• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଉତ୍କଳ

ଉତ୍କଳ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୭ ଅଗଷ୍ଟ ୨୦୨୪

ଦିନ ସରେ ନାହିଁ ଏଠି
ରାତି ଉଦଭାସିତ ଆଲୋକରେ
କାମର ବିରାମ ନାହିଁ
ଶବ୍ଦହୀନ ଗଭୀର ରାତିରେ ।। ୧ ।।

ସକାଳ ସିନ୍ଦୁରା ଫାଟେ
ମନ୍ଦିରରେ ଉଚ୍ଚାରିତ ଓଁକାର ଧ୍ୱନୀରେ
ସଂଧ୍ୟା ହୁଏ ଉପଗତ
ଭଜନ, କୀର୍ତ୍ତନ ଆଉ ପ୍ରାର୍ଥନା ମଧ୍ୟରେ ।। ୨ ।।

ପଥର ଜୀବନ ପାଏ
ଶିଳ୍ପୀର ନିଖୁଣ ନିହାଣ ମୁନରେ
ରାତିର ଅନ୍ଧାର ହଜେ
ନର୍ତ୍ତକୀର ରୁଣୁଝୁଣ ନୁପୁର ନିକ୍ଵଣରେ ।। ୩ ।।

ବୁଣାକାର ଆନନ୍ଦ ଲଭେ
ତା’ର ଅନୁପମ ବସ୍ତ୍ର ତିଆରିରେ
କଳାକାର ହୁଏ ଆତ୍ମହରା
ନାଟକରେ ଭୂମିଷ୍ଠ ଚରିତ୍ର ଭିତରେ ।। ୪ ।।

ଦର୍ଶକ ବିଭୋର ହୁଏ
ପଥର ମୂର୍ତ୍ତିର ରୂପ ଲାବଣ୍ୟରେ
ଶ୍ରୋତା ହୁଏ ମନ୍ତ୍ରମୁଗଧ
ସୁଗମ ସଂଗୀତର ମଧୁର ମୁର୍ଚ୍ଛନାରେ ।। ୫ ।।

ବିବିଧ କଳାର ଉତ୍କର୍ଷ
ଦୃଶ୍ୟମାନ ହୁଏ ଯେଉଁ ଇଲାକାରେ
ଉତ୍କୃଷ୍ଟ କଳାର ରାଜ୍ୟ
ଉତ୍କଳ ରୂପେ ବିଦିତ ତାହା ଦୁନିଆଁରେ ।। ୬ ।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ନବରାତ୍ର ଷଷ୍ଠ ବିଭାବ (ମା କାତ୍ୟାୟନୀ)
Literature

ନବରାତ୍ର ଷଷ୍ଠ ବିଭାବ (ମା କାତ୍ୟାୟନୀ)

by ସସ୍ମିତା ପଣ୍ଡା
October 16, 2026

ସସ୍ମିତା ପଣ୍ଡା, କଟିକଟା, କଟକ, ୧୬ ଅକ୍ଟୋବର, ୨୦୨୬ ତୁମେ କାତ୍ୟାୟନୀ ବ୍ରହ୍ମାଣ୍ଡ ସୁନ୍ଦରୀ ବରମୁଦ୍ରା ପ୍ରଦାୟିନୀ । ମୁଁ ଯେ ଶେଫାଳୀର ଭୂମିଲଗ୍ନା ସ୍ତୁତି ପ୍ରତିକ୍ଷଣେ...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୮୦)

October 15, 2026
ଚିହ୍ନ

ଚିହ୍ନ

October 13, 2026
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.