• About
  • Contact
Tuesday, September 8, 2026
Tuesday, September 8, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୨୩)

Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ନଭେମ୍ବର ୨୦୨୩

ସେଦିନ ସକାଳୁ ସକାଳୁ ଦାଣ୍ଡରେ କଣ ଗୋଟାଏ ପାଟିତୁଣ୍ଡ ହେବାରୁ ନିଦ ଭାଙ୍ଗିଗଲା ଚିନାମାଳୀ ର । ଧଡପଡ ହୋଇ ବିଛଣାରୁ ଉଠିପଡି ଦାଣ୍ଡକୁ ଆସି ଦେଖିଲା ପଡିଶା ଘର ନଟ ଦାଦା ହାଣ୍ଡିଆ ପିଇ କରି ଖୁଡ଼ିଙ୍କୁ ଗାଳି କରୁଥିଲେ। ରାଗିଯାଇ ତାଙ୍କ ଘରକୁ ଯାଇ କହିଲା ଦାଦା ତୁମେ ସକାଳଟାରୁ ହାଣ୍ଡିଆ ପିଇକରି ଆସି କଣ ପାଇଁ ଖୁଡିଙ୍କୁ ଗାଳି କରୁଛ । ତୁମେ କାଲି ଗାଁ ମିଟିଂ ରେ ଥିଲ କି ? କାଲି ସମସ୍ତେ ନିଷ୍ପତ୍ତି ନେଇଛନ୍ତି ହାଣ୍ଡିଆ କିଛି ନିର୍ଦିଷ୍ଟ ପର୍ବପର୍ବାଣୀ କୁ ଛାଡି ଦେଲେ ଅନ୍ୟ ଦିନମାନଙ୍କରେ ନ ପିଇବା ପାଇଁ । ଏହି ସମୟରେ ଗାଁ ର କିଛି ମହିଳା ପହଞ୍ଚି ଦାଦା ଙ୍କୁ ଗାଳି କରିଵା ପରେ ସେ ଭୟରେ ଜଙ୍ଗଲ କୁ ପଳାଇଲେ । ଏ ଭଳି ଘଟଣା ଅବଶ୍ୟ ଭୂୟାଁ ଗାଁ ମାନଙ୍କ ରେ କିଛି ନୂଆ କଥା ନୁହେଁ । ସବୁ ଗାଁ ରେ ଏହି ଭଳି କିଛି ଲୋକଥାନ୍ତି ଯେଉଁମାନେ କି ହାଣ୍ଡିଆ କିମ୍ବା ମହୁଲି ପିଇ ଏ ଭଳି ପାଟିତୁଣ୍ଡ କରନ୍ତି। ନିଶା ଉତୁରି ଗଲାପରେ ପୁଣି ଯାଆନ୍ତି ହାଣ୍ଡିଆ ଭାଟିକୁ । ଗାଁ ର ପ୍ରଧାନ ଵଵା ଙ୍କୁ ଏହି ଖବର ଜଣାଇଵାରୁ ପହରଦିନ ଗାଁ ମିଟିଂ ଡାକିଵାକୁ ଡାକୁଆଙ୍କୁ କହିଦେଲେ । ଖୁଡି ଙ୍କ ସହିତ ଭଲମନ୍ଦ କଥା ହେଉଛି ଏହି ସମୟରେ ଚମ୍ପା ଆସି ପହଞ୍ଚିଲା । ତାପରେ ଦୁହେଁ ତାଙ୍କ ଘରକୁ ଗଲେ ଓ ଘରକାମ ସାରି ଦୁହେଁ ଜଙ୍ଗଲ ଆଡ଼େ ଵାହାରିଗଲେ ।

ଜଙ୍ଗଲରେ କାଠି କୁଟା ସଂଗ୍ରହ କରିସାରି ଜଙ୍ଗଲ ରେ ଥିବା ଝରଣା ଆଡେ ଵାହାରିଗଲେ। ସେଠାରେ ପହଞ୍ଚି ଦେଖନ୍ତି କିଏ ଜଣେ ଝରଣା କୂଳରୁ ଶାଗ ତୋଳୁଛି। ଚିନାମାଳୀ ମନେମନେ ଭାବୁଥିଲା ଆଉ ମନ୍ମଥ ନୁହେଁ ତ। ଏହି ସମୟରେ ଚମ୍ପା ତା ପିଠିକୁ ଚୁମୁଟି ଦେଇ ତା କାନରେ କହିଲା ଆଵେ ଏଇ ପିଲାଟା ପରା ମତେ କିଛି ଦିନ ହେଵ ଚାଙ୍ଗୁନାଚ ସମୟରେ ଆଖି ରେ ଆଖି ରେ ମତେ ଭଲ ପାଉଛି ଵୋଲି ଇଶାରା କରୁଛି । ଚିନାମାଳୀ ତାକୁ ଲୁଚି ଯିଵାର ପାଇଁ କହି ଝରଣା ଆଡ଼େ ଆଗେଇଲା । ତା ନିକଟରେ ପହଞ୍ଚି ଖଣ୍ଡିକାଶ ମାରିଲା । ପିଲାଟି ଚମକି ପଡ଼ି ମୁଣ୍ଡ ଉଠେଇ ତା ଆଡ଼କୁ ଚାହିଁଲା ଓ କିଛି ସମୟ ପରେ ଥତମତ ହୋଇ ପଚାରିଲା କଣ ମୋ ପାଖରେ କିଛି କାମ ଅଛି । ଚିନାମାଳୀ ତାଳି ମାରି ହସି ଉଠିଲା ଓ ଥଟ୍ଟା କରି କହିଲା ଲୁଚିଛି ନାଁ ଗୋଡ଼ ଦୁଇଟା ଦିଶୁଛି । ବାବୁ ଆମର କିଛି ଜାଣି ନାହାଁନ୍ତି । ହଉ ତେବେ ଶୁଣନ୍ତୁ । ଆପଣ ଯାହାକୁ ଅପେକ୍ଷା କରିଛନ୍ତି ମୁଁ ତାକୁ ନେଇ କରି ଆସିଛି । ଏହା କହି ସେ ବଡପାଟିରେ ଚମ୍ପା କୁ ଡାକିଲା ଓ କହିଲା ହଉ ମହାରାଣୀ ଏଥରକ ଏଠାକୁ ଆସନ୍ତୁ । ଭୟ ଓ ଲାଜରେ ଜଡସଡ ଚମ୍ପା ଚିନାମାଳୀ ପାଖକୁ ଆସିଲା ପରେ ଚିନାମାଳୀ କହିଲା ତୁ ତ କିଛି ଜାଣିନୁ । ହଉ ଏଥର ଏ ଧାଙ୍ଗଡା ତୋ ନାଗର ସହିତ କଥା ହୋ । ମୁଁ ଘରକୁ ଯାଉଛି । ଚମ୍ପା ତା ହାତଧରି କହିଲା ରହ ସାଙ୍ଗ ହୋଇ ଘରକୁ ଯିଵା । ଚିନାମାଳୀ କହିଲା ଵାଵୁ ତୁମ ନାଁ କଣ ? ମୋ ନାଁ କାହିଁକି ଚମ୍ପା କହିନି କି ଭାଉଜ । ମୋ ନାଁ ଦେଵ। ତୁମ ଘର କେଉଁଠି ଵୋଲି ପଚାରିଵାରୁ ଦେଵ କହିଲା ମୋ ଘର ଵାରକୋଟ । ଏ ଗାଁ ରେ ମୋର ନାନୀ (ପିଉସୀ) ଵାହା ହୋଇଛି । ମୁଁ ମଝିରେ ମଝିରେ ତାଙ୍କ ଘରକୁ ବୁଲିବାକୁ ଆସେ। ଦିନେ ଦରଵାର ଘରେ ହେଉଥିବା ଚାଙ୍ଗୁନାଚ ସମୟରେ ମୁଁ ଚମ୍ପା କୁ ଦେଖିଲି। ସେ ମୋର ବହୁତ ପସନ୍ଦ ହୋଇଗଲା । ଦିନେ ଜଙ୍ଗଲରେ ତାକୁ ଏକା ଦେଖି ମୋର ମନର କଥା ତାକୁ କହିଲି । ସେ ମଧ୍ୟ ମୋତେ ମନେମନେ ଭଲ ପାଉଥିଲେ। ସେହିଦିନ ଠାରୁ ଆମେ ପରସ୍ପରକୁ ଭଲ ପାଉଛୁ । କାଲି ଆମେ କଥା ହେଉଥିବାବେଳେ ଚମ୍ପା ତୁମ କଥା କହିଲା । ତୁମେ ଏ କଥା ଜାଣିଲେ କିଛି ଗୋଟେ ଵନ୍ଦୋଵସ୍ଥ କରିଵ ବୋଲି କହି କାଲି ମାନେ ଆଜି ଡାକି ଆଣିଵ ବୋଲି କହିଲା । ଚିନାମାଳୀ କିଛି ସମୟ ନିରବ ରହିବା ପରେ କହିଲା ହଉ ଆଜି ଚାଲ ଘରକୁ ଯିଵା । ଵେଳ ବୁଡିଵାକୁ ବସିଲାଣି । କାଲି ଜଙ୍ଗଲ ଆସିଲେ କଥା ହେବା । ତାପରେ ତିନି ଜଣ ଗାଁ ମୁହାଁ ହେଲେ ।

ସେଦିନ ସନ୍ଧ୍ୟାରେ କାମିନୀ ଆଈ ଘରେ ଗାଁ ର ଝିଅମାନେ ଏକାଠି ହେଲେ। ଏମିତି ବସି କଥା ହେଉଛନ୍ତି। ଏହି ସମୟରେ ଅନନ୍ତ ଵଵା ଆସି ପହଞ୍ଚିଲେ। ସମସ୍ତେ ଗୋଲ୍ ହୋଇ ବସିଲା ପରେ ବଵା କଥା ଆରମ୍ଭ କରି କହିଲେ। ଆଜି ତୁମକୁ ଆମ ଗାଁ ପାଖ ଗାଁ ଗଣେଶ୍ୱରପୁର ନିକଟରେ ଥିବା ଗୋଟିଏ ପାହାଡ ବିଷୟରେ କହିବି। ଗାଁ ନିକଟସ୍ଥ ପାହାଡ଼ ର ଅଗ୍ରଭାଗ ଠିକ ଏକ ମନ୍ଦିର ପରି। ସେ ମନ୍ଦିରର ସମ୍ମୁଖରେ ଏକ ପଥର କବାଟ ରହିଛି। ଏହି ବିଷୟ ରେ ଏକ ଲୋକକଥା ରହିଛି। ଵହୁ ପୁରାତନ ଯୁଗର କଥା। ଥରେ କିଛି ରୁଷି ଏହି ପର୍ବତ ଉପରେ ରହିଵା ପାଇଁ ଭଗବାନଙ୍କୁ ପ୍ରାର୍ଥନା କଲେ। ଭଗଵାନ ରୁଷି ମାନଙ୍କ ସହ ସେଠାରେ ରହିବା ପାଇଁ ରାଜି ହୋଇଗଲେ। କିନ୍ତୁ ଏକ ସର୍ତ୍ତ ରଖିଲେ। ସର୍ତ୍ତ ଟି ହେଉଛି ରୁଷିମାନେ ସେହି ରାତି ମଧ୍ୟରେ ପର୍ବତ ଉପରେ ଏକ ମନ୍ଦିର ତିଆରି କରିଵେ। ସେମାନେ ଭଗବାନଙ୍କ ସର୍ତ୍ତ ରେ ରାଜି ହୋଇ ମନ୍ଦିର ତିଆରି ରେ ଲାଗି ପଡ଼ିଲେ । ରାତି ପାହିଲା କିନ୍ତୁ ମନ୍ଦିରର ତିଆରି ସରିଲା ନାହିଁ। ତେଣୁ ରୁଷିମାନେ ଲଜ୍ଜା ରେ ସେ ସ୍ଥାନ ତ୍ୟାଗକରି ଚାଲିଗଲେ। ଅଧାଗଢ଼ା ମନ୍ଦିର ଟି ସେମିତି ରହିଗଲା। ତାହା ଏକ ଦେବଭୂମି ରେ ପରିଣତ ହୋଇଗଲା। ପର୍ବତ ଶିଖର ଦେଶରେ ଥିବା ଏହି ଶୂନ୍ୟ ମନ୍ଦିରରେ ଲୋକେ ପୂଜାର୍ଚ୍ଚନା କରିବାରେ ଲାଗିଲେ। ବର୍ଷେ ବର୍ଷେ ପଥର କବାଟ ଟି ଆପେ ଆପେ ଖୋଲିଯାଏ । ଯେଉଁ ବର୍ଷ ଏହି କବାଟ ଟି ଖୋଲେ ସେହି ବର୍ଷ ବର୍ଷା କମ ହୁଏ । ତେଣୁ ଫସଲ ଅମଳ ବହୁତ କମ୍ ହୁଏ। କିନ୍ତୁ ଜଙ୍ଗଲରେ ମିଳୁଥିବା ବିଭିନ୍ନ ଜଙ୍ଗଲଜାତ ଫଳମୂଳ ପୂର୍ବ ବର୍ଷ ଅପେକ୍ଷା ଦୁଇଗୁଣ ମିଳିଥାଏ। ଲୋକମାନେ ସେସବୁ କୁ ଖାଦ୍ୟ ରୁପେ ଖାଇଥାନ୍ତି । କିଛି ବୟସ୍କ ଲୋକେ କହନ୍ତି ଯେ ରାତି ଅଧରେ, ପାହାଡ଼ ରୁ କୀର୍ତ୍ତନ ର ଶବ୍ଦ ଶୁଭେ । ତେବେ ପିଲାମାନେ ଏହା ଏକ ଲୋକକଥା ସତ। କିନ୍ତୁ ଗୋଟିଏ କଥା କୁ ଆମେ ସମସ୍ତେ ମାନିବା । ତାହା ହେଉଛି ସ୍ରଷ୍ଟା ଓ ଅନନ୍ୟ ଜଙ୍ଗଲ ସମ୍ପଦ ମଧ୍ୟରେ ଥିବା ଅପୁର୍ବ ସମନ୍ୱୟ ର କଥା । କବାଟ ଖୋଲିବା ଓ ସେହି ବର୍ଷ ଜଙ୍ଗଲ ରୁ ଦୁଇଗୁଣ ଜଙ୍ଗଲ ଜାତ ଖାଦ୍ୟ ମିଳିଵା ଏହାର ଏକ ଉଦାହରଣ । ତେବେ ଆଜି କଥା କୁ ଏଇଠି ରଖିଵା କାରଣ ରାତ୍ରି ଅନେକ ହେଲାଣି କହି ଅନନ୍ତ ଵଵା ଉଠିଲେ। ଝିଅମାନେ କାମିନୀ ଆଈ ସହିତ ଭିତରକୁ ଶୋଇବାକୁ ଚାଲିଗଲେ ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.