ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୮ ସେପ୍ଟେମ୍ବର ୨୦୨୪
ତମସା ନଈର ଜଳ ଆଇନାରେ
ଅଳସୀ ଫୁଲର ଛାଇ
ସେଇ ଫୁଲ ଅବା ରାତିର
କାକର ତାରକଶିଦେହେ
ସତେ କି ପଡ଼ିଛି ଶୋଇ।
ହୀରାନୀଳା ଆଉ ମୋତି ମାଣିକ୍ୟ ବା
ଅଳସୀ ଫୁଲର ଦେଶ
ସେ ଫୁଲ ଆଖିରେ କେତେ ଯେ ଫଗୁଣ
ରଚିଛି ନୂତନ ରାସ।
ପଂପାତୀରର ବିଭୋର ପବନ
ଘୁମେଇ ପଡ଼ିଛି
ସୁନାରୀ ସପନ ହୋଇ
ଶାବରୀ ତୀରର ଟିକ୍ରୀ ଜାନି ଗୋ
ନିଦ କି ଭାଙ୍ଗିବ ନାହିଁ ।