• About
  • Contact
Monday, December 8, 2025
Monday, December 8, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ତୁମ ଆରାଧନା ତୁମର ବନ୍ଦନା

ତୁମ ଆରାଧନା ତୁମର ବନ୍ଦନା
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ୩୧ ଅଗଷ୍ଟ ୨୦୨୨

ତୁମ ଆରାଧନା ତୁମର ବନ୍ଦନା
କରୁଅଛି ମୁହିଁ ଗଣନାଥ,
ପୁଷ୍ପାଞ୍ଜଳୀ ଦେଇ ପ୍ରଣାମ କରଇ
ଦେଖାଅ ନାଥ ହେ ସତପଥ.
ଚାହିଁ ଦିଅ ଟିକେ କରୁଣା ଚକ୍ଷୁରେ
ଉଦୟ ହେଉ ମୋ ସଦଜ୍ଞାନ
ନମ୍ରତା ସାଧୁତା ଭରୁ ମୋ ହୃଦୟେ
କରୁଥାଏ ସଦା ସତକର୍ମ.
ମାତା ପିତା ପ୍ରତି ରହୁମୋ ଭକତି
ସେବାରେ ତାଙ୍କର ରହୁ ମତି
ଭାଇଚାରା ଭାବ ରହୁ ମୋ ଅତୁଟ
ସମସ୍ତଙ୍କ ପାଇଁ ରହୁ ପ୍ରୀତି.
ବାଧା ବିଘ୍ନ ଯେତେ ଆସୁ ଜୀବନରେ
ଭାଙ୍ଗି ମୁଁ ନ ଯାଏ କେବେହେଲେ
ବିଘ୍ନବିନାଶନ ପ୍ରଭୁ ଆଗ୍ରପୂଜ୍ୟ
ରଖି ଥାଅ ସଦା ବାହୁତଳେ.
ଜାଣି ନାହିଁ କିଛି ପୂଜା ଵିଧି ମୁହିଁ
ନାହିଁ ପାସେ କିଛି ଉପଚାର
ତୁମ ଶରଣରେ ରହୁଅଛି ନାଥ
ଜ୍ଞାନ ଜାଗରଣ ପ୍ରଭୁ କର.
*************
ଗଣଦେବତା ଅଗ୍ରପୂଜ୍ୟ ପାଶ ଅଙ୍କୁଶ ଧାରଣ
ବିଘ୍ନବିନାଶନ ଜ୍ଞାନ ବିଦ୍ୟା ପ୍ରଦାୟକ ଶ୍ରୀଗଣେଶଙ୍କ
ପବିତ୍ର ଜନ୍ମ ତିଥି ଅବସରରେ ମୋର ଭକ୍ତି ପୂତ ପ୍ରଣତି.
ଅଧୀନ
“ଦେବେନ୍ଦ୍ର ”
*************

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି
Literature

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

by ଅବନୀ ଚନ୍ଦ୍ର ଦାସ
December 3, 2025

ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୫ ଏହି ପ୍ରବାଦଟି କାହିଁ କେତେଦିନରୁ ଆମ ସମାଜରେ ପ୍ରଚଳିତ ହୋଇ ଆସୁଛି, ତାର ହିସାବ କିଏ ରଖିଛି...

Read more
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
କିଛି କଥା

କିଛି କଥା-୨

November 25, 2025
’କା’ର କଳାକାର (ଭାଗ ୫୧)

’କା’ର କଳାକାର (ଭାଗ ୫୧)

November 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.