାମାନନ୍ଦ ତାଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ ଓ ତତ୍କାଳୀନ ରାଜା ପ୍ରତାପରୁଦ୍ର ଦେବଙ୍କୁ ପ୍ରଭାବିତ କରିଥିଲେ। ତେଣୁ ମୋଗଲ ତଥା ବିଭିନ୍ନ ବାହ୍ୟ ଆକ୍ରମଣରେ ପରାହତ ପ୍ରତାପରୁଦ୍ର ଶ୍ରୀଚୈତନ୍ୟଙ୍କ ଦ୍ଵାରା ପ୍ରଭାବିତ ହୋଇ ବୈଷ୍ଣବ ପାଲଟିଥିଲେ ଏବଂ “କରବାଳ” ତ୍ୟାଗ କରି “କରତାଳ” ଧାରଣ କରି ମହାସଙ୍କୀର୍ତ୍ତନ ରେ ମନ ପ୍ରାଣ ଦେଇଥିଲେ।

ଓଡ଼ିଶାର କାର୍ତ୍ତିକ ହବିଷ୍ଯାଳିମାନେ ଏକ ମାସ ବ୍ରତ ରଖୁଥିବା ବେଳେ ବୈଷ୍ଣବୀୟ ହବିଷ୍ଯାଳିମାନେ ଆଉ ପାଞ୍ଚ ଦିନ ଅଧିକ ବ୍ରତ ରଖିଥାନ୍ତି। କାର୍ତ୍ତିକ ପୂର୍ଣ୍ଣିମା ଯିବା ପାଞ୍ଚ ଦିନରେ ସେମାନେ ଅର୍ଥାତ୍ ବୈଷ୍ଣବୀୟମାନେ ଶ୍ରୀକ୍ଷେତ୍ର ପରିକ୍ରମା କରି ଏହି ବ୍ରତ ଉଦଯାପନ କରିଥାଆନ୍ତି। ଏହା ଶ୍ରୀଚୈତନ୍ୟ ଦେବ ଙ୍କ ଠାରୁ ଆରମ୍ଭ ହୋଇ ଏଯାବତ୍ ଚଳିଆସିଛି । ଜଗନ୍ନାଥ ସର୍ବଧର୍ମ ସମନ୍ଵୟ ର ପ୍ରତୀକ । କ୍ରମେ ଓଡ଼ିଆ ହବିଷ୍ଯାଳିମାନେ ଏହି ଶ୍ରୀକ୍ଷେତ୍ର ପରିକ୍ରମାରେ ସାମିଲ୍ ହୋଇ ଏହି ଦିନ ପଞ୍ଚୁତୀର୍ଥ ର ପୂଣ୍ୟଫଳ ପ୍ରାପ୍ତ ହୋଇଥିଲେ।

ପରିଶେଷରେ ଏହା ଓଡ଼ିଶାର ଏକ ପବିତ୍ର ପର୍ବ ଭାବରେ ପରିଗଣିତ ହୋଇଛି। ଏହି ଦିନ ପୁରୀ ର ପାଞ୍ଚଟି ତୀର୍ଥକୁ ପରିକ୍ରମା କରାଯାଇଥାଏ। ସେଗୁଡିକ ହେଲା ଇନ୍ଦ୍ରଦ୍ୟୁମ୍ନ ତୀର୍ଥ ପୁଷ୍କରିଣୀ, ମାର୍କଣ୍ଡେଶ୍ୱର ତୀର୍ଥ ପୁଷ୍କରିଣୀ, ମଣିକର୍ଣିକା, ଶ୍ଵେତଗଙ୍ଗା, ତଥା ମହୋଦଧି ବା ସମୁଦ୍ର। ଶଙ୍ଖକ୍ଷେତ୍ର ପୁରୀର ପରିସୀମା ଏହି ପାଞ୍ଚଟି ତୀର୍ଥ ସ୍ଥଳ ତଥା ପାଞ୍ଚ କୋଷ ମଧ୍ୟରେ ଆବଦ୍ଧ ଥିବାରୁ ଏହାକୁ “ପଞ୍ଚୁକୋଷୀ ଯାତ୍ରା” ବୋଲି ମଧ୍ୟ କୁହାଯାଇଥାଏ। ବୈଷ୍ଣବୀୟମାନେ ସଙ୍କୀର୍ତ୍ତନ ପୂର୍ବକ ଏହି ତୀର୍ଥସ୍ଥଳ ସବୁ ପରିକ୍ରମା କରିଥାନ୍ତି। ଏହି ପରିକ୍ରମାରେ ସମଗ୍ର ଶଙ୍ଖକ୍ଷେତ୍ର ପରିକ୍ରମିତ ହେଉଥିବାରୁ ଏହାକୁ “ଶ୍ରୀକ୍ଷେତ୍ର ପରିକ୍ରମା” ବୋଲି କୁହାଯାଏ ।।

ଶୈଳବାଳା ମହାପାତ୍ର

ଶୈଳବାଳା ମହାପାତ୍ର

ବିଶିଷ୍ଟ କବି ଓ ସାହିତ୍ୟିକ, ଦୂରଭାଷ ନଂ ୭୦୦୮୫୮୬୫୦୧

Related Posts

The Season of Board Exams: A Mother’s Tale
Literature

The Season of Board Exams: A Mother’s Tale

by Sudipta Mishra
March 2, 2026

Sudipta Mishra, Puri, 2 March 2026 Exams come every year With their fierce arrival A child's heart fills with fear...

Read more
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.