ଆଲୋକ କୁମାର ପ୍ରଧାନ, ପୁରୀ, ୬ ଫେବୃଆରୀ ୨୦୨୩
ତୁମେ କି ବୁଝିଛ କୁହ ଜୀବନକୁ ଚଳଚିତ୍ର ପ୍ରାଏ।
ଚିତ୍ର ର ଚରିତ୍ର ମେଳେ ଚରିତ୍ର କି ବଞ୍ଚି ପାରେ ହାଏ।
ଆରମ୍ଭ ଓ ଶେଷ ମଧ୍ୟେ ଧରି ବସେ ଅନେକ ପୃଥିବୀ।
ଯେଉଁଠି ସଙ୍ଗୀତଟିଏ ଅନୂଭବ ସାଥେ ମିଶା ଛବି।
ଯେଉଁଠି ମୀତଟେ ଗାଏ ଗୀତ ଗୁଡା ପୁରୁଣା ଦିନର ।
ଯେଉଁଠି ନଈଟେ ଧାଏଁ ନିଆଁ ଗିଳି ଅଜଣା ବାଟର।
ଯେଉଁଠି ପବନ ସୁରେ ଭାସିଆସେ ବିରହର ସୁର।
ଯେଉଁଠି ମାତାଲ୍ ହୁଏ ପ୍ରମିକଟେ ଭିତରୁ ବାହାର।
ସହର ବି ପ୍ରେମ କରେ ପ୍ରେମ କରେ ଗାଁ ଟେ ହେବାକୁ।
ଯେଉଁଠି ଗାଁ ବି କୋଉ ହସିଉଠେ ହସ କିଣିବାକୁ।
ଯେଉଁଠି ମନେ ଭାଙ୍ଗେ ନିଃଶବ୍ଦ ରେ ନିବୁଜ ଛାତିରେ।
ଯେଉଁଠି ଲୁସିଆ ବି ଡିଏଁ ଆଖି ଆଖି ବିନା ସଙ୍କୋଚ ରେ।
ସେଇଠି ବି ଗାଁ ବି ଥାଏ ଥାଏ ଗୋଟେ ପ୍ରେମର ସହର।
ଯେଉଁଠି ଦେହୁଁ ଦୁରେ ପ୍ରେମ ସାଜେ ଚିର ଅଭିସାର।