ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୮ ଜାନୁଆରୀ ୨୦୨୫
ତୁମେ ମୋ କବିତାର ପ୍ରଥମ ଧାଡ଼ି,
ମୋ ଫୁଲ ବଗିଚାର ପହିଲି କଢ଼ି ||୧||
ଶାନ୍ତ ସରୋବରେ ତୁମେ ନୀଳ କଇଁ,
ଜ୍ୟୋସ୍ନା ସ୍ପର୍ଶ ପାଇଁ ରହିଥାଅ ଚାହିଁ ||୨||
ଇନ୍ଦ୍ରଧନୁର ତୁମେ ସାତୋଟି ରଂଗ,
ମୁଁ ଯେ ସାଥୀହରା ଏକାକୀ ବିହଂଗ ||୩||
ପ୍ରଥମ ଦେଖାର ସେ ପହିଲି ପ୍ରେମ,
ଦିନରେ ସୃଷ୍ଟି କଲା ରାତିର ଭ୍ରମ ||୪||
ଅଭୁଲା ପ୍ରୀତିର ସେ ଅଲିଭା ଦାଗ,
ହୃଦୟେ ଭରିଦେଲା ପ୍ରଣୟ ରାଗ ||୫||
ପତ୍ନୀ ସାଜିଲା ଯେବେ କାଲିର ପ୍ରିୟା,
ମୋ ଜୀବନେ ବହିଲା ଚଇତି ବାଆ ||୬||