ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୧ ଫେବୃଆରୀ ୨୦୨୫
ସଂସାର ନାଆରେ ତୁମେ ତ ନାଉରି
ତହିଁରେ ବସିଛି ନିଃସଙ୍ଗ ଯାତିରି
ଅତଳ ଜଳରେ ଖେଳୁଛି ଭଉଁରୀ
ଯିବାକୁ ପଡ଼ିବ ମୋତେ ଆର ପାରି ॥୧॥
ନଚାଉଛ ତୁମେ ଯାହାକୁ ଯେପରି
ବିବଶ ହୋଇ ସେ ନାଚୁଛି ସେପରି
ତୁମେ ତ ମାଲିକ ଦେଇଛ ନୌକରି
କାମ କରି ତୁମ ରଖିବି ଖାତିରି ॥୨॥
ଜୀବନଟା ଏକ ଅନ୍ଧାରି କୋଠରି
ମୋହ, ମାୟା ସବୁ ଧରିଛି ଆବୋରି
ସଂସାର ଜଞ୍ଜାଳ ନେଉଛି ଘୋଷାରି
ମୁକୁଳି ପାରୁନି ଶତ ଚେଷ୍ଟା କରି ॥୩॥
ଯେବେ ମୁଁ ଧରିଛି ତୁଣ୍ଡେ ନାମ ହରି
ଦୁଃଖ, ଯନ୍ତ୍ରଣାକୁ ଯାଇଛି ପାସୋରି
ତୁମେ ଥିଲେ ସାଥେ କାହାକୁ ନଡ଼ରି
ଏ ଭବ ସାଗର ହୋଇଯିବି ପାରି ॥୪॥