• About
  • Contact
Wednesday, February 4, 2026
Wednesday, February 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ତୁମେ ତ ଜନମ ଦେଇଛ ଧରାରେ

ତୁମେ ତ ଜନମ ଦେଇଛ ଧରାରେ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୦ ମଇ ୨୦୨୩

ତୁମେ ତ ଜନମ ଦେଇଛ ଧରାରେ
ମାତା ପିତା ଭାଇ ଭଗ୍ନୀ ମେଳେ
ତାଙ୍କ ସ୍ନେହ ପ୍ରେମ ଆଦର ଯତନ
ମୋ ମନରେ ଖୁସି ହୋଇ ଖେଳେ.

ତୁମେ ବଢ଼ାଇଛ ସମାଜ ଭିତରେ
ପାଇଅଛି ଖେଳ ପଢା ସାଥୀ
ତାଙ୍କ ସାଥିରେ ମୁଁ ମିଶିଛି ଖୋଲାରେ
ପାଇ ଯାଇଅଛି ଭଲ ମତି.

ତୁମରି ଦୟା ରେ ପାଇ ଅଛି ଗୁରୁ
ଅଜ୍ଞାନତା ମୋର ନାଶ ପାଇଁ
ମୋ ଜ୍ଞାନ ଭଣ୍ଡାର ପୂର୍ଣ୍ଣ ସେ କରନ୍ତି
ତୁମ ସତ୍ତା ମୁଁ ଜାଣି ପାରଇ.

ତୁମ ଯୋଗୁଁ ମିଳେ ଖାଦ୍ୟର କଣିକା ମିଳଇ ପବନ ପାଣି ମୋତେ
ସେଥିପାଇଁ ମୋର ଦେହ ମୁଁ ଧରିଛି
ବଞ୍ଚି ରହିଅଛି ରକ୍ତ ସ୍ରୋତେ.

ଜାଣି ଅଛି ପ୍ରଭୁ ତୁମରି ଆଜ୍ଞାରେ
ଉଦେ ହୁଏ ସୂର୍ଯ୍ୟ ଅସ୍ତ ଯାଏ
ତୁମରି କରୁଣା କଣିକା ବଳରେ
ସୁମଧୁରେ ତୁମ ଗୁଣ ଗାଏ.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ସତରେ ଏମିତି ହୁଅନ୍ତା କି – ୨୩
Literature

ସତରେ ଏମିତି ହୁଅନ୍ତା କି – ୨୩

by ଆଲୋକ କୁମାର ପ୍ରଧାନ
February 2, 2026

ଆଲୋକ କୁମାର ପ୍ରଧାନ, ପୁରୀ, ୨ ଫେବୃଆରୀ ୨୦୨୬ ଜୀବନ ବର୍ଣ୍ଣବୋଧରୁ କେଉଁ ମାତ୍ରା ହଟେଇବି କୁହ ସୁଖ ତ ବେତେରା କଣି ଦୁଃଖମାନେ ଗୋଟେ ଗୋଟେ...

Read more
ବିସ୍ମୟ ପୁରୁଷ, “ବାପୁ”

ବିସ୍ମୟ ପୁରୁଷ, “ବାପୁ”

January 30, 2026
ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

January 29, 2026
ବିସ୍ମୃତ ବିଜୟ (ଭାଗ ୬୦)

ବିସ୍ମୃତ ବିଜୟ (ଭାଗ ୬୦)

January 27, 2026
ମୋର ଗୋଟେ ଦେଶ ଅଛି

ମୋର ଗୋଟେ ଦେଶ ଅଛି

January 26, 2026
The Song of the Sea

The Song of the Sea

January 26, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.