ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୩୧ ଅଗଷ୍ଟ ୨୦୨୫
ସାରା ସଂସାର ଲୁଚେଇ ଲୁଚେଇ
କାନ୍ଦୁଥିଲା
ତମେ ନଥିଲ
କେତେବେଳେ ଚାଲି ଯାଉଥିଲ।
ନିର୍ବାକ ହୋଇ ଯାଇଥିଲେ ତୁମର
ପ୍ରିୟ ମଣିଷମାନେ।
ସେମାନେ ଜାଣି ନଥିଲେ
ଏତେ ଶୀଘ୍ର ଚାଲିଯିବ ବୋଲି ତମେ
ଯିବାବେଳ ହୋଇ ନଥିଲା
ମୁଁ ଜାଣିଥିଲି
ଯିବା ବେଳ ହେଲେ
କିଏ ଅଟକାଇ ପାରିବ କାହାକୁ
ତୁମେ ମୋତେ
ନା ମୁଁ ତୁମକୁ।
କାହିଁ କିଛି ତ ନେଲନି ସାଙ୍ଗରେ
ତମ ପ୍ରିୟ ବହି
ପ୍ରିୟ କବିତା
ସେମିତି ମୁମୂର୍ଷୁ ଭାବରେ
ପଡ଼ି ରହିଛନ୍ତି
ବହି ଥାକରେ।






