• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

୨୮ ବର୍ଷରେ ନ୍ୟାୟ…

୨୮ ବର୍ଷରେ ନ୍ୟାୟ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୭ ଜୁନ୍ ୨୦୨୩

୨୮ ବର୍ଷରେ ଜଣେ ମୃତ ଗର୍ଭବତୀ ମହିଳାଙ୍କୁ ନ୍ୟାୟ ମିଳିଛି । ୧୯୯୫ ମସିହାରେ ନିଜର ପତ୍ନୀଙ୍କୁ ହତ୍ୟାକରି ଆତ୍ମହତ୍ୟା ରୂପ ଦେବାପାଇଁ ଚେଷ୍ଟା କରିଥିଲେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତୀ ଗମାଙ୍ଗୋ । ୨୮ ବର୍ଷ ପରେ ସ୍ୱତନ୍ତ୍ର ଅତିରିକ୍ତ ଦୌରାଜଜ୍-୩ ର ବିଚାରପତି ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଇପିସି ଦଫା ୩୦୨( ହତ୍ୟା ) ଓ ୨୦୧ (ପ୍ରମାଣ ନଷ୍ଟ କରିବାରେ ) ଦୋଷୀ ସାବ୍ୟସ୍ତ କରାଯାଇଛି । ପତ୍ନୀହତ୍ୟା ଅଭିଯୋଗରେ ଏହି ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛି କୋର୍ଟ । ବହୁବର୍ଷ ଧରି ଏହି ମାମଲା କୋର୍ଟରେ ବିଚାରଧୀନ ହୋଇ ରହିଥିଲା । ସେହିପରି ରାଜ୍ୟର ଏମପି/ଏମଏଲଏଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ଶୁଣାଣି ଲାଗି ଭୁବନେଶ୍ୱରରେ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ହେବାପରେ ଏହି ମାମଲା ସେଠାରୁ ସ୍ଥାନାନ୍ତର ହୋଇଥିଲା । ପାଖାପାଖି ଏକ ବର୍ଷ ଶୁଣାଣି ହେବାପରେ ଶ୍ରୀ ଗମାଙ୍ଗୋ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବହୁ ସାକ୍ଷୀଙ୍କୁ ପ୍ରଭାବିତ କରି ଏହି ମାମଲାରୁ ଦୂରେଇ ଦିଆଯାଇଥିବା ବେଳେ ଶେଷରେ ୧୧ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଆଧାରରେ ଏହି ଦଣ୍ଡ ଶୁଣାଇଛନ୍ତି କୋର୍ଟ ।

କେବଳ ଏହି ଗୋଟିଏ ଘଟଣା ନୁହେଁ, ଓଡ଼ିଶାରେ ୧୯୮୦ ମସିହାରେ ଘଟିଥିବା ବହୁ ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ଘଟଣାରେ ମଧ୍ୟ ଦୀର୍ଘ ୨୨ ବର୍ଷ ପରେ ଅର୍ଥାତ୍ ୨୦୦୨ ମସିହାରେ ରାୟ ପ୍ରକାଶ ପାଇଥିଲା । ଏହା ଏକ ଚର୍ଚ୍ଚିତ ଓ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ହୋଇଥିବା ସତ୍ତ୍ୱେ ମଧ୍ୟ ଏହି ମାମଲାର ଚୁଡ଼ାନ୍ତ ରାୟ ପ୍ରକାଶ ପାଇବାକୁ ୨୨ ବର୍ଷ ସମୟ ଲାଗି ଯାଇଥିଲା । ସେହିପରି ୧୯୯୯ ମସିହାରେ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ମାମଲାରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ବହୁ ଚେଷ୍ଟା କରି ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ଅସମର୍ଥ ହୋଇଥିଲା । ଦୀର୍ଘ ୨୨ ବର୍ଷ ପରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିବନ ବିଶ୍ୱାଳକୁ ଓଡ଼ିଶା ପୋଲିସ ୨୦୨୧ ମସିହାରେ ମହାରାଷ୍ଟ୍ରରୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଏଭଳି ବିଳମ୍ବିତ ନ୍ୟାୟ ମିଳିବା ଓ ଅପରାଧ ଘଟାଇଥିବା ଅପରାଧୀଙ୍କ ବିରୋଧରେ ଦଣ୍ଡ ବିଧାନ ହେବାର ବହୁ ନଜିର ରହିଛି । ମାତ୍ର ନ୍ୟାୟ ମିଳିବା ବେଳକୁ ନ୍ୟାୟ ପାଇବା ପାଇଁ ଯିଏ ହକଦାର ସିଏ ମଧ୍ୟ ଅନେକ କ୍ଷେତ୍ରରେ ନଥାନ୍ତି । ଏପରିକି ନ୍ୟାୟ ପାଇବା ପାଇଁ ସଂଘର୍ଷ କରି କରି ଅନେକ ପରିବାର ମଧ୍ୟ ଶେଷରେ ଆଶା ଓ ବିଶ୍ୱାସ ହରାଇ ଦେଇ ଥାଆନ୍ତି । ଅନେକ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଲଢ଼େଇ କରି ନ୍ୟାୟ ପାଇବା ଏତେ ସହଜ ମଧ୍ୟ ହୋଇନଥାଏ । ଏଣୁ ନ୍ୟାୟ ପାଇବା ପାଇଁ ଲଢ଼ୁଥିବା ବ୍ୟକ୍ତି ବିଶେଷ ଅବା ତାର ପରିବାର ଶେଷରେ ନ୍ୟାୟ ପାଇବେ ବୋଲି ଭାବି ନଥାନ୍ତି ।

ମାତ୍ର ଶେଷରେ ବହୁ ବିଳମ୍ବରେ ଅନେକଙ୍କୁ ନ୍ୟାୟ ମିଳିଥାଏ । ତେବେ ବିଳମ୍ବରେ ନ୍ୟାୟ ପାଇବାକୁ ଅନେକ ଗ୍ରହଣ କରିପାରନ୍ତି ନାହିଁ ଓ ବିଚାର ବିଭାଗ ଉପରେ ଏଥିପାଇଁ ଦୋଷ ଲଦି ଥାଆନ୍ତି । ତେବେ ଯାହାବି ହେଉ ବିଳମ୍ବରେ ହେଉ ପଛେ ଅନେକ ସମୟରେ ବହୁ ଚର୍ଚ୍ଚିତ ଅପରାଧିକ ଘଟଣା ଓ ଏଥିପାଇଁ ଅନେକ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ସମ୍ପୃକ୍ତ ଥାଆନ୍ତି ସେଥିରୁ ନ୍ୟାୟ ମିଳିବ ବୋଲି ସମସ୍ତେ ଆଶା ହରେଇ ଦେଇଥିବା ବେଳେ ଶେଷରେ ପୀଡ଼ିତ/ପୀଡ଼ିତାର ପରିବାରକୁ ନ୍ୟାୟ ମିଳିଥାଏ । ଭାରତୀୟ ବିଚାର ବ୍ୟବସ୍ଥା ଉପରେ ଏହା ପୁନର୍ବାର ଆସ୍ଥା ଓ ବିଶ୍ୱାସ ସୃଷ୍ଟି କରିବାର ଏକ ମାଧ୍ୟମ ହୋଇଥାଏ ।

Nirvik Bureau

Nirvik Bureau

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.