ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୬ ଫେବୃଆରୀ ୨୦୨୫
ଉଦାସୀନତାରେ ଘାରି ହେଉଥିଲି
ଭିତରେ ଭିତରେ ମୁହିଁ
ସାରା ଦୁନିଆଁର ନୀତି ନିୟମରେ
ବନ୍ଧାଥିଲି ମୁଁ ହୋଇ।
ମେଘ ପରି ତମେ ଆଖି ମେଲାକରି
ପାଖକୁ ଆସିଲ ମୋର
ଗୋପନରେ ଦିନେ ଉଦାସୀନତାକୁ
ତମେ ଦେଇଥଲ ଛୁଇଁ।
ମୁଁ ମହକି ଗଲି ଭିତରେ ଭିତରେ
ଫୁଲଭରା ଗଛ ହୋଇ
ପୁଲକର ବନ୍ୟା ଖେଳିଗଲା ମୋର
ଉଦାସୀନତାକୁ ଛୁଇଁ।
ମୁଁ ସତେ କି ଆଜି ସ୍ଵରଲିପି କବିତାର
ଭଲ ପାଇବାର ଗଙ୍ଗୋଦକ ବିଞ୍ଚି ଦେଇ
ଶିଳା ବନ୍ଧୁର ଶଯ୍ୟାରେ ଆଜି
ଟୋପାଏ ଗଙ୍ଗୋତ୍ରି ମୁହିଁ ।