• About
  • Contact
Tuesday, September 8, 2026
Tuesday, September 8, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟା (ଭାଗ–୨)

ଆମେ ପାଉଡି ଭୂୟା (ଭାଗ–୨)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଜାନୁଆରୀ ୨୦୨୩

ସେ ଦିନ ଗୁରୁବାର ଥିଲା। ଚିନାମାଳୀର ଗାଁ ବଣେଇଁ ଖଣ୍ଡାଧାର ନିକଟସ୍ଥ ବୁଢାଭୁଇଁ ଗାଁ ଉତ୍ସବ ମୁଖରିତ ଥିଲା। କାରଣ ସେ ଦିନ ବିଶ୍ରୀ ଓଷା ଗାଁ ରେ ହେଉଥିଲା। ଚିନାମାଳୀ ସାଙ୍ଗ ଝିଅମାନଙ୍କ ସହ ବିଶ୍ରୀ କୋଠି ନିକଟରେ ଗାଉଣୀଙ୍କ କଥାଣୀ ଶୁଣିବା ପାଇଁ ଅପେକ୍ଷା କରିଥିଲା। ସେମାନଙ୍କ ପାଖରେ କାମିନୀ ଆଈ ବସିଥିଲେ। କଥା ପ୍ରସଙ୍ଗରେ ଚିନାମାଳୀ ଘରକୁ ଆସିଥିବା ତାର ସାଙ୍ଗ ସୁପ୍ରିୟା ପଚାରିଲା ଆଲୋ ଆଈ ତୁମର ଭୂୟାଁମାନେ ଓଷା କିପରି କର ଓ ଏ କଥାଣୀ କଣ। ଆଈ ହସିଦେଇ କହିଲା ଆଲୋ ନାତୁଣୀ ତୁ ଶୁଣିବା ପାଇଁ ଇଚ୍ଛା କରିଛୁ ମାନେ ମୁଁ ନିଶ୍ଚୟ କହିବି।

ତେବେ ଶୁଣ :
ମାର୍ଗଶିର ମାସର ଯେକୌଣସି ଗୁରୁବାର ଠାରୁ ଆରମ୍ଭକରି ଆଠଦିନ ଧରି କରାଯାଉଥିବା ପୂଜା ପାଇଁ ଗ୍ରାମର ଲୋକମାନେ ପାଟ ଦେହୁରୀ ଓ ପ୍ରଧାନଙ୍କ ସହ ବିଚାରବିମର୍ଶ ପରେ କେଉଁ ଗୁରୁବାର ଓଷା ହେବ ତାହା ଠିକ କରନ୍ତି । ଗାଁ ର ଦେହୁରୀ ଉପବାସ ରହି ବିଶିରି କୋଠି ପୂଜା କରିବାପରେ ମୁର୍ତ୍ତୀ ଗଢିବାପାଇଁ କ୍ଷୀର, ସିନ୍ଦୁର ସହ କୁମ୍ଭାର ଘରକୁ ଯାଇ ଗାଁର ଲୋକମାନଙ୍କ ତରଫରୁ ମୁର୍ତ୍ତୀ ଗଢିବା ପାଇଁ ଅନୁରୋଧ କରିଥାନ୍ତି । ଗାଁର ମହିଳା ତଥା ପୁରୁଷମାନେ ନିଜର ମନୋସ୍କାମନା ପୁରଣ ପାଇଁ ଓଷା ରଖନ୍ତି । ଓଷା କରିଥିବା ପୁରୁଷ ଓ ମହିଳାମାନେ ନୁଆ ଲୁଗା ପିନ୍ଧି ଧୂପଦୀପ, ଅରୁଆ ଚାଉଳ, ଫୁଲ ଓ ଭୋଗଡାଲାଧରି ପୂଜାସ୍ଥାନରେ ପହଞ୍ଚନ୍ତି । ଦେହୁରୀ ଦେବୀଙ୍କୁ ଭକ୍ତିଅର୍ଘ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରନ୍ତି ।

ଏହି ଦିନମାନଙ୍କରେ ଦେବୀଙ୍କ ନିକଟରେ ବଳିଭୋଗ ଓ ଶୀତଳଭୋଗ ଲାଗେ । ଶଂଖ, ହୁଳହୁଳି, ଢୋଲ, ମହୁରୀ ନାଦରେ ଗାଁ ପରିବେଶଟି ବେଶ ମୁଖରିତ ହୋଇପଡେ । ଗାଁର ଗାଉଣୀ ପ୍ରତ୍ୟେକଦିନ କଥାଣି ବା ମାଙ୍କୁ ନେଇଥିବା ଲୋକକଥାକୁ ଗାନ କରନ୍ତି ଓ ଗ୍ରାମର ମହିଳାମାନେ ପାଳି ଧରି ବୋଲନ୍ତି । ସାରାରାତ୍ରି ଗୀତାଭିନୟରେ ସମସ୍ତେ ମତ୍ତ ରହନ୍ତି । ଯାତ୍ରା ଶେଷଦିନ ଅର୍ଥାତ ଅଷ୍ଟମଦିନ ଅଗ୍ନିମନ୍ଥନ ପୂଜା କରାଯାଏ । ଏହିପୂଜା ସମୟରେ ଖନ୍ଦାରେ ଜଳୁଥିବା ଅଗ୍ନି ଉପରେ ଚାଲୁଥିବା କାଳସୀମାନେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତି ଓ ପୂଜା ସମାପ୍ତ ହୁଏ । ତାପରେ ସମସ୍ତେ ସାମୁହିକ ଭୋଜନ କରନ୍ତି । କିଛି ସମୟ ରହି ବୁଢ଼ୀ କଥା ଆରମ୍ଭ କଲା ଆଲୋ ନାତୁଣୀ ତେବେ ପୂଜା କୁ ନେଇ ଯେଉଁ ଲୋକକଥା ବା ଆମ ଭୂୟାଁ ଭାଷାରେ କଥାଣୀ ଅଛି ତାହା ଏହିପରି ମହିରାବଣର ନିଜର ଆରାଧ୍ୟ ଦେବୀ ବିଶିରିଙ୍କୁ ପାତାଳପୁରରେ ପୂଜା କରୁଥିଲା । ହନୁମାନ ମହିରାବଣକୁ ଶକ୍ତିହୀନ କରିବା ପାଇଁ ଏହି ଦେବୀଙ୍କୁ ଚୋରାଇ ଆଣି ସମୁଦ୍ରରେ ବିସର୍ଜନ ଦେଇଥିଲେ । ଦାସିଆ ନାମକ ଜଣେ କେଉଟର ଦୁଇପୁଅ ମାଛ ଧରିବା ସମୟରେ ଜାଲରୁ ଏହି ଦେବୀଙ୍କ ମୁର୍ତ୍ତି ପାଇ ଘରକୁ ନେଇ ଭକ୍ତିର ସହ ପୂଜା କରିବାରୁ ଦେବୀ ସେମାନଙ୍କ ଉପରେ କୃପା କଲେ । ସେମାନଙ୍କ ଘର ଧନଜନ ଗୋପଲକ୍ଷ୍ମୀରେ ପରିପୂର୍ଣ୍ଣ ହୋଇଗଲା । ମନୁଆପୁରର ରାଜା ଚାନ୍ଦ ସୌଦାଗର ଅପୁତ୍ରିକ ଥିଲେ । କେଉଟର ପୁଅମାନେ ଦେବୀଙ୍କ ମହିମା ବିଷୟରେ ରାଣୀଙ୍କୁ ସମସ୍ତ କଥା କହି ତାଙ୍କୁ ଦେବୀଙ୍କ ପୂଜାର୍ଚ୍ଚନା କରିବା ପାଇଁ କହିଲେ । କେଉଟ ମାନଙ୍କଠାରୁ ଦେବୀଙ୍କ ମହିମା ସଂମ୍ପର୍କରେ ଶୁଣି ରାଣୀଙ୍କ ମନରେ ପୁତ୍ରଲାଭର ଆଶା ସଞ୍ଚାର ହେଲା । ସେ ଦେବୀଙ୍କ ମୁର୍ତ୍ତି ଅଣାଇଁ ରାଜପ୍ରସାଦରେ ପୂଜା କଲେ । କିନ୍ତୁ ରାଜା ପୁତ୍ରଲାଭ ପାଇଁ ଶିବଙ୍କ ଉପାସନା କରୁଥିଲେ । ରାଣୀ ବିଶିରି ଠାକୁରାଣୀଙ୍କୁ ରାଜପ୍ରସାଦରେ ଆଣି ପୂଜା କରୁଥିବାର ଜାଣି ରାଜା କ୍ରୋଧରେ ଜର୍ଜରିତ ହୋଇ ଦେବୀଙ୍କୁ ପଦଘାତ କରିବାରୁ ଦେବୀପ୍ରତିମା ଦୁଇଖଣ୍ଡ ହୋଇଗଲେ । ଅପମାନିତ ହୋଇ ଦେବୀ ରାଜପ୍ରସାଦ ତ୍ୟାଗକରି ରଣିଆଁ ନାମକ କୁମ୍ଭାର ଘରକୁ ଯାଇ ତାର ତୁଳସିଚଉରା ମୂଳେ ରହିଲେ । ସନ୍ଧ୍ୟା ଦୀପ ଦେବାସମୟରେ କୁମ୍ଭାରର ଝିଅ ସୁବା ଦେଇ ବିଶିରି ଠାକୁରାଣୀଙ୍କୁ ଦେଖି ମୁର୍ଛା ହୋଇଗଲା । ଏହାପରେ ଦେବୀ ମାନବ ରୂପ ନେଇ ତାର ବଡଭଉଣି ଭଳି କୁମ୍ଭାର ଘରେ ରହିଲେ ଓ ଦୁଇ ଭଉଣି କୁମ୍ଭାରକୁ ହାଣ୍ଡି ମାଠିଆ ଗଢିବାରେ ସାହାର୍ଯ୍ୟ କଲେ । ଅନ୍ୟପଟେ ଦେବୀଙ୍କୁ ଅପମାନିତ କରିଥିବାରୁ ରାଜାଙ୍କ ଉପରେ ବିପଦ ମାଡିଆସିଲା । ରାଜ୍ୟରେ ମରୁଡି, ମହାମାରୀ ଆଦି ଦୁର୍ବିପାକ ମାଡିଆସିଲା । ରାଜାଙ୍କ ଗୋଡ ଗୋଦରା ହୋଇଗଲା । ରାଣୀ ବିକଳହୋଇ ଦେବୀଙ୍କ ଆରାଧନା କରିବାରୁ ଦେବୀ ସନ୍ତୁଷ୍ଟ ହୋଇ ପୁଣି ଫେରି ଆସିବାକୁ ରାଜି ହେଲେ । ରାଜାଙ୍କ ଆଦେଶରେ ରଣିଆ କୁମ୍ଭାର ସାତତାଳ ପାଣି, ସାତତାଳ ପଙ୍କ ଓ ଗରୁଡ ଖମ୍ବତଳର ମାଟିଆଣି ମୂର୍ତ୍ତି ତିଆରି କଲା । ରଣିଆ ସିନା ମୂର୍ତ୍ତି ଗଢିଲା କିନ୍ତୁ ଦେବୀଙ୍କ ମସ୍ତକ ସ୍କନ୍ଧରେ ସ୍ଥାପନା କରିପାରିଲାନାହିଁ । ମୂର୍ତ୍ତି ତିଆରିରେ ବିଳମ୍ବ ହେବାରୁ ରାଣୀ ବ୍ୟସ୍ତ ହୋଇପଡିଲେ । ଦେବୀ ସୁବାଦେଇ(ରଣିଆ କୁମ୍ଭାରର ଝିଅ) ରୂପରେ ପୂଜା ପାଇବାକୁ ଆଗ୍ରହ ପ୍ରକାଶ କଲେ । ଏଣେ ଦେବୀଙ୍କ ମୂର୍ତ୍ତି ତିଆରିର ବିଳମ୍ବ ହେବାରୁ ରଣିଆ କୁମ୍ଭାରକୁ ମୃତ୍ୟୁଦଣ୍ଡାଦେଶ ଦେଲେ । ଅନ୍ୟକୌଣସି ଉପାୟନପାଇ ରଣିଆ ନିଜ ଝିଅ ସୁବାଦେଇର ତାର ଶରୀରରୁ ସାତଖିଅ ସୂତାରେ କାଟିକରି କଞ୍ଚାକଳସ ଉପରେ ସ୍ଥାପନ କରିବାରୁ ମୂର୍ତ୍ତିଟି ସଂମ୍ପୁର୍ଣ ହେଲା । ଏହାପରେ ରାଣୀ ବିଶିରିଙ୍କୁ ପୂଜାର୍ଚ୍ଚନା କରି ତାଙ୍କୁ ପ୍ରୀତ କଲେ ଓ ଦେବୀଙ୍କ ଆଶିର୍ବାଦରୁ ପୁତ୍ରଲାଭ କରି ଆନନ୍ଦରେ ଦିନ କାଟିଲେ ।

କିଛିଦିନପରେ ରାଜା ପୁର୍ବଭଳି ଦେବୀଙ୍କୁ ଅସମ୍ମାନିତ କଲେ । ଦେବୀ କୋପକରି ରାଜାଙ୍କ ଛଅପୁଅମାନଙ୍କୁ ଅଣଚାଷ ପବନରେ ଉଡାଇନେଇ ସିଜୁଆ ପର୍ବତରେ ନାଗରୁପରେ ରଖିଲେ । ପୁଅମାନଙ୍କ ବିରହରେ ରାଜାରାଣୀ ସନ୍ୟାସ ବ୍ରତ ଗ୍ରହଣକରି ଦେଶ ପରିତ୍ୟାଗ କଲେ । ନନ୍ଦ ନାମକ ଗୋପାଳ ପାଖରେ ରାଣୀଙ୍କୁ ବନ୍ଧାପକାଇ କିଛି ଅର୍ଥ ତାଙ୍କଠାରୁ ନେଇ ରାଜା ବଣିଜ କରିବାକୁ ଅମରକଟକକୁ ଗଲେ । କିନ୍ତୁ ଦେବୀଙ୍କ କୋପରୁ ବଣିଜକରିଫେରୁଥିବା ସମୟରେ ନୌକାଗୁଡିକ ବାତ୍ୟାରେ ସମୁଦ୍ରରେ ବୁଡିଗଲା । ରାଜା ଦରିଦ୍ରହୋଇ ଏଣେତେଣେ ବୁଲୁଥିବା ସମୟରେ ହାଟରେ ରାଣୀଙ୍କ ସହ ଭେଟ ହେଇଗଲା । ଉଭୟ ସାଙ୍ଗହୋଇ ରାଜଉଆସକୁ ଫେରିଲେ । କିଛିଦିନ ପରେ ରାଣୀ ଗର୍ଭବତୀ ହେଲେ । ରାଜା ରାଣୀଙ୍କ ଚରିତ୍ରକୁ ସନ୍ଦେହ କରି ଅଗ୍ନି ପରୀକ୍ଷା ଦେବାକୁ ନିର୍ଦ୍ଦେଶ ଦେଲେ । ରାଣୀ ନିଜର ସତୀତ୍ବର ପ୍ରମାଣ ଦେବାପାଇଁ ଅଗ୍ନିରେ ପ୍ରବେଶ କରି ପୁଣି ଅକ୍ଷତ ଅବସ୍ଥାରେ ବାହାରକୁ ଆସିଲେ । ପୂଜା ସମୟରେ ଗାଁର ଗାଉଁଣି ଏହାକୁ କବିତାରେ ଏହିପରି ଉପସ୍ଥାପନ କରେ ।

ତୁମେ କାହାର ଝିଅ ,ଅଗ୍ନି ପରୀକ୍ଷା ଦିଅ ,
ସବାରୀରେ ରାଣୀ ମାଗେ ,ଧୀରେ ଚଳିଗଲେ,
ବାରଭାଇ ରାଜାଙ୍କୁ ମାଗେ ଡକାଇ ଆଣିଲେ ,
ଚାରିଖମ୍ବେ ବସିଗଲେ, ଚାରି ମନ୍ତ୍ରୀବର
ବାଙ୍କିଆ ଖମ୍ବରେ ବସିଲେ ,ରାଜା ଦଣ୍ଡଧର
ନ ପୋଡିଲା କେଶ ତାଙ୍କ ନ ପୋଡିଲା ବାସ,
ସେହିଦିନୁ ସତୀବୋଲି ରାଜାଯେ ଜାଣିଲେ ।

ରାଣୀଙ୍କର ପୁତ୍ର ସନ୍ତାନଟିଏ ଜାତ ହେଲା । ରାଜା ତାହାର ନାମ ବୋକା ଲକ୍ଷ୍ମୀଧର ରଖିଲେ । ବୟସ ବଢିବା ସଙ୍ଗେସଙ୍ଗେ ସେ ସମସ୍ତ ବିଦ୍ୟାରେ ପାଣ୍ଡିତ୍ୟଲାଭ କଲେ । ସାହାରା ବଣିଆର ଝିଅ ବିହୁଲାର ପ୍ରେମରେ ପଡି ତାକୁ ବିବାହ କରିବାର ଇଛା ସେ ରାଜାରାଣୀଙ୍କ ନିକଟରେ ରଖିବାରୁ ରାଜା ମହାଆଡମ୍ବର ସହକାରେ ବିବାହ କାର୍ଯ୍ୟ ସାରି ପୁଅବୋହୁଙ୍କୁ ରାଜଉଆସକୁ ଆଣିଲେ । ଏହାକୁ ଗାଉଣି ଲୋକମାନଙ୍କୁ ଏହିପରି ଶୁଣାଏ ।
ଡିଗିଡିଗି ବାଜେ ବାଜା ବାହାରିଲେ ମହାରାଜା
ପ୍ରବଳ ସଇନଧରି ସଙ୍ଗେ ପରଜା
ଉଜାଣି ନଗରେ ବିଜେ ହେଲେଣି ରାଜା ।

ଓଡିଆରେ ଗୋଟିଏ ଢଗ ଅଛି “ଯାହା ପୁଅକୁ ସାପ କାମୁଡେ ତା ମା ପାଳ ଦେଉଡି ଦେଖିଲେ ଡରେ “। ସେହିଭଳି ରାଜାମଧ୍ୟ ନିଜର ଛଅପୁଅଙ୍କୁ ହରାଇଥିବାରୁ ଆତଙ୍କିତ ଅବସ୍ଥାରେ ଥାଇ ପୁଅ ଓ ବୋହୂଙ୍କ ନିରାପତ୍ତା ପାଇଁ ରାଜପ୍ରସାଦର ଚାରିପଟେ ଲୁହାର ପାଚେରୀ ବୁଲାଇ ଦେଲେ । ବିଶିରି ଠାକୁରାଣୀ କୋପକରି ଲକ୍ଷ୍ମୀଧରକୁୁ ମାରିବାପାଇଁ ସାପରୂପରେ ଥିବା ରାଜାଙ୍କ ପୁଅ କାଳିନାଗକୁ ପ୍ରେରଣ କଲେ । କାଳିନାଗର ଦଂଶନରେ ଲକ୍ଷ୍ମୀଧର ମୃତ୍ୟୁବରଣ କଲା । ଶୋକଜର୍ଜରିତ ରାଜାରାଣୀ ପୁଅର ଶବକୁ ଦାହ କରିନପାରି ନଦୀରେ ଭସାଇଦେଲେ । ରାଜକୁମାରଙ୍କ ଶବ ଭାସିଭାସି ଯାଇ ନେତେଇଧୋବଣୀ ଘାଟରେ ଲାଗିଲା । ସେଠାରେ ଲୁଗାକାଚୁଥିବା ନେତେଇ ଧୋବଣୀ ତନ୍ତ୍ରବିଦ୍ୟାରେ ପାରଙ୍ଗମ ଥିଲା ।ନେତେଇ ଲୁଗାସଫା କରିବା ବେଳେ ତାର ପୁଅ କାମରେ ବ୍ୟାଘାତ ସୃଷ୍ଟି କରୁଥିବାରୁ ସେ ଲୁଗା ସଫା କରିବା ପୂର୍ବରୁ ତାକୁ ନିର୍ଜିବ କରିଦେଉଥିଲା ଓ ଲୁଗା ସଫାସାରି ପୁଅକୁ ଜୀବନ୍ତକରି ଫେରୁଥିଲା । ନେତେଇ ଲକ୍ଷୀଧରର ଶବକୁ ମଧ୍ୟ ନଦୀରୁ ନେଇ ରଖିଥିଲା । ଲକ୍ଷ୍ମୀଧରର ସ୍ତ୍ରୀ ବିହୁଲାର ବିକଳ କାନ୍ଦଣାରେ ନିତେଇଧୋବଣୀ ତାକୁ ଝିଅ କରି ତଥା ବିଶିରି ଠାକୁରାଣୀ ଓ ଅନ୍ୟ ଦେବଗଣମାନଙ୍କ ଆଦେଶମତେ ଲକ୍ଷ୍ମୀଧରର ଶବକୁ ଜୀବଦାନ କଲା ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.