ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୬ ମଇ ୨୦୨୫
ଆଜି ଭାରି ମନେପଡୁଛି
ସୁନା ରଙ୍ଗର ଶାଢ଼ୀରେ
ଭାରି ଅପୂର୍ବ ଦେଖାଯାଏ
ତୋ ଚେହେରା।
ଗତକାଲି ଦୀକ୍ଷା ତୋ କଥା ପଚାରୁଥିଲା
ତୁ କେବେ ଫେରିବୁ ମାଆ
ତୋ ଠୁ ମୁଁ କିଛି ବି ଶିଖି ପାରିଲିନି।
ତୋର ନିର୍ମାୟା, ସହନଶୀଳତା
ହସି ହସି ଜୀବନକୁ କୋଳେଇ ନେବାର କଳା
ପରକୁ ଆପଣାର କରିବାର ଉଦାରତା
ସମୟ ପାଖରେ
ତୁ ହାରି ଯାଇଛୁ।
ତୁ ଅସରନ୍ତି ସମୁଦ୍ରର ଗଭୀରତା
ତୋ ଭିତରେ କେତେ କ’ଣ
ଲୁଚାଇ ରଖିଛୁ।
ତୋ ଦାତାପଣରେ ତୁ ଧନୀ
କରିଦେଇଛୁ ସମସ୍ତଙ୍କୁ
ତୋ ପରି ମୁଁ ହେଲି ନାହିଁ।






