• About
  • Contact
Tuesday, September 8, 2026
Tuesday, September 8, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୧୫)

Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୩୦ ଜୁଲାଇ ୨୦୨୩

ସକାଳୁ ସକାଳୁ ବର୍ଷା ହୋଇ ଛାଡି ଯାଇଥିଲା। ବାପା ଶିରୁ ଦେହୁରୀ ବିଲକୁ ହଳ ନେଇ ବାହାରି ଯିବା ସମୟରେ ଝିଅ ଚିନାମାଳୀ କୁ ଡ଼ାକି କହିଲା ଚିନା ମୁଁ ପାହାଡ଼ ତଳ ବିଲରେ ହଳ କରୁଛି ତୁ ଟିକିଏ ଛାଡି ଧାନ, ଗଙ୍ଗେଇ ଓ ବିରି ବିହନ ଧରି ଆସେ। ଏତିକି କହି ସେ ବିଲକୁ ଵାହାରି ଗଲା। ଚିନାମାଳୀ ଘରକାମ ସବୁ ସାରି ଭାତ ଵସାଉଛି ଏହି ସମୟରେ ବାଡ଼ିରେ କାମ କରୁଥିବା ତା ଵୋଉ ଶାଗ ବାଇଗଣ ତୋଳି କରି ଆଣି ତା ପାଖରେ ଗଦେଇ ଦେଇ କହିଲା ଏ ପରିଵା ସଵୁ ନେ।ଶାଗ ଖରଡ଼ି ଦେ ଓ ବାଇଗଣ ପୋଡ଼ି କରି ରଖ। ବାଆ ପାଇଁ ବିଲକୁ ଖାଇବା ପାଇଁ ତୁ ନେଇ କରି ଯିବୁ। ମୁଁ ଏବେ ବିହନ ନେଇ ଯାଉଛି।

ରୋଷେଇ କାମ ସାରି ଚିନାମାଳୀ ବାଆ ପାଇଁ ବିଲକୁ ଖାଇବା ଧରି ବାହାରି ଗଲା । ବିଲରେ ପହଞ୍ଚି ବାଆକୁ ଖାଇବା ପାଇଁ ଦେଇ ପାଖରେ ଥିବା ଆମ୍ବଗଛ ମୂଳେ ବସି ବାଆ ଖାଇସାରିବା ପର୍ଯ୍ୟନ୍ତ ଅପେକ୍ଷା କରି ମନ୍ମଥ କଥା ଭାବୁଥାଏ। ଏହିସମୟରେ ବାଆ କହିଲା ଆଲୋ ମା ଚିନା ବସିଲୁ କାହିଁକି ଯାଉନୁ ଜଙ୍ଗଲ ରୁ କିଛି ଜାଳ ଓ ଦାନ୍ତକାଠି ନେଇ ଆସିବୁ । ସେ ତ ମନେମନେ ଜଙ୍ଗଲ ଯିବା ପାଇଁ ଭାବୁଥିଲା। ବାଆ କଥା ଶୁଣି ହଁ ଟେ ମାରି ଜଙ୍ଗଲ କୁ ବାହାରିଗଲା।

ଜଙ୍ଗଲରେ ଜାଳ ଓ ଦାନ୍ତକାଠି ସଂଗ୍ରହ କରି ସେ ଝରଣାକୂଳ କୁ ଵାହାରି ପଡିଲା। କାଳେ ମନ୍ମଥ ତାକୁ ସେଠି ଅପେକ୍ଷା କରିଥିଵ ଭାବି। ଝରଣା କୂଳରେ ଯାଇଁ ଦେଖତ ସତରେ ମନ୍ମଥ ତାକୁ ଅପେକ୍ଷା କରି ବସିଥିଲା। ତାକୁ ଦେଖି କହିଲା କିଲୋ ଚିନା କଣ ମୋତେ ଭୁଲିଗଲୁ ନା କଣ। ତା ପାଖରେ ବସୁଵସୁ ଚିନାମାଳୀ କହିଲା ନାଇଁ ମ ଘରକ ଯାକର କାମ ସାରି ବାଆକୁ ବିଲରେ ଖାଇବାକୁ ଦେଇ ଆସୁଛି। ଏହାଶୁଣି ମନ୍ମଥ କହିଲା ଆଲୋ ମୁଁ ତ କାଲି ଘରକୁ ଯିବି ବୋଲି ଭାବୁଛି। ଚାଷବାସ କାମ ସାରି ମାସକ ପରେ ଆସିଵି। ମୁହଁ କୁ ଫୁଲେଇ ଚିନାମାଳୀ କହିଲା ତୋ ଇଚ୍ଛା। ମତେ କେବେ ତୋ ଘରକୁ ନଉଛୁ ଶୁଣେ। ଏହାଶୁଣି ମନ୍ମଥ କହିଲା ଆମ ଘର ତ ରାଜି।ତୋ ବାପା ଯାଇ ବୁଲି କରି ଆସିଲେ ତା ପରେ କନ୍ୟା ମୂଲ ଛିଣ୍ଡିବ। ବିଷ୍ଣୁ ମାମୁଁ କହୁଥିଲେ ତୋ ବାପା କହୁଥିଲେ ଯେ ଚାଷ କାମ ସାରି ଆମ ଘର ଆଡେ ଯିବ ବୋଲି। ସାମାନ୍ୟ ଆଶ୍ବସ୍ତ ହୋଇ ଚିନାମାଳୀ କହିଲା ବିଷ୍ଣୁ ମାମୁଁ ଅଛନ୍ତି ନା ପଳେଇଲେଣି। ତା କଥା ଶୁଣି ମନ୍ମଥ କହିଲା ନାଇଁ ମ ଆଜି ସେ ବାହାରିଥିଲେ କିନ୍ତୁ ତାଙ୍କୁ ନାନୀ ଅଟକାଇଛି। କାଲି ସକାଳୁ ସେ ବାହାରି ଯିବେ। ଆଜି ଆଇ ଘରକୁ ସନ୍ଧ୍ୟାବେଳେ ଯିବେ ଯେ। ଏହାପରେ ଉଭୟ ଅନ୍ୟ କଥାରେ ବ୍ୟସ୍ତ ରହିଲେ।

ସନ୍ଧ୍ୟାରେ କାମିନୀ ଆଈ ଘରେ ସଵୁ ଝିଅମାନେ ଏକାଠି ହେଲେ। ବୁଢ଼ୀ ସମସ୍ତଙ୍କୁ ଏକାଠି ବସାଇ ତାର କାହାଣୀ ପେଡ଼ି ଖୋଲି ବସିଲା। ଏହି ସମୟରେ ବିଷ୍ଣୁ ମାମୁଁ ଓ ଅର୍ଜୁନ ମାମୁଁ ଆସି ପହଞ୍ଚିଲେ। ଆଈ ସେମାନଙ୍କୁ ଦେଖି ସପ ପକାଇ ଦେଇ କହିଲା ଆରେ ବିଷ୍ଣୁ କାଲି ଯେଉଁଠି କଥା ରଖିଥିଲୁ ଆଜି ସେହିଠାରୁ ଆରମ୍ଭ କର।ମୋ ନାତୁଣୀମାନେ କେତେଵେଳୁ ଆସି ତୋତେ ଅପେକ୍ଷା କରିଛନ୍ତି। ତା ପରେ ବିଷ୍ଣୁ ମାମୁଁ କଥା ଆରମ୍ଭ କରି କହିଲେ ପିଲାମାନେ ଆଜିକ ତୁମମାନଙ୍କୁ ତଳବରଡା ଗାଁ ରେ ହେଉଥିବା ମଢା ଯାତ୍ରା ଓ କାଦଡିହା ଗାଁ ବିଷୟରେ କହିବି।

ବାଂଶପାଳ ବ୍ଲକର ତଳବରଡା ଗାଁ ରେ ରହୁଥିବା ପାଉଡି ଭୂୟାଁ ସମ୍ପ୍ରଦାୟର ଲୋକମାନେ ଏହି ଚାଷକାମ ଆରମ୍ଭ ସମୟରେ ଏକ ପୂଜା କରନ୍ତି। ତାହାକୁ ମଢା ଯାତ୍ରା କହନ୍ତି। ସେହି ପୂଜା କେବଳ ତଳବରଡା ଗାଁ ରେ ହୁଏ। ଅନ୍ୟ ଗାଁରେ ଏହି ପୂଜା ହୁଏ ନାହିଁ। ଆଷାଢ଼ ମାସର ଯେ କୌଣସି ଏକ ଗୁରୁବାର ଦିନ ଏହି ପୂଜା ହୁଏ। ପୂଜା ଦିନ ଗାଁ ର ସମସ୍ତେ ବିଭିନ୍ନ ପ୍ରକାରର ବିହନ (ଯଥା ଧାନ, ମାଣ୍ଡିଆ, ଗଙ୍ଗେଇ, ରୁମା, ବିରି, କୋଳଥ) ଦରବାର ଘରେ ଏକାଠି ହୁଅନ୍ତି। ଏଥିରେ ଗୋଟିଏ ଛୋଟ ପିଲାକୁ ଠାକୁରାଣୀ ଙ୍କ ଆଗରେ ଶୁଆଇ ଦିଆଯାଏ। ତା ଚାରିପାଖେ ଲୋକେ ସାଙ୍ଗରେ ଆଣିଥିବା ବିହନକୁ ପତ୍ରଠୋଲାରେ ରଖି ଦିଅନ୍ତି। ତାପରେ ଦେହୁରୀ ପୂଜା ଆରମ୍ଭ କରନ୍ତି। ପୂଜା ସରିବା ପରେ ସେହି ପିଲାଟି ଆଉ ହଲଚଲ ହୁଏ ନାହିଁ। ଗାଁର ସମସ୍ତେ ଆସି ପିଲାଟି କୁ ହଲେଇ ଦେଖନ୍ତି। କିନ୍ତୁ ପିଲାଟି ଦେହରେ ଜୀବନ ନ ଥିବାର ଜାଣନ୍ତି। ସମସ୍ତେ ସେହି ମୃତ ଶିଶୁକୁ ଧରି କାନ୍ଦିବା ସହ ତାକୁ କୋକେଇରେ ଶୁଆଇ ଚାଷଜମି ଓ ଗାଁ ବୁଲାଇ ପୁଣି ଆଣି ଦରବାର ଘରେ ଶୁଆଇ ଦିଅନ୍ତି। ଦେହୁରୀ ପୁଣି ପୂଜା ଆରମ୍ଭ କରନ୍ତି। ପୂଜା ଶେଷରେ ଠାକୁରାଣୀ ଙ୍କ ଛଡ଼ା ଫୁଲ ଓ ପାଣି ଆଣି ସେହି ପିଲାଟି ଉପରେ ଛିଞ୍ଚନ୍ତି। କିଛି ସମୟପରେ ପିଲାଟି ଉଠିକରି ବସେ। ଦେହୁରୀ ତାକୁ ମାଙ୍କ ପ୍ରସାଦ ଖାଇବା ପାଇଁ ଦିଅନ୍ତି। ଖାଇ ସାରିବା ପରେ ପିଲାଟି ଉଠିକରି ବସେ। ତା ଚାରିପାଖେ ଥିବା ବିହନ କୁ ଲୋକମାନେ ବାଣ୍ଟିକରି ନିଅନ୍ତି। ସେହି ବିହନକୁ ଅନ୍ୟ ବିହନ ସହିତ ମିଶାଇ ବିଲରେ ବୁଣନ୍ତି। ଲୋକମାନେ ପ୍ରଥମେ ବିଲକୁ ହଳ କରି ତାକୁ ମାଟି ହୁଡା ଦେଇ ଆଠ ଭାଗରେ ବିଭକ୍ତ କରନ୍ତି । ଗୋଟିଏ ଭାଗରେ ଧାନ, ଆଉ ଏକ ଭାଗରେ ମାଣ୍ଡିଆ, ଆଉ ଏକ ଭାଗରେ ଗଙ୍ଗେଇ, ଆଉ ଏକ ଭାଗରେ କ୍ଷୀରା, ଆଉ ଏକ ଭାଗରେ ରୁମା, ଆଉ ଏକ ଭାଗରେ ବିରି, ଆଉ ଏକ ଭାଗରେ ମକା ଓ ଆଉ ଏକ ଭାଗରେ କୋଳଥ ବୁଣନ୍ତି। ଅର୍ଥାତ୍ ଏକ ସଙ୍ଗେ ଆଠ ପ୍ରକାର ଫସଲ ଅମଳ କରନ୍ତି। ଲୋକମାନେ ବିଶ୍ବାସ କରନ୍ତି ସେହି ବର୍ଷ ଫସଲ ଭଲ ହେବ ବୋଲି। ମଢା ଅର୍ଥାତ୍ ଶବ ଜୀବନ ଫେରି ପାଇଵାରୁ ଯାତ୍ରା ର ନାମ ମଢା ଯାତ୍ରା ରଖାଯାଇଛି। ସେହି ଗାଁର ଗୋଟିଏ ଝିଅ ଯିଏକି ସୁନ୍ଦରଗଡ଼ ଜିଲ୍ଲାର ବଣେଇଁ ଅଞ୍ଚଳରେ ବିବାହ କରିଛି। ସେ ତାଙ୍କ ଗାଁ ରେ ଏହି ପୂଜା ଆରମ୍ଭ କରିଥିଲା କିନ୍ତୁ ଦୁର୍ଭାଗ୍ୟର କଥା ପୂଜାରେ ଶୋଇଥିବା ଛୁଆଟି ମୃତ୍ୟୁବରଣ କଲା। ତେଣୁ ଏହି ପୂଜା କୁ ଅନ୍ୟ ଗାଁ ର ଭୂୟାଁ ଲୋକମାନେ ନକରିବାକୁ ମହାପୀଢ ତରଫରୁ ନିର୍ଦ୍ଦେଶ ଦିଆଗଲା।

ତାପରେ ତୁମମାନଙ୍କୁ କାଦଡିହା ଗାଁ କଥା କହୁଛି ଶୁଣ। ଗାଁ ରେ କେବଳ ଭୂୟାଁ ଜନଜାତିର ଲୋକମାନେ ରହନ୍ତି। ଏହା କେନ୍ଦୁଝର ଜିଲ୍ଲାର ଏକ ସୀମାନ୍ତ ଗାଁ। ଗାଁ କୁ ଲାଗିଛି ଅନୁଗୋଳ ଜିଲ୍ଲାର ପାଳଲହଡା ବ୍ଲକ ର କାଦମ୍ବିନୀପୁର ଗାଁ। ପାଳଲହଡା ରାଜା ଙ୍କ ଝିଅ କାଦମ୍ବିନୀଙ୍କ ନାମାନୁସାରେ ସେହି ଗ୍ରାମର ନାମ କାଦମ୍ଵିନୀପୁର ରଖାଯାଇଥିବା କଥା ଗାଁ ର ଲୋକେ କହନ୍ତି। ଗାଁର ସୀମା ରେ ପାଳଲହଡା ରାଜା ଙ୍କ ଏକ ପଥରଖୋଦିତ ପ୍ରସ୍ତର ଖଣ୍ଡ ରହିଛି। ଯେଉଁଥିରେ ଏହା ପାଳଲହଡା ରାଜାଙ୍କ ରାଜ୍ୟ ର ସୀମା ବୋଲି ଉଲ୍ଲେଖ ରହିଛି। ଗାଁର ବୟସ୍କ ଲୋକମାନେ କହନ୍ତି ରାଜାରାଜୁଡ଼ା ସମୟର କଥା ଥରେ କେନ୍ଦୁଝର ରାଜା ଓ ପାଳଲହଡା ରାଜା ଙ୍କ ମଧ୍ୟରେ ସୀମା କୁ ନେଇ ବିବାଦ ସୃଷ୍ଟି ହେଲା। ଆପୋଷ ଆଲୋଚନା ମାଧ୍ୟମରେ ଏହାର ସମାଧାନ ନ ହେବାରୁ। ଏହି ବିବାଦୀୟ ସୀମାରେ ଉଭୟ ରାଜ୍ୟ ମଧ୍ୟରେ ଯୁଦ୍ଧ ହୋଇଥିଲା। ଉଭୟ ପକ୍ଷର ବହୁ ସୈନ୍ୟ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ରକ୍ତରେ ଭୂମି କଦର୍ମାକ୍ତ ହୋଇଥିଲା ଯାହାକୁ କି ଭୂୟାଁ ମାନଙ୍କ ଭାଷାରେ କାଦ ବୋଲି କୁହାଯାଏ। ପରେ ଉଭୟ ରାଜାଙ୍କ ସହମତି ରେ ସୀମା ନିର୍ଦ୍ଧାରିତ ହୋଇ ପ୍ରସ୍ତରଖଣ୍ଡ ବସାଯାଇଥିଲା। କେନ୍ଦୁଝର ରାଜା ସେହିଠାରେ ଭୂୟାଁ ମାନଙ୍କୁ ନେଇ ଗୋଟିଏ ଗ୍ରାମ ବସାଇଥିଲେ। ଯାହାର ନାମ କାଦଡିହା ରଖାଯାଇଥିଲା। ଗାଁ ସୀମା ବା କେନ୍ଦୁଝର ଓ ଅନୁଗୋଳ ଜିଲ୍ଲାର ସୀମା ଭାବେ ସୁନାନଦୀ ବୋହି ଯାଉଛି। ଏତିକି କହି ବିଷ୍ଣୁ ମାମୁଁ କହିଲେ ପିଲାମାନେ ରାତି ବହୁତ ହୋଇଗଲାଣି। ତୁମେ ମାନେ ବିଶ୍ରାମ ନିଅ। ମୁଁ ଅପା ଘରକୁ ଯାଉଛି। ମୋତେ କାଲି ଘରକୁ ଯିବାକୁ ହେବ। ଚାଷବାସ କାମ ସାରି ପୁଣି କେବେ ଆସିଲେ କଥା ହେବା। ଆରେ ହଁ ବଣେଇଁ ଅଞ୍ଚଳର ବିଲୁଆ ଭାଇ କାଲି ତାଙ୍କ ପୁଅର ଶଶୁର ଘରକୁ ଆସିବେ। ତାଙ୍କୁ ଡାକିଲେ ସେ ଆହୁରି ଅନେକ କଥା ଆମ ଜାତି ବିଷୟରେ କହିବେ। ଏହାପରେ ସେ ଉଠିଲେ ଓ ଝିଅମାନେ ଆଈ ସହ ଶୋଇବାକୁ ଘର ଭିତରକୁ ଗଲେ ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.