• About
  • Contact
Sunday, August 30, 2026
Sunday, August 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ତୁମ ରଥଯାତ

ତୁମ ରଥଯାତ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୪ ଜୁନ୍ ୨୦୨୫

ତୁମ ରଥଯାତ ଦେଖିବା ପାଇଁକି,
ଭକତ ଆକୁଳେ ରହିଛି ଚାହିଁ।
ରଥାରୁଢ଼ ତୁମ ଦରଶନ ପାଇ,
ଦିବ୍ୟ ଭାବନାରେ ଯିବ ସେ ମୋହି ।।୧।।

ଝୁଲି ଝୁଲି ତୁମେ ରଥକୁ ଆସିବ,
ବଡ଼ଦାଣ୍ଡେ କେତେ ଭିଡ଼ ଲଗାଇ।
ଭକତର ଇଛା ପୂରଣ କରିବ,
ସ୍ନିଗ୍ଧକାନ୍ତି ରୂପ ଦର୍ଶନ ଦେଇ ।।୨।।

ଏଭଳି ଠାକୁର ତୁମେ ଜଗନ୍ନାଥ,
ଚହଳ ପକାଅ ଜଗତ ସାରା।
ତୁମ ରଥଯାତ ଆଦର ଲଭିଛି,
କୋଣ ଅନୁକୋଣ ବିଶ୍ୱରେ ପରା ।।୩।।

ଶିରିମୁଖରେ କି କିମିଆ ଅଛିରେ,
ଦେଖି ଦେଖି ମନ ତୋଷଇ ନାଇଁ।
ତୋ ପହଣ୍ଡିରେ କି କୁହୁକ ରହିଛି,
ତାହା କରୁଥାଏ ଭକ୍ତଙ୍କୁ ବାଇ ।।୪।।

ରଥରେ କାଳିଆ ଦର୍ଶନ ପାଇଲେ,
ଧନ୍ୟ ହୋଇଯିବ ଏଇ ଜୀବନ।
ପରମ ସୌଭାଗ୍ୟ ଲଭିବରେ ଭକ୍ତ,
ବଡ଼ଦାଣ୍ଡ ଧୂଳି କରି ମଣ୍ଡନ ।।୫।।

ରଥ ଗଡୁଥାଏ ଜନ ସମୁଦ୍ରରେ
ତୁମେ ବସିଥାଅ ନିମଗ୍ନ ହୋଇ।
ଭକତ ଟାଣନ୍ତି ରଥ ଦଉଡ଼ିକୁ,
ଶ୍ରଦ୍ଧା ଭାବ ତାଙ୍କ ହୃଦୟେ ଥୋଇ ।।୬।।

ଭକତ ତୁମର, ତୁମେ ଭକତର,
ତା’ପାଇଁ ବ୍ୟାକୁଳ ତୁମ ହୃଦୟ।
ଭକ୍ତଙ୍କ ମେଳକୁ ତୁମେ ଆସିଥାଅ,
ମର୍ତ୍ତ୍ୟେ ସୃଷ୍ଟି କରି ନୂଆ ଅଧ୍ୟାୟ ।।୭।।

ଜୟ ଜଗନ୍ନାଥ ଧ୍ୱନୀ ପଡ଼ୁଥିବ,
ଫଟାଇ ଆକାଶ ମେଦିନୀ ଭୂଇଁ।
ଜନମ ବେଦିରେ ଉଭା ହେବା ଲାଗି,
ମନ ଉଠୁଥିବ ତୁମର ଡେଇଁ ।।୮।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ବର୍ଷା ଭିଜା ରାତି
Literature

ବର୍ଷା ଭିଜା ରାତି

by ପ୍ରଭୁକଲ୍ୟାଣ ମହାପାତ୍ର
August 29, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୯ ଅଗଷ୍ଟ, ୨୦୨୬ ବର୍ଷା ଭିଜା ଅନ୍ଧାର ରାତିରେ ମନେ ମୋର ରୋମାଞ୍ଚ ଜାଗେରେ ତୁମେ ସଖୀ ନଥିଲେ ପାଖରେ ଚିତ୍ତ ଭରେ...

Read more
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.