ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୬ ଜୁନ୍ ୨୦୨୩
ଏଇ ଦୁନିଆର ପାନ୍ଥଶାଳାରେ
ମୁଁ ଏକ ପଥିକଟିଏ
ଚଳମାନ ଏଇ ସୁଅର ସହିତ
ଭାସିଯାଏ ଭାସିଯାଏ ।୧।
ପ୍ରଭାତର ପକ୍ଷୀ ଉଠେ ଯେବେ ଡାକି
ମଧୁରତା ବିଞ୍ଚି ଦେଇ
ସକାଳର ଫୁଲ ମହକ ବିଛାଇ
ଗୀତ ଯେବେ ଉଠେ ଗାଇ
ନୀଳ ସାଗରର ଢେଉ ହୋଇ ମୁଁ ଯେ
ତା ଭିତରେ ହଜିଯାଏ ।
ଭାସମାନ ଏକ ନଉକା ସମାନ
ଜୀବନଟା ଭାସୁଥାଏ ।୨।
ମେଘ ରାଇଜରୁ ଭାସି ଆସ ତମେ
ଆଶୀଷର ବାରି ହୋଇ
ଶିଳା ବନ୍ଧୁର ଶଯ୍ୟାରେ ଆଜି
ଟୋପାଏ ଗଙ୍ଗୋତ୍ରୀ ମୁହିଁ ।୩।