• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ତୁମେ ଭୁଲିଗଲ …ଆମେ ନଭୁଲିବୁ…ମାହାଙ୍ଗା ଭଉଣୀ-ଭାଇ

ତୁମେ ଭୁଲିଗଲ …ଆମେ ନଭୁଲିବୁ…ମାହାଙ୍ଗା ଭଉଣୀ-ଭାଇ
Share on FacebookShare on Xshare on Whatsappshare on Linkedin
ଶ୍ରୀ ଧନେଶ୍ୱର ପ୍ରଧାନ, କଟକ, ୨୦ ସେପ୍ଟେମ୍ବର ୨୦୨୨

ଅସୁମାରୀ ଶ୍ରଦ୍ଧା ଅଞ୍ଜଳି ତୋଳୁଛି-ମାହାଙ୍ଗା ମାଟିର ପୁଅ,
ହେ ଶରତ କର ! ତୁମରି ସ୍ମୃତିରେ ଆଖିରେ-ଆଖିରେ ଲୁହ ।
ତୁମେ ଥିଲ ବୋଲି ମାହାଙ୍ଗା ବାସୀଙ୍କ ମନରେ ସାହସ ଥିଲା,
ତୁମେ ଗଲା ଚାଲି ଝୁରେ ଗୋଡି-ବାଲି, ମାହାଙ୍ଗା ଦୀପ ଲିଭିଲା !
ଅତିଲୋକପ୍ରିୟ ନେତା ତୁମେ ଥିଲ, ତୁମ ହସ-ହସ ମୁହଁ,
ପାଶୋରି ହୁଏନା ଆହେ ବରପୁତ୍ର ! କେମିତି ଭୁଲିବୁ କୁହ ?
ରାଜନୀତି ବିଶାରଦ ତୁମେ ଥିଲ, ସ୍ୱଚ୍ଛ ତବ ରାଜନୀତି,
ଏଲହାବାଦର କୃତୀ ଛାତ୍ର ଥିଲ ନଥିଲାଟି ପ୍ରିୟା-ପ୍ରୀତି !
ଦେଶ ପ୍ରଦେଶରେ ମନ୍ତ୍ରୀ ମହଲରେ ଥିଲା ତ ତୁମରି ଖ୍ୟାତି,
ବିଶେଷରେ ତୁମେ ଥିଲ ଦେଶପ୍ରେମୀ, ଲୋକ ପ୍ରେମୀ ତୁମ ନୀତି ।
ବିଦେଶ ଗସ୍ତରେ କେତେ ଯେ ବୁଲିଛ ଦେଶହିତେ କର୍ମ ବରି,
ସବୁଠି ସ୍ଵାକ୍ଷର ଓଡ଼ିଶାର ହିତେ ପଡୁଛି ସୁନାମ ହୁରି ।
ଯୋଗ ଜନ୍ମା ତୁମେ ମାହାଙ୍ଗା ମାଟିର ଓଡ଼ିଆ ସଂସୃତି ପ୍ରାଣ,
କାବ୍ୟ-କବିତାରେ ଅବା ଭାଷଣରେ ମୋହିନେଲ ଜନ-ମନ ।
ବାଚସ୍ପତି ଥିଲ ବିଧାନ ସଭାର ମର୍ଯ୍ୟାଦାବନ୍ତ ପଦବୀ,
ଶାସନରେ ନୂଆ ନୀତି ନିର୍ଦ୍ଧାରଣ ଜନତା ହୃଦୟ ଦାବି ।
ବିଧାନସଭାରୁ ଲୋକସଭା ଯାଏ ସବୁଠି ଥିଲ ଅଗ୍ରଣୀ,
କିଏ ସେ କଳିବ ତୁମରି ଗାରିମା, କିଏ ବା ପାରିବ ଗୁଣି ?
“ଶରତ” ଆସିଛି କାଶତଣ୍ଡି ଫୁଲେ ଖୋଜୁଛି ତୁମରି ସ୍ମୃତି,
ଝର ଶେଫାଳୀର ମହକ ଉଜାଡ଼ି ପାହିତ ଯାଉଛି ରାତି ।
ଆସିବକି ଥରେ ମାହାଙ୍ଗା ମାଟିରେ ପୁଣି ନବ ଜନ୍ମ ନେଇ,
ତୁମେ ଭୁଲିଗଲେ ଆମେ ନ ଭୁଲିବୁ ମାହାଙ୍ଗା ଭଉଣୀ-ଭାଇ ।
ଆମେ ହତଜ୍ଞାନ, ହେ ବୀର ସନ୍ତାନ ! ମର୍ଯ୍ୟାଦା କିବା ଜାଣିବୁ ?
ତୁମେ ରାଷ୍ଟ୍ରନେତା, ଆମେ ତ ଜନତା ତୁମ ପଥ ଚାହିଁଥିବୁ ।

କବି – ଶ୍ରୀ ଧନେଶ୍ୱର ପ୍ରଧାନ “ମାୟାକୁଟୀର” ଜଗନ୍ନାଥପୁର, କଟକ ମୋ- ୯୯୩୭୮୭୬୩୭୨
Dhaneswar Pradhan

Dhaneswar Pradhan

Related Posts

The Season of Board Exams: A Mother’s Tale
Literature

The Season of Board Exams: A Mother’s Tale

by Sudipta Mishra
March 2, 2026

Sudipta Mishra, Puri, 2 March 2026 Exams come every year With their fierce arrival A child's heart fills with fear...

Read more
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.