ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୨ ଅପ୍ରେଲ ୨୦୨୩
ଗୋଟିଏ ଦୁଃଖର ନାଁ
ଅନୁଭୂତି
ଗୋଟିଏ ତାରାର ନାଁ
ଅରୁନ୍ଧତୀ
ଗୋଟିଏ ନଦୀର ନାଁ
ଇଛାମତୀ
ଗୋଟିଏ ପ୍ରେମର ନାଁ
ସରସ୍ୱତୀ
ଅରୁନ୍ଧତୀରେ, ଅନୁଭୂତିରେ,
ଇଚ୍ଛାମତୀରେ,
ସରସ୍ୱତୀରେ ନିୟତି ଭାରତୀ
ଅଥଚ ମୋ ପୃଥିବୀ ଗୋଟେ
ଜଟିଳ ଜ୍ୟାମିତି
ସ୍ବପ୍ନ ଅସରନ୍ତି…….