ମାନସ ରଂଜନ ମହାପାତ୍ର, ପୁରୀ, ୧୮ ନଭେମ୍ବର ୨୦୨୩
ଶ୍ରୀକୃଷ୍ଣ ପ୍ରେସର କୃଷ୍ଣ ମଉସାଙ୍କୁ ଚିହ୍ନିଚ
ସେଇ କୃଷ୍ଣ ମଉସା ତ, ଟୁନା ମୁନାଙ୍କ ବାପା, ତପନ ଭାଇଙ୍କ କକା,
ମାର୍କଣ୍ଡେଶ୍ଵର ସାହିର
ଧୋତି କୁର୍ତ୍ତା ପିନ୍ଧୁଥିବା ସେଇ
ଚଷମାଲଗା ମଣିଷଟି
ବଜାରରୁ ଫେରିଯିବାର ସେଇ ଗହଳ
ତିନିଶ ପଂଷଠି ଦିନ
ଧିରେ ଧିରେ ଭୁଲିଗଲାଣି ସହର
ଟ୍ରେଡିଙ୍ଗ ପ୍ରେସରେ ସେଇ ସିସା ଅକ୍ଷର
କଂପୋଜ କରୁଥିବା କୃଷ୍ଣ ମଉସା ଦିନେ
ମାର୍କଣ୍ଡେଶ୍ଵର ସାହିରୁ ମାର୍କେଟ ଛକ ଦେଇ
ପହଞ୍ଚି ଗଲେ ତଳନୂଆ ସାହିରେ
ଦୋଳମଣ୍ଡପ ସାହିର ଅକ୍ଷରମାନେ ଚକାମୁଣ୍ଡି ପକେଇ ବସିଲେ
ଡ଼ାକ୍ତରଖାନା ଛକରେ
ତିନିଶ ପଂଷଠି ଦିନ ତଳେ
ଏଠି ବି ଥିଲେ ଜଣେ
ଶ୍ରୀକୃଷ୍ଣ ପ୍ରେସର କୃଷ୍ଣ ମଉସା
ହଜିଯାଇଛନ୍ତି ଭିଡ଼ରେ
ଆମେ ଖୋଜିଚାଲିଛୁ ଆଲୁଅ ଧରି ଆମ
ପୁରୁଣା ସହର ଗଳିକନ୍ଦିରେ ।।