ଆଲୋକ କୁମାର ପ୍ରଧାନ, ପୁରୀ, ୩ ଜୁଲାଇ ୨୦୨୩
ଯଦି ଯଦି କହି ଜିଦ୍ ର ଦାୟରେ ଦାଗଟିଏ ହୋଇଗଲ।
ଯାହାକୁ ବାନ୍ଧିଲ ଯଦିର ବେଡ଼ିରେ ତା’ ପାଇଁ କି ଅଟକିଲ?
ଯେବେଠୁ ଛୁଇଁଲ ଇସ୍ପାତ ଆକାଶ ଛାତିର ଛଟକ ଛୁଆଁ
ସେବେଠୁ ବାଛିଲ କରୁଣ କାରାର ଯାତନା ର ଝୁଲ ନିଆଁ
ଭୁଲିବା ଢାଲକୁ ଡିହଟାଏ ମାରି ଅଧାଶୁଖା ଘା ଧରି
ଶବ୍ଦ ଭଉଁରୀ ରେ ଉବୁଟୁବୁ ହୋଇ ଖେଳୁଥିଲ ରଙ୍ଗ ହୋରି
ଏଇ ଛୁଇଁ କେଉଁ ବୀରହ ଦ୍ବୀପ ର ପ୍ରେମ ପାହି ଛୁଆଁ ଢେଉ
ପ୍ରେମ ପ୍ରଣୟର ପାବନ ଭୂଇଁ ରେ ପାପ ହୁଏ ଯହିଁ ଦାଉ
ଲୁହ ଦୟଣାକୁ ଦେହେ ମାଖିଦେଇ ଦିହକ ଦହନେ ଗଲା
ଚୈତ୍ର ଚିଟାଉ ଚିରା ଦେହଟାରେ ବସନ୍ତ କାହିଁକି ମଲା।।
ବଂଶୀ ବି କୋଉ ବାଜିଲା ବିତାନେ ରାହାଧରି ବସନ୍ତ ର
ମଲା ନଈଟାର ଦେହେ ଲେଖିଦେଲା ଗଞ୍ଜଣାଟେ ଶ୍ରାବଣର।।
ଗଜା ଦେହଟାରେ ଗଜୁରିଲା ଟିପେ ଶ୍ୟାମଳ ଶ୍ୟାମଳ ହସ
ପଦୁଅଁ ଫୁଲେଇ ହସୁଥିଲା ଦେଖି ନଅଙ୍କିଆ ପୁଷମାସ ।।