ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୧ ଫେବୃଆରୀ ୨୦୨୪
ତୋ ମାଆ ଆଖିର ଜ୍ୟୋତିହୋଇ
ତୁ ଆସିବୁ ମୁଁ ଜାଣେ ।
ବାପା ଆଖିର ସ୍ଵପ୍ନର ଅଞ୍ଜନ ବୋଳି
ତୁ ଆସିବୁ ମୁଁ ଜାଣେ ।
ସେତେବେଳେ ମୋର ଅବଶିଷ୍ଟ ଆୟୁଷ
ତୋତେ ଦେଇଦେବି ।
ମୋର ସବୁ ସୁକୃତିର ଆଲୋକରେ
ଆଲୋକିତ କରିଦେବି ।
ଆଶୀର୍ବାଦର ପବିତ୍ର ଜଳରେ
ଧୋଇଦେବି ସବୁ ଅଶୁଭକୁ
ତୁ ବଡ଼ ହେଲେ ବୁଝିବୁ
ଏ ଜୀବନ ଯେତେ ଜିଦଖୋର
ହେଉପଛେ
ତା’ ଠାରୁ ଅଧିକ ମଧୁର ।
ତୁ କାହାପରି ହେବୁ ନାହିଁ
ତୁ ଖାଲି ତୋ ପରି ହେବୁ
ପୃଥିବୀର ଭଲଦିନ ପାଇଁ
ବାଟ ଖୋଲିଦେବୁ ।