• About
  • Contact
Friday, September 11, 2026
Friday, September 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୨୧)

ଆମେ ପାଉଡି ଭୂୟାଁ (ଭାଗ ୧୪)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ଅକ୍ଟୋବର ୨୦୨୩

ସେଦିନ ସନ୍ଧ୍ୟାରେ ରୋଷେଇ ଘରେ ବୋଉ ସହିତ କଥା ହେବା ସମୟରେ ଚିନାମାଳୀ କହିଲା ଆଲୋ ବୋଉ କାଲି ଵାପା ତଳବରଡା ଯିଵେନି କି। କାମରେ ବ୍ୟସ୍ତ ଥିବା ମାଳତୀ (ଚିନାମାଳୀ ର ବୋଉ) କହିଲା ହଁ ମନ୍ମଥ ଘରକୁ ତ ବାପା କହୁଥିଲା ଯିବ ଵୋଲି । ଆମ ଗାଁ ର କେଇଜଣ ମିଶିକି ଯିଵେ। କାହିଁକି କଣ ହେଲାକି। ଲାଜେଇ ଯାଇ ଚିନାମାଳୀ କହିଲା ନାଇଁ ମ ଏମିତି ପଚାରୁଥିଲି ନା। ତାପରେ ସେ ବାହାରିଗଲା ଚମ୍ପା ଘର ଆଡେ କିନ୍ତୁ ଯାଉଯାଉ ରାସ୍ତାରେ ଭେଟ ପଡ଼ିଗଲା ସେ । କାମିନୀ ଆଈ ଘରକୁ ଯାଉଥିଲା ସେ । ତାକୁ ଦେଖି ପଚାରିଲା କୁଆଡେ ଯାଉଛୁ କିଲୋ ।ଆସେ କାମିନୀ ଆଈ ଘରୁ ଆସିଵା।ତା ସହିତ ଆଈମା ଘରକୁ ଗଲା । ରାସ୍ତାରେ ପଚାରିଲା ତୁମର କିଏ ସବୁ ତଳବରଡା ଯାଉଛନ୍ତି କି? ସାମାନ୍ୟ ହସିଦେଇ ଚମ୍ପା କହିଲା ଆମର ସମସ୍ତେ ଯିଵେ ମୋତେ ଛାଡ଼ି । କାହିଁକି ତୋର ଯିଵା ପାଇଁ ଇଛା ଥିଲା କି? ହଁ ମାଲିକାଣୀ ନ ଗଲେ ହେଵ। କୃତ୍ରିମ ରାଗ କରି ଚମ୍ପା ପିଠି କୁ ଚିମୁଟି ଦେଇ ଚିନାମାଳୀ କହିଲା ତୁ ନା ବହୁତ ଦୁଷ୍ଟ ହୋଇଗଲୁଣି । ଏମିତି କଥା ହେଵା ଭିତରେ ସେମାନେ ଆଈ ଘରେ ପହଞ୍ଚି ଯାଇଥିଲେ ।

ସେଠାରେ ପହଞ୍ଚିଵା ବେଳକୁ ଗାଁ ର ଅନ୍ୟ ଝିଅମାନେ ଆସି ଯାଇଥିଲେ । ସମସ୍ତେ ଆଈମା ଚାରିପଟେ ଗୋଲ୍ ହୋଇ ବସିଲା ପରେ ଆଈ ପଚାରିଲା ଆଜି କେଉଁ ବିଷୟରେ କହିବି । ସଞ୍ଜୁ କହିଲା ଆଲୋ ଆଈ ଆଜି ଆମକୁ ଆମ ଜାତିର ଲୋକମାନେ ପାଳୁଥିବା ପରଵରେ ହାଣ୍ଡିଆ କାହିଁକି ପୂଜା କରାଯାଏ ତାହା ଉପରେ କହ।ଆଈ ହସିଦେଇ କହିଲା ହଉ ଆଜି ତା ଉପରେ ତୁମକୁ କହିଵି । ହାଣ୍ଡିଆ, ମହୁଲି ଓ ସଳପ ରସ ଆମ ପାଉଡି ଭୂୟାଁମାନଙ୍କ ସାମାଜିକ ଜୀବନ,ପର୍ବପର୍ବାଣୀ,ସଂସ୍କୃତିରେ ଏକ ଗୁରୁତ୍ବପୂର୍ଣ ସ୍ଥାନ ଗ୍ରହଣ କରିବା ସଙ୍ଗେସଙ୍ଗେ ଏକ ପରମ୍ପରାଗତ ପାନୀୟ ଭାବେ ବିବେଚିତ ହୁଏ ।

କେତେକ ଗାଁ ରେ ହାଣ୍ଡିଆ କୁ ଖାଦ୍ୟ ରୁପେ ବ୍ୟବହାର କରିଥାନ୍ତି।ଘରେ ପିଲାଟିଏ ଜନ୍ମ ହେଲେ, ଘରେ ପୁଅ କିମ୍ବା ଝିଅ ର ବିବାହ ସମୟରେ, ମୃତଵ୍ୟକ୍ତିର କ୍ରିୟା କର୍ମ ଓ ଅନ୍ୟାନ୍ୟ ଉତ୍ସଵମାନଙ୍କରେ ଭାଇ,ବନ୍ଧୁ, କୁଟୁମ୍ବ ଓ ଅତିଥିମାନଙ୍କୁ ଏହା ପରିବେଷଣ କରାଯାଏ । ଆମ ଭୂୟାଁମାନେ ସେମାନଙ୍କର ଦେବାଦେବୀମାନଙ୍କ ନିକଟରେ ମଧ୍ୟ ପୂଜା ସମୟରେ ହାଣ୍ଡିଆ ଅର୍ପଣ କରନ୍ତି । ପର୍ବପର୍ବାଣୀ ବିଶେଷ କରି ବିଶ୍ରି ପୂଜା ଓ କରମା ପୂଜା ରେପ ଦେବାଦେବୀଙ୍କ ପୂଜାର୍ଚ୍ଚନା ସମୟରେ ହାଣ୍ଡିଆ ପୂଜା କରାଯାଇଥାଏ । ବିଶ୍ରି ଓଷା ସମୟରେ ରଣିଆଁ କମାର ଘରୁ ଦେବୀଙ୍କ ମୂର୍ତ୍ତି ଆଣିଵାକୁ ଯିଵା ସମୟରେ ଏକ ପୂଜା ଅନୁଷ୍ଠିତ ହୋଇଥାଏ ଏଵଂ ଏହି ପୂଜାରେ ହାଣ୍ଡିଆ ପୂଜା କରାଯାଇଥାଏ । କରମା ପୂଜା ସମୟରେ ଜଙ୍ଗଲ ରୁ କରମା ଡ଼ାଳ ଆଣିବାକୁ ଯିଵା ସମୟରେ ହେଉଥିବା ପୂଜାରେ ମଧ୍ୟ ଅଳ୍ପ ହାଣ୍ଡିଆ ପୂଜା କରାଯାଇଥାଏ । ପୂଜା ପରେ ସମସ୍ତେ ପ୍ରସାଦକୁ ବାଣ୍ଟି କରି ଖାଇଥାନ୍ତି।ପରଵର୍ତ୍ତୀ ସମୟରେ ଆମ ଲୋକମାନେ ଅନ୍ୟ ଏକ ସମ୍ପ୍ରଦାୟର ଲୋକମାନେ ଯେଉଁମାନେ ହାଣ୍ଡିଆ ବ୍ୟବସାୟ କରିଥାନ୍ତି ତାଙ୍କ ହାଣ୍ଡିଆ ଭାଟିରେ ହାଣ୍ଡିଆ ପିଇ ସର୍ବସ୍ବାନ୍ତ ହେଉଛନ୍ତି । ଭାଟିରେ ପ୍ରସ୍ତୁତ ହେଉଥିବା ହାଣ୍ଡିଆ ରେ ମୂଳିକା (ଗଛର ଚେର) ପକାଇଵା ପରିବର୍ତ୍ତେ ଇଉରିଆ ସାର ବ୍ୟବହାର କରିଥାନ୍ତି। ଏହି ହାଣ୍ଡିଆ ପିଇ ଆମ ଜାତିର ଲୋକମାନେ ଅକାଳ ରେ ମୃତ୍ୟୁବରଣ କରୁଛନ୍ତି ।

ସାମାଜିକ ବୈଠକ ଯଥା ପିଢବୈଠକମାନଙ୍କରେ ମଧ୍ୟ ହାଣ୍ଡିଆ ଓ ମହୁଲି ପିଇବାପାଇଁ ଦିଆଯାଏ । ଚାଙ୍ଗୁନାଚ ପୂର୍ବରୁ ମଧ୍ୟ ହାଣ୍ଡିଆ ପାନକରି ଧାଙ୍ଗଡା, ଧାଙ୍ଗଡୀ ଓ ଅନ୍ୟମାନେ ନାଚରେ ମଜିଯାଆନ୍ତି । ଥଣ୍ଡା, ଜର, ମୁଣ୍ଡବିନ୍ଧାରେ ମଧ୍ୟ ମହୁଲି ଔଷଧ ଭାବେ ସେବନ କରାଯାଏ । ହାଣ୍ଡିଆ ସାଧାରଣତଃ ଭାତରୁ ପ୍ରସ୍ତୁତ କରାଗଲେ ମଧ୍ୟ ବହୁ ଗାଁରେ ଆମ୍ବ, ପଣଷ, ଜାମୁକୋଳି, କେନ୍ଦୁ, ଚାରକୋଳି କୁ ପଚାଇ ସେଥିରୁ ହାଣ୍ଡିଆ ପ୍ରସ୍ତୁତ କରାଯାଏ। । ଏହି ହାଣ୍ଡିଆ ପ୍ରସ୍ତୁତି ସମୟରେ ବ୍ୟବହାର କରାଯାଉଥିବା ମୂଳିକା ପରିବର୍ତ୍ତେ ଇଉରିଆ ସାର ପକାଯାଉଥିବାରୁ ଭୂୟାଁ ଗାଁମାନଙ୍କରେ ବୟସ୍କଲୋକ (୬୦ରୁ ଅଧିକ) ପ୍ରାୟତଃ କମିବାରେ ଲାଗିଛି । ତତସହିତ ପାରିବାରିକ, ଅର୍ଥନୈତିକ ସ୍ଥିତି ବିପନ୍ନ ହେବାରେ ଲାଗିଛି । ଆମ ବଣାଇଁ, ବାଂଶପାଳ, ପାଳଲହଡା ଓ ବାରକୋଟ ରେ ଥିବା ଆମର ପାରମ୍ପାରିକପ ଅନୁଷ୍ଠାନ ପୀଢ ଓ ମହାପିଢ ମାନେ ଏଥିରେ ରୋକ୍ ଲଗାଇବା ପାଇଁ ନିୟମ ପ୍ରସ୍ତୁତ କରିବା ସହ ପର୍ବପର୍ବାଣି ଓ ସାମାଜିକ ଉତ୍ସବ ବ୍ୟତିତ ଅନ୍ୟଦିନେ ମଦ୍ୟପାନ କଲେ ଜୋରିମାନା ଆଦାୟ କରୁଛନ୍ତି ।

ଚିନାମାଳୀର ସାଙ୍ଗ କେତକୀ କହିଲା ଆଲୋ ଆଈ ମୋ ମାମୁଁ ପରା ଏହି ହାଣ୍ଡିଆ ପିଇ ପିଇ ସର୍ବସ୍ବାନ୍ତ ହୋଇଗଲା। ପରେ ତାର କି ରୋଗ ହୋଇଥିଲା କେଜାଣି ଔଷଧ ମଧ୍ୟ କାମ କଲାନାହିଁ । ମରିଗଲା । ଆଈ ପଚାରିଲା ତୋ ମାମୁଁ ଘର କେଉଁଠି କି ଲୋ। ଚିନାମାଳୀ କହିଲା ତାର ମାମୁଁ ଘର ପରା ବାଂଶପାଳ ର ଵାୟାକୁମୁଟିଆ ଗାଁ ରେ । ଆଈ କହିଲା ଆଲୋ ସେ ଗାଁ ରେ ପରା ଆମ ମା ମାନେ ଏକାଠି ହୋଇ ହାଣ୍ଡିଆ ଭାଟି ପୋଡ଼ି ଦେଇଥିଲେ। କେତକୀ କହିଲା ତା ପରେ କଣ ହେଲା ଶୁଣ । ଭାଟି ପୋଡ଼ିଵା ପରେ ପରା ସେ ଗାଁ ର କିଛି ମହିଳା ମାନଙ୍କୁ ପୁଲିସ ଆରେଷ୍ଟ କରି ନେଇ ଯାଇଥିଲେ।ପରେ ସେମାନେ ବେଲ୍ ରେ ଆସିଲେ। ବେଲ୍ ରେ ଆସିଵା ପରେ ଗାଁ ର ମହିଳାମାନେ ସେମାନଙ୍କୁ ଵାଜା ବଜାଇ ଗାଁ କୁ ପାଛୋଟି ନେଇଥିଲେ। ସେମାନଙ୍କର ମକଦ୍ଦମା ଖର୍ଚ୍ଚ ଗାଁ ଲୋକମାନେ ବହନ କରିଥିଲେ। ଜିଲ୍ଲାପାଳ ଓ ଆହୁରି ଉପର ଅଫିସର ଙ୍କୁ ମଦଭାଟି ଵନ୍ଦ କରିବା ପାଇଁଁ ଦରଖାସ୍ତ କରିଥିଲେ। ନିକଟରେ ସେ ମହିଳାମାନଙ୍କ ନାମରେ ଥିବା ମକଦ୍ଦମା ଉଠାଇ ନିଆଗଲା ଓ ତାଙ୍କ ଗାଁ ରେ ଥିବା ମଦଭାଟି କୁ ସରକାର ଵନ୍ଦ କରିଦେଲେ। ଏହା ଶୁଣି ଅନ୍ୟ ଝିଅମାନେ ଏକ ସଙ୍ଗେ କହିଉଠିଲେ ତେବେ ଆମ ଗାଁ ରେ ଥିବା ମଦଭାଟି କୁ ଆମେ ତ ସେହିପରି ଵନ୍ଦ କରି ଦେଇପାରିଵା । ଆଈ କହିଲା କାହିଁକି ହେଵନି। କାଲି ତା ଉପରେ ଭଲ ଭାଵେ ଆଲୋଚନା କରିଵା । ତୁମେ ସମସ୍ତେ ତୁମ ମା ମାନଙ୍କୁ ଧରି କାଲି ସନ୍ଧ୍ୟା ବେଳକୁ ମୋ ଘରକୁ ଆସିଵ। ଆଜି ପାଇଁ କଥାକୁ ଏଇଠି ରଖିଵା । ଏହାପରେ ସମସ୍ତେ ଆଈ ସହିତ ଘର ଭିତରକୁ ଶୋଇବାକୁ ଚାଲିଗଲେ ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI
More

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

by Dhanada K. Mishra
September 9, 2026

Dhanada K Mishra, Hong Kong, 9 September 2026 Last week, I asked my computer to find every project report I...

Read more
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.