ଆଲୋକ କୁମାର ପ୍ରଧାନ, ପୁରୀ, ୬ ମାର୍ଚ ୨୦୨୩
ତୁମେ ଫେରିନାହଁ ବୋଲି ମୁଁ ଫେରିନି ଅୟୁତ ଯୁଗରୁ।
ମୁଁ ଫେରିଲେ କାଳେ ତୁମେ ଫେରିବନି ଆପଣା ସହରକୁ।
ଯେ ସହରେ ହଜିଥିଲା ପାଣି କାଚ କାନର ଝୁମୁକା।
ଯେ ସହରେ ବାନ୍ଧି ଥିଲି ଜୁଡ଼ା ତୁମ ଜୋଛନାରେ ଏକା।
ଯେ ସହରେ ନିଃଶ୍ୱାସ ବଂଶୀଟେ ହୋଇ ବାଜେ ଅହର୍ନିଶ
ଯେ ସହରେ ପବନ ସାଙ୍ଗରେ ଛୁଏଁ ମୋ ପ୍ରେମ ବିଶ୍ବାସ।
ଯେ ସହରେ ମୁଣ୍ଡ ଗୁଞ୍ଜେ ପ୍ରମିକଟେ ଅଦଉତି କରି।
ସ୍ନେହରେ ଆଉଟେ ମନ ତୁଛାଟାରେ ଆଡରୁଷା ଧରି।
ଯେ ସହରେ ତୁମମୟ ସବୁ ଛାଇ ଦେହର ନଗର।
ସୁଶୀତଳ ପ୍ରତିକ୍ଷା ଟେ କଠିନ ଓ ଦୀର୍ଘ ଦ୍ବିପହର।
ସେଠି କିଆଁ ଲାଗେ ମୋତେ ଏସମୟେ ଭାରି ଏକା ଏକା,
ଚତୁର୍ଦ୍ଦଶୀ ଜହ୍ନ କାଇଁ ଖୋଜେ ଏବେ ଜୋଛନା ନଉକା।
ଫେର କି ନଫେର ତୁମେ ଅନିଶାର ର ଦୀପଟେ ଜାଳୁଛି।
ତୁମ ତୁମ ଭାବ ଘାଟେ ଏପାଖେ ମୁଁ ଏକଲା ବସିଛି।