• About
  • Contact
Thursday, October 16, 2025
Thursday, October 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ତୁମେ ତ ଅନନ୍ତ ଆକାଶ

ତୁମେ ତ ଅନନ୍ତ ଆକାଶ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୦ ସେପ୍ଟେମ୍ବର ୨୦୨୪

ତୁମେ ତ ଅନନ୍ତ ଆକାଶ ହେ ପ୍ରଭୁ
ତୁମେ ଅନନ୍ତ ସାଗର
ତୁମ ବିଶାଳତା ତୁମ ଗଭୀରତା
ଅକଳନ ହେ ଠାକୁର.
ତୁମରି କୋଳରେ ରହିଛନ୍ତି ପରା
ଅନନ୍ତ କୋଟି ବ୍ରହ୍ମାଣ୍ଡ
ତୁମରି ଗରଭେ ରହିଛନ୍ତି ଲୁଚି
ଅଗଣନ ଧନ ଭାଣ୍ଡ.
କହିଛନ୍ତି ବ୍ରହ୍ମଦର୍ଶୀ ପୁରାଣରେ
ଆକାଶ ପାଦ ତୁମର
ସେ ପାଦର ପୂର୍ଣ୍ଣ ଦର୍ଶନ ପାଇବା
ଗୁରୁ କୃପା ଶ୍ରେୟସ୍କର.
ତୁମେ ହିଁ ଉତ୍ତପ୍ତ ସୂର୍ଯ୍ୟ ଶିଖା ପ୍ରଭୁ
ସୁଶୀତଳ ଚନ୍ଦ୍ର କର
ତୁମେ ତ ଅନାମ ଅରୂପ ହେ ନାଥ
ତୁମେ ପ୍ରଣବ ଓଁକାର.
କେତେବେଳେ ତୁମେ ଧରିଥାଅ ଦେହ
କେତେବେଳେ ତ ବିଦେହ
କେତେବେଳେ ନାମେ ହୋଇଥାଅ ବନ୍ଧା
ନାମ ଶୁଣି ହୁଅ ତୃପ୍ତ
ନାମ ଭଜି ଭଜି ନୃତ୍ୟେ ଗଲେ ହଜି
ତୁମେ କର ଭବୁ ମୁକ୍ତ.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଶୁଭେନ୍ଦ୍ର ନାଥ ମହାପାତ୍ର: ଏକ ନିଖୋଜ ଚଢ଼େଇ (ଭାଗ ୪୬)
Literature

ଶୁଭେନ୍ଦ୍ର ନାଥ ମହାପାତ୍ର: ଏକ ନିଖୋଜ ଚଢ଼େଇ (ଭାଗ ୪୬)

by Manas Ranjan Mahapatra
October 14, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୪ ଅକ୍ଟୋବର ୨୦୨୫ ପୁରୀରେ ମୋ ଉପର ବ୍ୟାଚରେ ଏମ୍.ଏ. ଇଂରାଜୀରେ ପଢୁଥିଲେ ଜଣେ ଗଣେସ୍ଵର ବେହେରା, ନିମାଇଁ ପଟ୍ଟନାୟକ, ହିମାଂଶୁ...

Read more
ଶ୍ରବଣବାଧିତ

ଶ୍ରବଣବାଧିତ

October 14, 2025
ଥରେ ବାପା ହେଲା ପରେ

ଥରେ ବାପା ହେଲା ପରେ

October 14, 2025
ଅଦ୍ୱିତୀୟ ଶରତ !!

ଅଦ୍ୱିତୀୟ ଶରତ !!

October 12, 2025
ହେ ଉତ୍କଳମଣି!

ହେ ଉତ୍କଳମଣି!

October 9, 2025
ରାଜନୀତି – ୪

ରାଜନୀତି – ୪

October 7, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.